ମନ୍ତ୍ରିପଦରୁ ପାର୍ଥ ବରଖାସ୍ତ

କୋଲକତା, ୨୮ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୦୦କୋଟି ଟଙ୍କାର ଶିକ୍ଷକ ନିଯୁକ୍ତି (ଏସ୍ଏସ୍ସି) ଘୋଟାଲାରେ ଅଭିଯୁକ୍ତ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଛନ୍ତି । ଏ ସମ୍ବନ୍ଧୀୟ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ପାର୍ଥଙ୍କ ପାଖରେ ଥିଲା ଶିଳ୍ପ, ସଂସଦୀୟ ବ୍ୟାପାର ଓ ଆଇଟି ଆଣ୍ଡ ଇଲେକ୍ଟ୍ରୋନିକ୍ସ ବିଭାଗ । ଏହାଛଡା ଦଳରୁ ପାର୍ଥଙ୍କୁ ସସ୍ପେଣ୍ଡ କରିଦିଆଯାଇଛି ।
ପାର୍ଥ ଓ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ୨୩ତାରିଖ ଦିନ ଗିରଫ କରିଥିଲା । ବିଶେଷ ଅଦାଲତ ପାର୍ଥଙ୍କୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଇଡି ରିମାଣ୍ଡରରେ ରହିବା ଲାଗି ନିଦେ୍ର୍ଦଶ ଦେଇଛନ୍ତି । ଇଡି ଇତି ମଧ୍ୟରେ ଅର୍ପିତାଙ୍କ ୪ଟି ଫ୍ଲାଟ୍ ଉପରେ ଚଢଉ କରି ୫୩ କୋଟିରୁ ଅଧିକ ନଗଦ ଟଙ୍କା, ପ୍ରାୟ ତିନି କୋଟି ଟଙ୍କାର ସୁନା ଗହଣା ଓ ବହୁ ପରିମାଣର ଡଲାର ଜବତ କରିଛି । ଇଡି ଏବେ ଏହି ମାମଲାରେ ‘ଅଦୃଶ୍ୟ ହାତ’ ସନ୍ଧାନରେ ଅଛି । ଅର୍ପିତାଙ୍କ ଘରୁ ମିଳିଥିବା ତିନିଟି ଡାଏରୀରେ ସାଙ୍କେତିକ ଭାଷାରେ କେତେକ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ରହିଛି ଯେଉଁମାନେ ଏହି ଘୋଟାଲାରେ ଉପକୃତ ହୋଇଥିବା ବିଶ୍ୱାସ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *