ଆଇନ ଆଗରେ ସମସ୍ତେ ସମାନ

୪୧ ନୂଆ ସରକାରୀ ଓକିଲଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୭ା୭ (ବୁ୍ୟରୋ): ଆଇନ ଆଗରେ ସମସ୍ତେ ସମାନ । ଏହା କେବଳ ଏକ ଉକ୍ତି ହାଇ ରହିବା ଉଚିତ ନୁହେଁ । ଗରିବ ଶ୍ରେଣୀର ଲୋକମାନେ ଏହାକୁ ଅନୁଭବ କରିବା ଉଚିତ୍‌ ଏବଂ ଆମର ନ୍ୟାୟ ବିତରଣ ବ୍ୟବସ୍ଥା ଉପରେ ଗରୀବ ଲୋକଟିଏ ମଧ୍ୟ ସମ୍ପୂର୍ଣ୍ଣ ବିଶ୍ୱାସ ରହିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରିୀ ନବୀନ ପଟ୍ଟନାୟକ କହିଛନ୍ତି । ବୁଧବାର ରାଜ୍ୟ ସରକାର ୪୧ ଜଣ ସହାୟକ ପବ୍ଲିକ ପ୍ରସିକୁ୍ୟଟରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏନେଇ ଭଚୁଆଲ ପ୍ଲାଟଫର୍ମରେ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେଇ ନିଯୁକ୍ତି ମିଳିଥିବା ସହାୟକ ସରକାରୀ ଓକିଲଙ୍କୁ ଆଗକୁ କର୍ମକ୍ଷେତ୍ରରେ କାର୍ଯ୍ୟକରିବାକୁ ଦିର୍ଗଦର୍ଶନ ଦେଇଥିଲେ ।
ଗରିବ ଲୋକମାନେ କିଭଳି ସ୍ୱଳ୍ପ ବା ବିନା ମୂଲ୍ୟରେ ନ୍ୟାୟ ପାଇବେ ସେନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ନ୍ୟାୟ ବିତରଣ ବା ଗରିବ ଲୋକମାନେ କିଭଳି ଆଇନର ପରାମର୍ଶ ପାଇବେ ସେନେଇ ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେଇ ନିଯୁକ୍ତି ମିଳିଥିବା ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କ ଉଦେ୍ଦଶ୍ୟରେ କହିଥିଲେ, ଲୋକଙ୍କ ସେବା ପାଇଁ ହୃଦୟରୁ ଉତ୍ସର୍ଗିକୃତ ଭାବେ କାର୍ଯ୍ୟ କରିବାର ସମୟ ଆସିଛି । ଏକ ନ୍ୟାୟପୂର୍ଣ୍ଣ ଓ ସମାନ ସମାଜ ଗଠନରେ ଏହି କର୍ମଚାରୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇଥିବା ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ନ୍ୟାୟ ଏବଂ ସମାନ ସମାଜର ଦୃଷ୍ଟିକୁ ହୃଦୟଙ୍ଗମ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନେ ରାଜ୍ୟର ବିଭିନ୍ନ ଅଦାଲତରେ କାମ କରିଥିବା ଅଭିଜ୍ଞ ଲୋକ । ଗରିବ ଲୋକଙ୍କ ପାଇଁ ନ୍ୟାୟ ବିତରଣ କ୍ଷେତ୍ରରେ ସେମାନେ ସର୍ବୋତ୍ତମ ପ୍ରୟାସ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି । ଏହି ନିଯୁକ୍ତି ଦ୍ୱାରା ଓଡିଶାରେ ନ୍ୟାୟ ପାଇବାରୁ ବଞ୍ଚôତ ହେଉଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆସିବା ସହ ଶୀଘ୍ର ଓ ସ୍ୱଚ୍ଛ ଢଙ୍ଗରେ ନ୍ୟାୟ ପ୍ରଦାନ ଦିଗରେ ଏହି କର୍ମଚାରୀମାନେ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ନୂତନ ଭାବେ ନିଯୁକ୍ତି ପାଇଥିବା ଲୋକଙ୍କୁ ସଚ୍ଚୋଟତା ଓ ସ୍ୱଚ୍ଛତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ନ୍ୟାୟର ଶୀଘ୍ର ବିତରଣ ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *