ଧୋଇଗଲା ପ୍ରଶ୍ନକାଳ ଓ ଶୂନ୍ୟକାଳ

କଂଗ୍ରେସ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ ନେଇ ଗୃହରେ ଝଡ଼
ଭୁବନେଶ୍ୱର (ବୁ୍ୟରୋ): କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ନବନିର୍ବାତିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଆସିଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ରାଜନୀତି ଜୋରଧରିଛି । ରାଜ୍ୟରେ ଷୋଡ଼ଶ ବିଧାନସଭାର ଦଶମ ଅଧିବେଶନ ଜାରି ଥିବାବେଳେ ରାଜ୍ୟ ବିଜେପି ସଦସ୍ୟଙ୍କ ଦ୍ୱାରା ଉପରୋକ୍ତ ପ୍ରସଙ୍ଗକୁ ଗୃହରେ ଉତ୍ଥାପନ କରାଯାଇଛି, ଫଳରେ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି । କଂଗ୍ରେସ ସାଂସଦ ଅଧୀରରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିବାରୁ ଗୁରୁବାର ବିଜେପି ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ବିଜେପିର ସମସ୍ତ ସଦସ୍ୟ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ଆଦିବାସୀ ଓ ମହିଳା ବିରୋଧୀ ବୋଲି ନାରାବାଜି କରିଥିଲେ, ଯାହାଫଳରେ ପ୍ରଶ୍ନକାଳ ଚାଲି ପାରିନଥିଲା । ତାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଥିବା ନଜରକୁ ଆସିଛି ।
ସୂଚନାଥାଉ କି, ସଂସଦରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ରାଜ୍ୟ ବିଧାନସଭାରେ ଝଡ଼ ଦେଖିବାକୁ ମିଳିଛି । ବିଜେପି ବିଧାୟକ ଗୃହର ମଧ୍ୟ ଭାଗରେ ପ୍ଲା-କାର୍ଡ ଧରି ଜୋରଦାର ନାରବାଜି କରିଛନ୍ତି । ବାଚସ୍ପତି ଗୃହକୁ ପ୍ରବେଶ କରିବା କ୍ଷଣି ବିଜେପି ବିଧାୟକମାନେ ନାରାବାଜି ଆରମ୍ଭ କରିଥିଲେ । ବିଜେପିର ସମସ୍ତ ବିଧାୟକ ପୋଡିୟମ ନିକଟକୁ ·ଲି ଆସିଥିଲେ । ଏହି ପ୍ରସଙ୍ଗ ପ୍ରଶ୍ନକାଳ ବଦଳରେ ଶୂନ୍ୟକାଳରେ ଉଠାଇବା ଲାଗି ବାଚସ୍ପତି ବିଜେପି ବିଧାୟକଙ୍କୁ ପରାମର୍ଶ ଦେଇଥିଲେ । ହେଲେ ବିଜେପି ବିଧାୟକ ଏହାକୁ ଗ୍ରହଣ କରିନଥିଲେ ଓ ହୋ-ହଲ୍ଲା ଜାରି ରଖିଥିବା ନଜରକୁ ଆସିଥିଲା । ଗୃହର କାର୍ଯ୍ୟ ସ୍ୱାଭାବିକ କରିବା ଲାଗି ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ । ନିଜ ସ୍ଥାନକୁ ଫେରି ଯାଇ ପ୍ରଶ୍ନକାଳରେ ସାମିଲ ହେବା ଲାଗି ବାଚସ୍ପତି ବିରୋଧୀ ଦଳ ବିଧାୟକଙ୍କୁ ଅନୁରୋଧ କରିଥିଲେ । ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ମାତ୍ର ୫ ମିନିଟ୍ ଜାରି ରହିଥିଲା । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୃହରେ ବିଭିନ୍ନ ବିଧାୟକଙ୍କର ଉତ୍ତର ରଖୁଥିଲେ । ଏହାରି ମଧ୍ୟରେ ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ବାଚସ୍ପତିଙ୍କ ନିକଟକୁ ଆସିଥିଲେ । କିଛି ଆଲୋଚନା କରି ଫେରି ଯାଇଥିଲେ । ପୁନର୍ବାର ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ଲାଗି ବାଚସ୍ପତି ଅନୁରୋଧ କରିଥିଲେ । ହେଲେ ପୂର୍ବ ଅବସ୍ଥା ଜାରି ରହିବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *