ଦାବି ପୂରଣ ନ ହେଲେ ଆନେ୍ଦାଳନ ଜୋରଦାର

ଭଦ୍ରକ (ଆପ୍ର): ଭଦ୍ରକ ଜିଲ୍ଲାରେ ୨୦୦୮ରୁ ଏଯାବତ୍ ନିଯୁକ୍ତିର ନ୍ୟାୟ ଆଶାରେ ସଂଘର୍ଷ ଜାରି ରଖିଥିବା ପ୍ରାୟ ୨ହଜାରରୁ ଅଧିକ ଗାଁସାଥୀଙ୍କ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ସଂଗଠକମାନେ ଗୁରୁବାର କେତେକ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହିତ ପ୍ରତିବାଦ ସଭା କରିଥିଲେ । ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଂଯୋଜକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ସଭାରେ ସଂଘର ୧୫ ଦଫା ଦାବି ଉପସ୍ଥାପନ କରାଯିବା ସହିତ ଜିଲ୍ଲାର ୫ଗୋଟି ପ୍ରମୁଖ ସାମାଜିକ ଦାବି ଉପସ୍ଥାପନ କରାଯାଇଥିଲା । ଓଡ଼ିଶାର ଗାଁସାଥୀ (ମେଟ୍)ଙ୍କୁ ଗ୍ରାମୀଣ ସ୍ତରରେ ପର୍ଯ୍ୟାପ୍ତ ସରକାରୀ କାର୍ଯ୍ୟ ପ୍ରଦାନ ସହିତ ମାସିକ ୮ହଜାର ଟଙ୍କାରୁ ଅଧିକ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ସରକାର ଦେଇଥିବା ୩ଥର ପ୍ରତିଶ୍ରୁତି ପୂରଣ କରି ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ ।
ଏହି ସମସ୍ତ ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଗାଁସାଥୀ ସଂଗଠନର ପ୍ରମୋଦ ସାମଲ, ମନୋଜ ପାଢ଼ୀ ପ୍ରମୁଖ ଦାବି ପୂରଣ ନ ହେଲେ ଆନେ୍ଦାଳନକୁ ଜୋର୍ଦାର କରିବାକୁ ଚେତାବନୀ ଦେଇଥିଲେ । ପରେ ପ୍ରଶାସନ ପକ୍ଷରୁ ଗାଁସାଥୀ (ମେଟ୍)ର ଏକ ୮ଜଣିଆ ପ୍ରତିନିଧିଙ୍କ ସହିତ ଅପରାହ୍ଣରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବୈଠକ ହୋଇ ଆଲୋଚନା ହୋଇଥିଲା । ଆଲୋଚନାରେ ଗାଁସାଥୀଙ୍କ ବକେୟା ଦେୟ ୧୫ ଦିନ ମଧ୍ୟ ପ୍ରଦାନ କରାଯିବା, ଗାଁସାଥୀ (ମେଟ୍)ଙ୍କୁ ବିଶ୍ୱାସକୁ ନେଇ ସରକାରୀ ଗାଇଡଲାଇନ୍ ଅନୁଯାୟୀ କାର୍ଯ୍ୟ ପ୍ରଦାନ ଭଳି ୧୫ ଦଫା ଦାବି ମଧ୍ୟରୁ ୭/୮ଟି ଦାବିର ସମାଧାନ ହେବା ସହ ତୁରନ୍ତ ପୂରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସଂଯୋଜକ ଶ୍ରୀ ବିଶ୍ୱାଳଙ୍କ ସହିତ ପିଡି ଇନ୍ଦ୍ରମଣି ନାୟକ, ଜିଲ୍ଳାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଏପିଡି ପ୍ରହଲ୍ଳାଦ ରଣା, ଉପଜିଲ୍ଲପାଳ ମନୋଜ ପାତ୍ର, ମନରେଗା ସଂଯୋଜିକା ସସ୍ମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *