୪ର୍ଥ ଲୋକର ଶବ ଉଦ୍ଧାର: ମାରିଲା କିଏ?
ଛେଳି ଚୋରି କରିବାକୁ ଆସି ଧରାପଡ଼ିଲେ ୩
କଣ୍ଟାପଡ଼ା (ଆପ୍ର): ଗତକାଲି ଓଲଟପୁର ଥାନା ବାଇରୋଇ ନିକଟରେ ଛେଳି ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ବୁଧବାର ଦିନ ଗିରଫ କରିଥିବା ବେଳେ ଅନ୍ୟ ଜଣକୁ ଗ୍ରାମବାସୀ ସନ୍ଧ୍ୟାବେଳେ ଥାନାରେ ଦେଇଛନ୍ତି । ଛେଳି ଚୋରି କରିବା ପାଇଁ ଆସିଥିବା ଚାରି ଜଣ ଆସିଥିବା କଥା ପୁଲିସ୍ ଆଗରେ ସେମାନେ ସ୍ୱୀକାର କରିଥିଲେ । ସେଥି ମଧ୍ୟରୁ ଜଣଙ୍କର ପତ୍ତା ମିଳିନଥିଲା ।
ଆଜି ସକାଳୁ ବାଇରୋଇ ଓଲଟପୁର ନିରତାର ରାସ୍ତା ପାଶ୍ୱର୍ କେନାଲରେ ଏକ ମୃତଦେହ ଭାସୁଥିବା ଜଣାପଡିଥିଲା । ପୁଲିସ୍ ଏହାକୁ ଉଦ୍ଧାର କରି ଜାଣିବାକୁ ପାଇଥିଲା ସୂତାହାଟ ଥାନା ଲାଲ୍ବାଗ୍ ଅଞ୍ଚଳର ଅରୁପ ପାଢୀ, ପିତା ଶିଶିର ପାଢୀ । ଏହି ବ୍ୟକ୍ତି ଜଣକ କେନାଲ ଭିତରକୁ କିଭଳି ଆସିଲେ । ଦୁଇ ଜଣଙ୍କୁ ପୁଲିସ୍ ଗିରଫ କରିଥିଲେ ଅନ୍ୟ ଦୁଇ ଜଣ ସନ୍ଧ୍ୟା ପର୍ଯ୍ୟନ୍ତ କେଉଁଠି ଥିଲେ । ଗ୍ରାମବାସୀମାନେ ଜଣକୁ କେଉଁଠାରୁ ଉଦ୍ଧାର କରି ପୁଲିସ୍ ଜିମା ଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ଯୁବକକୁ ପିଟି ପିଟି ମାରି ପ୍ରମାଣ ନଷ୍ଟ କରିବା ପାଇଁ କେନାଲକୁ ଫୋପାଡି ଦିଆଯାଇଛି । ଅପରପକ୍ଷରେ ଅନ୍ୟ ଅଭିଯୁକ୍ତମାନେ କଟକ କ୍ୟାଣ୍ଟନ୍ମେଣ୍ଟ୍ ଥାନା ଏସ୍. କେ. ଆଜାରୁଦ୍ଦିନ୍ (୩୮), ଜଗତପୁର ପୀରବଜାର ସାହବେ୍ ଖାନ୍ (୨୭) ଓ ସବିର୍ ଖାନ୍ (୨୫) ପୁଲିସ୍ ଏହି ଘଟଣାରେ ବ୍ୟବହୃତ କାର୍ ଓଆର୍-୧୯ଇ-୮୫୮୫କୁ ଜବତ କରିଥିବାବେଳେ ସେମାନଙ୍କ ନିକଟରେ ତିନୋଟି ଛେଳି ଜବତ କରିଛି । ଏସଂକ୍ରାନ୍ତ ପୁଲିସ୍ ଓଲଟପୁର ଥାନା କେସ୍ ନଂ – ୭୭/୨୨ ରୁଜୁକରି ତଦନ୍ତ ଚଳାଇଛି । ଏ ସମ୍ପର୍କରେ ଛେଳି ମାଲିକ ମହମ୍ମଦଙ୍କ ଅଭିଯୋଗ କ୍ରମେ ପୁଲିସ୍ ମାମଲା ରୁଜୁ କରିଛି ଓ ଛେଳିଗୁଡିକ ମାଲିକଙ୍କୁ ଜିମା ଦେଇଛି ।