ପଥର ପ୍ୟାକିଂ ପାଇଁ ଗ୍ରାମବାସୀଙ୍କ ଦାବି

ବରୀ (ଆପ୍ର): ବରୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଯାଜପୁର ବ୍ଲକ୍‌ ଛତିଶଦେବିଲ ପଞ୍ଚାୟତର ୭ ନଂ ୱାର୍ଡର ବଣିଆପାଟଣା ଗ୍ରାମର ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ପରିବାର ରହୁଥିବା ବେଳେ ଖରସ୍ରୋତା ଓ ବୁଢାନଦୀର ମିଶ୍ରଣ ସ୍ଥଳୀ ହୋଇଥିବାରୁ ଗାଁଟି ଏବେ ନଦୀ ମୁହଁକୁ ଠେଲି ହୋଇଯାଉଛି । ନଦୀ କୂଳରେ ଧୀରେ ଧୀରେ ଅତଡା ଖାଇ ଖାଇ ଉଭୟ ନଦୀ ଏବେ ଗାଁ ମୁହାଁ । ଦୁଇଟି ନଦୀର ମିଶ୍ରଣ ସ୍ଥଳୀ ହୋଇଥିବାରୁ ପାଣିର ମାଡ ବଣିଆପାଟଣା ଗ୍ରାମକୁ ପ୍ରଭାବିତ କରୁଛି । ଏହାଯୋଗୁଁ ଧୀରେ ଧୀରେ ଗ୍ରାମର ବହୁ ଅଞ୍ଚଳ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି ।
ଗ୍ରାମବାସୀ କହିବା କଥା ଉଭୟ ନଦୀରେ ପାଣି ବଢିଲେ ବନ୍ୟା ଆସିଲେ ଗାଁ କୁ ପାଣି ମାଡିଆସେ । ବାଧ୍ୟ ହୋଇ ଗ୍ରାମବାସୀମାନେ ନଦୀବନ୍ଧରେ ଆଶ୍ରୟ ନିଅନ୍ତି । ନଦୀ କୂଳରେ ଘର କରି ରହୁଥିବା ପରିବାର ନଦୀରେ ବଢ଼ି ହେଲେ ସମସ୍ତେ ଭୟରେ ରହିଥାନ୍ତି କାଳେ କେବେ ପାଣି ଆସିଯିବ । ନଦୀ ଖାଉଥିବା ସ୍ଥାନରେ ପଥର ପ୍ୟାଙ୍କି ନିର୍ମାଣ କରିବା ପାଇଁ ଗ୍ରାମର କାହ୍ନୁଚରଣ ସାହୁ, ଜନାର୍ଦ୍ଦନ ସାହୁ, ରଘୁ ନାୟକ, ସୀତାରାମ ଓଝା, ଦୁର୍ଯେ୍ୟାଧନ ବେହେରା, ମରଲୀଧର ବେହେରା, ଗିରଧାରୀ ବେହେରା, ମହେନ୍ଦ୍ର ବେହେରା, କୃପାସିନ୍ଧୁ ଓଝା, ଗୋପାଳ ନାୟକ, ଜିତେନ୍ଦ୍ର ସାହୁ, ବିଜୟ ସାହୁ, ପ୍ରମୁଖ ବହୁ ଗ୍ରାମବାସୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *