ରାଜ୍ୟରେ ୨ ଲକ୍ଷ ପବଦୀ ଖାଲି
ଠିକା ନିଯୁକ୍ତି ନେଇ ଘେରିଲେ ବିରୋଧୀ
ଭୁବନେଶ୍ୱର, ୨୯ା୭ (ବୁ୍ୟରୋ): ରାଜ୍ୟ ସରକାରଙ୍କ ୪୩ ବିଭାଗରେ ୨ ଲକ୍ଷ ୨୬ ହଜାର ୫ଶହ ୫୯ ସରକାରୀ ପଦବୀ ଖାଲି ପଡ଼ିଛି । ଗୃହ ବିଭାଗରେ ୨୬୭୯୮, ରାଜସ୍ୱରେ ୧୨୭୬୧, ବିଦ୍ୟାଳୟ ଓ ଗଣଶିକ୍ଷାରେ ସର୍ବାଧିକ ୬୧,୮୩୬, ସ୍ୱାସ୍ଥ୍ୟ ବିଭାରେ ୩୬,୦୪୫, ଜଳ ସମ୍ପଦ ବିଭଗରେ ୮,୭୫୩, କୃଷି ବିଭଗରେ ୯,୬୮୬, ଉଚ୍ଚ ଶିକ୍ଷା ବିଭଗ ୧୧,୫୨୨, ଜଙ୍ଗଲ ଓ ପରିବେଶ ବିଭଗରେ ୫୮୧୪, ଅର୍ଥ ବିଭଗରେ ୩୪୪୦ ପଦବୀ ଖାଲି ପଡିଛି । ଠିକା ନିଯୁକ୍ତିରେ ଓଡିଶା ସରକାର ଚାଲିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।
ଶୁକ୍ରବାର ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ‘ଠିକା ନିଯୁକ୍ତିରେ ଚାଲିଛି ଓଡ଼ିଶା ସରକାର’ ଦ୍ୱାରା ଗୃହରେ ସରଗରମ ଆଲୋଚନା ହୋଇଛି । ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦୃଶ୍ୟ ନଜରକୁ ଆସିଥିବାବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅନୁପସ୍ଥିତିରେ ଗୃହ ଅଧିଷ୍ଠ ଶଶୀଭୂଲଣ ବେହେରା ପ୍ରସ୍ତାକୁ ଅଗ୍ରାହ୍ୟ କରିଛନ୍ତି । ସୂଚନା ଅନୁସାରେ, ଶୂନ୍ୟକାଳରେ ଆଗତ ହୋଇଥିବା ମୂଲତବୀ ପ୍ରସ୍ତାବରେ ଉଭୟ ଦଳର ସଦସ୍ୟ ଶାସକ ଦଳ ନେତାଙ୍କୁ ଘେରିଥିଲେ । ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ନଦେଇ ଜିଏସଟି ଆଦାୟ ଯୋଜନାରେ ଠିକା ନିଯୁକ୍ତି ବ୍ୟବସ୍ଥା କରିଛନ୍ତି । ଯାହା ଯୁବକ ଯୁବତୀ ଙ୍କ ପାଇଁ ଘାତକ ପରିସ୍ଥିତି ସୃଷ୍ଟି କରିଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ରାଜ୍ୟ ସରକାର ଠିକା ନିଯୁକ୍ତି ଦେଉଛନ୍ତି, ଠିକା ନିଯୁକ୍ତିରେ ଯୁବକ ଯୁବତୀଙ୍କ ମଧ୍ୟରେ କାମ ପ୍ରତି ନିଷ୍ଠା ଆସିବ କୋଉଠୁ? ବୋଲି ମୋହନ ପ୍ରଶ୍ନ କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, କେବଳ ଗୃହ , ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ୩ ବିଭାଗରେ ୧ ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟର ୭୦ ବ୍ଲଡ଼ ବ୍ୟାଙ୍କରେ ୧୮୦ ଜଣ ଠିକା କର୍ମ·ରି ଅଛନ୍ତି । ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ଦେଇ ବାହାବା ସାଉଟୁଛନ୍ତି । ଠିକା ଦୁର୍ନୀତି ଓ ଅପରାଧ ବଢ଼ିବାରେ ଲାଗିଛି ବୋଲି ଶ୍ରୀ ବାହିନୀପତି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏନେଇ ଗୃହରେ ବିରୋଧୀଙ୍କ ଉତ୍ତର ରଖିଛନ୍ତି । ରାଜ୍ୟରେ ୨ ଲକ୍ଷ ପଦବୀ ଖାଲି ପଡିନାହିଁ ବରଂ ମାତ୍ର ୭୩,୪୫୧ ମୂଳ ପଦବୀ ଖାଲିପିଡ଼ିଛି । ବାକି ପଦବୀ ପଦୋନ୍ନତି ଦ୍ୱାରା ପୁରାଣ କରାଯିବ । ଏଥିପାଇଁ ମିଶନ ମୋଡ଼ରେ ପଦୋନ୍ନତି ଦେବା ପାଇଁ ସବୁ ବିଭାଗକୁ ନିଦେ୍ର୍ଦଶ ଦିଆଯାଉଛି । ଇତି ମଧ୍ୟରେ ୪୮,୮୭୦ ଇନିସିଆଲ ନିଯୁକ୍ତି ଦିଆଯାଇଛି । ୩୨,୯୪୫ ନୂଆ ପଦବୀ ସୃଷ୍ଟି କରାଯାଇଛି । ଚଳିତ ବର୍ଷ ଓପିଏସସି ଜରିଆରେ ୬୮୩୯, ଓଏସଏସସି ଜରିଆରେ ୨୬୭୮ ଏବଂ ଓଏସସିସି ଜରିଆରେ ୭୯୦୨ ମୂଳ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ସରକାରୀ ନିଯୁକ୍ତିର ପ୍ରତିବନ୍ଧକ ନାହିଁ । ନିଯୁକ୍ତି ପକ୍ରିୟା ଜାରି ରହିଥିବାବେଳେ ଖୁବ୍ଶୀଘ୍ର ଖାଲିଥିବା ପଦ ପଦବୀ ପୂରଣ ହେବା ସହ ପୂର୍ବ କାର୍ଯ୍ୟରତ କର୍ମଚାରୀଙ୍କ ପଦୋନ୍ନତୀ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।