ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨ଠ୨୨ର ବର୍ଣ୍ଣାଢ଼୍ୟ ଉଦ୍ଘାଟନ

ତ୍ରିରଙ୍ଗା ଧରିଲେ ସିନ୍ଧୁ-ମନପ୍ରୀତ
ବର୍ମିଂହାମ୍, ୨୯ା୭ (ଏଜେନ୍ସି): ଭାରତୀୟ ସମୟାନୁସାରେ ଶୁକ୍ରବାର ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସ ଚାର୍ଲ୍ସ ମହାରାଣୀ ଏଲିଜାବେଥ୍ଙ୍କ ବାର୍ତ୍ତା ପଢ଼ିଥିଲେ ଏବଂ ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରିଥିଲେ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ ।
ଏଥିରେ ୭୨ ଦେଶର ପାଞ୍ଚ ହଜାରରୁ ଅଧିକ ଆଥ୍ଲେଟ୍ ଅଂଶଗ୍ରହଣ କରିଛନ୍ତି । ସେଥି ମଧ୍ୟରେ ଭାରତର ୨୧୩ ଖେଳାଳି ୧୬ କ୍ରୀଡ଼ା ଶୃଙ୍ଖଳାରେ ଭାଗ ନେଉଛନ୍ତି । ଭାରତ ୧୮ତମ ଥର ଏହି କ୍ରୀଡ଼ାରେ ଅଂଶଗ୍ରହଣ କରୁଛି । ଏହା ପୂର୍ବରୁ ୧୯୩୦, ୧୯୫୦, ୧୯୬୨ ଓ ୧୯୮୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶର ଖେଳାଳି ଭାଗ ନେଇ ନ ଥିଲେ ।
ପରେଡ୍ରେ ଯେମିତି ଭାରତର ନାମ ଘୋଷଣା ହେଲା, ପୂରା ଷ୍ଟାଡିୟମ୍ରେ ଗୁଞ୍ଜରିତ ହୋଇଉଠିଲା । ଦର୍ଶକମାନେ ଭାରତୀୟ ଖେଳାଳିମାନଙ୍କର ଜୋର୍ଦାର ସ୍ୱାଗତ କରିଥିଲେ । ଉଦ୍ଘାଟନୀ ସମାରୋହରେ ଭାରତର ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ଓ ହକି ଟିମ୍ର ଅଧିନାୟକ ମନପ୍ରୀତ ସିଂହ ତ୍ରିରଙ୍ଗାଧାରୀ ଥିଲେ । ଆଘାତ ଜନିତ କାରଣରୁ ନୀରଜ ଚୋପ୍ରା ଏଥିରେ ଖେଳୁ ନାହାନ୍ତି । ସେ ଥିଲେ ତ୍ରିରଙ୍ଗା ଧରିଥାଆନ୍ତେ ।
ଅଷ୍ଟ୍ରେଲିଆର ଦଳ ଠାରୁ ପରେଡ୍ ଆରମ୍ଭ ହୋଇଥିଲା ଏବଂ ଆୟୋଜକ ଇଂଲଣ୍ଡର ଏଣ୍ଟ୍ରି ସହିତ ପରେଡ୍ ଶେଷ ହୋଇଥିଲା । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନୋମୁଗ୍ଧକର ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *