୩ଠ ଦିନରେ ପେନ୍ସନ୍ ଓ ଭବିଷ୍ୟନିଧି ଆଦେଶପତ୍ର
ଭୁବନେଶ୍ୱର(ବୁ୍ୟରୋ): ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ )ଙ୍କ ଆନୁକୂଲ୍ୟରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମ·ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏଜି ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ବରିଷ୍ଠ ଉପ -ମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଦାଲତରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଯୋଗଦେଇ ଏଜି ଅଫିସରେ ପେନସନ ଓ ଭବିଷ୍ୟନିଧି କାଗଜପତ୍ର ପହଞ୍ଚିବାର ୩୦ ଦିନ ମଧ୍ୟରେ ପେନସନ ମଞ୍ଜୁରୀପତ୍ର ତକ୍ରାଳ ପେନସନରମାନଙ୍କ ନିକଟକୁ ପଠାଇବାକୁ ନିର୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି ।
ଆସନ୍ତା ମାସରୁ ଜିଲ୍ଲାସ୍ତରୀୟ ପେନସନ ଅଦାଲତମାନ ଆୟୋଜନ କରାଯାଇ ସେହିଠାରେ ସେମାନଙ୍କର ମଞ୍ଜୁରୀପତ୍ର ପ୍ରଦାନ କରାଯିବ । ପରୀକ୍ଷାମୂଳକଭାବେ ମୟୂରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଦାଲତରେ ପେନସନ ମଂଜୁର କରାଯାଇଥିଲା । ଉପ -ମହାଲେଖାକାର (ପ୍ରଶାସନ) କିଶୋର ରେ‡ୀ ପୋଲୁ, ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ୍ଟ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଅଦାଲତ ପରି·ଳନାରେ ସହଯୋଗ କରିଥିଲେ । ୮୫ ଜଣ ଅବସରପ୍ରାପ୍ତ କର୍ମ·ରୀଙ୍କ ଆବେଦନ ଉପରେ ଶୁଣାଣି କରାଯାଇ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀପତ୍ର ପଠାଇବାକୁ ପ୍ରଧାନ ମହାଲେଖାକାର ନିର୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପୁରୁଷୋତ୍ତମ ବଳ, ସହକାରୀ ଲେଖା ଅଧିକାରୀ କଲ୍ୟାଣ କୁମାର ପଣ୍ଡା, ବବିତା ସେଠୀ ପ୍ରମୁଖ ସଂଯୋଜନା କରିଥିଲେ ।