ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଭେଟିଲେ

ମହିଳା କଲେଜର ବିକାଶ ଦାବି
ପୁରୀ (ବୁ୍ୟରୋ): ପୁରୀ ମହିଳା କଲେଜର ବିକାଶ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଏନେଇ ଗତ ଶୁକ୍ରବାର କଲେଜର ଅଧ୍ୟକ୍ଷ ବିଶ୍ୱନାଥ ବଳିୟାରସିଂହଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱପ୍ନାରାଣୀ ସ୍ୱାଇଁଙ୍କ କାର୍ଯ୍ୟାଳୟକୁ ଆସି ଦୀର୍ଘ ସମୟ ଆଲୋଚନା କରିଛନ୍ତି । ବିଶେଷ ଭାବରେ କଲେଜର ଚତୁଃପାଶ୍ୱର୍ରେ ପାଚେରି ନ ଥିବାରୁ ବାହାର ଲୋକଙ୍କ ସହ ନିଶାଡ଼ିମାନେ କଲେଜ ପରିସରକୁ ପ୍ରବେଶ କରୁଛନ୍ତି । ତତ୍ସହିତ କଲେଜରେ ଶିକ୍ଷାଦାନ ଲାଗି ଦିନକୁ ଦିନ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶ୍ରେଣୀଗୃହ ଅଭାବ ହେଉଛି । ଅନ୍ୟପକ୍ଷରେ ଶ୍ରେଣୀଗୃହଗୁଡ଼ିକ ଦୁର୍ବଳ ହୋଇପଡ଼ିଲାଣି । ତେଣୁ ନୂତନ କୋଠା ନିର୍ମାଣ କରିବା ଆବଶ୍ୟକ ପଡ଼ିଛି । ଆବଶ୍ୟକ ଅର୍ଥ ନ ଥିବାରୁ ମହିଳା କଲେଜର ନୂତନ କୋଠା ନିର୍ମାଣ କରାଯାଇପାରୁନି ।
ସେହିପରି କଲେଜର ଅନେକ ସମସ୍ୟା ଉପରେ କଲେଜ ଅଧ୍ୟକ୍ଷ ଶ୍ରୀ ବଳିୟାରସିଂହ ଅଧ୍ୟକ୍ଷ ଶ୍ରୀମତି ସ୍ୱାଇଁଙ୍କୁ ଅବଗତ କରାଇଥିଲେ । ପରେ ସମସ୍ତ ଘଟଣା ସମ୍ପର୍କରେ ଅଧ୍ୟକ୍ଷ ଅବଗତ ହେବା ପରେ ମହିଳା କଲେଜ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଆଗାମୀ ଦିନରେ ମହିଳା କଲେଜର ବିକାଶ ଲାଗି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଥାଉକି, ନରେନ୍ଦ୍ରକୋଣସ୍ଥିତ ଏକ ଭଡ଼ା ଘରେ ଦୀର୍ଘଦିନ ଧରି ମହିଳା କଲେଜ କାର୍ଯ୍ୟ କରୁଛି । ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଶିକ୍ଷାଦାନ ଲାଗି ବଡ଼ ସମସ୍ୟା ସୃଷ୍ଟି ହୋଇଛି । ସେହିଭଳି ଅତ୍ୟନ୍ତ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଛନ୍ତି ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ । ତେଣୁ କଲେଜର ସମସ୍ୟାକୁ ଦୂର କରିବା ଲାଗି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଏହି ସମୟରେ ଅଧ୍ୟାପକ ଅକ୍ଷୟ କୁମାର ପାଇକରାୟ, ଡକୁରାମ ଜେନା, ନରେନ୍ଦ୍ର କୁମାର ଦଳେଇ, ଘନଶ୍ୟାମ ବେହେରା, ସ୍ମୃତି ସାମନ୍ତ, ରୋଜାଲିନ୍ ସାହୁ, ଦେବଯାନୀ ପଟ୍ଟନାୟକ, ଇତିଶ୍ରୀ ମଲ୍ଲିକ, ଦୁର୍ଯେ୍ୟାଧନ ପାହାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *