କମେଣ୍ଟରୁ ମାର୍ପିଟ, ୨ ମୃତ
କୋରାପୁଟ, ୨୯ା୭ (ଆପ୍ର): ଟାଉନ ଥାନା ଅଞ୍ଚଳରେ କମେଣ୍ଟ ମରାକୁ ନେଇ ମାର୍ ପିଟ୍ ହୋଇ ୨ ଜଣ ପ୍ରାଣ ହରାଇଛନ୍ତି । ମାଡ଼ଖାଇ ଗୁରୁତର ହୋଇଥିବା ଜଣେ ଯୁବକ ବିଶାଖାପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବେଳେ କମେଣ୍ଟ ମାରି ପଳାଉଥିବା ଜଣେ ଯୁବକ ବାଇକ୍୍ ଦୁର୍ଘଟଣାରେ ପ୍ରାଣ ହରାଇଛି ।
ଟାଉନ୍ ଥାନା ଅଞ୍ଚଳର ବିବେକ ମହାନ୍ତି ଓ ତାଙ୍କ ବାନ୍ଧବୀ ଗତ ୨୨ ତାରିଖରେ ବାଇକ୍ରେ ଘରକୁ ଫେରୁଥିଲେ । କେତନା ରୋଡ୍ରେ ଏକ ଗଛ ମୂଳେ ଛିଡ଼ା ହୋଇଥିବା ରଙ୍ଗବାଲି କୁମ୍ଭାର ଗାଁର ବାବୁଲା ପରଜା, ଶିବ ପରଜା, ଦଶରଥ ପରଜା ଓ ଜଣେ ନାବାଳକ ସେମାନଙ୍କୁ ଅଟକାଇ ବିବେକଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଚାରିଜଣଯାକ ବିବେକଙ୍କୁ ନିସ୍ତୁକ ପିଟିଥିଲେ । ବିବେକ ଚେତାଶୂନ୍ୟ ହୋଇ ପଡ଼ଯାଇଥିଲେ । ତାଙ୍କ ସହିତ ଥିବା ଯୁବତୀ ଯେତେ ନେହୁରା ହୋଇଥିଲେ ସୁଦ୍ଧା ସ୍ୱ ପୃଷ୍ଠା: ୫