ସ୍ୱଚ୍ଛତା ସରକାରଙ୍କ ମୂଳମନ୍ତ୍ର
ପିସି କାରବାର ଉପରେ ମୁଲତବୀ ପ୍ରସ୍ତାବ
ଭୁବନେଶ୍ୱର, ୨୭ା୭ (ବୁ୍ୟରୋ): ରାଜ୍ୟରେ ସରକାରୀ ସ୍ତରରେ କାର୍ଯ୍ୟରତ ସବୁ ବର୍ଗର ଅଧିକାରୀ ଦୁର୍ନିତୀରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟପ୍ ପିସି କହିବା ଦିନଠୁ ରାଜ୍ୟରେ ପିସି କାରବାର କମିବା ପରିବର୍ତ୍ତେ ଅଧିକ ବଢିଥିବା ନଜରକୁ ଆସିଛି । କେବଳ ନିର୍ମଳ ଭାବମୂର୍ତ୍ତୀ ଗଠନ କରିବା ପାଇଁ ଶୂନ୍ୟ ସହନଶୀଳତା କଥା ସରକାର କହୁଛନ୍ତି । ଏହି ଶବ୍ଦ ମୁଖ୍ୟମନ୍ତ୍ରୀ ଭାବମୂର୍ତ୍ତି ଗଠନ କରିବା ପାଇଁ ଅମୋଘ ଅସ୍ତ୍ର ହୋଇଛି । ବିଜେଡି ସରକାର ନୁହେଁ ବରଂ ଏହା ପିସି ସରକାର ବୋଲି ବୁଧବାର ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛି ।
ଶୂନ୍ୟକାଳରେ ବିଜେପି ପକ୍ଷରୁ ଆଗତ “ରାଜ୍ୟରେ ପିସି କାରବାର ଚରମ ସୀମାରେ, କୋଟିପତି ନିମାପଡା ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି । ରାଜ୍ୟରେ ପିସି କାରବାର ଭୟାବହ ରୋଗରେ ପରିଣତ ହୋଇଛି ବୋଲି ଆଲୋଚନାବେଳେ ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପୂଜାରୀ ବିରୋଧୀଙ୍କ ଅଭିଯୋଗର ଜବାବ ରଖି କହିଛନ୍ତି, ରାଜ୍ୟରେ ପିସି କାରବାର ଚରମ ସୀମାରେ ପହଞ୍ଚôବା ସତ୍ୟ ନୁହେଁ, ସମ୍ପୂର୍ଣ୍ଣ ଭିତ୍ତିହିନ । ସ୍ୱଚ୍ଛତା ସରକାରଙ୍କ ମୂଳମନ୍ତ୍ର । ଦୁର୍ନିତୀକୁ ମୂଳପୋଛ କରିବା ପାଇଁ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । କଣ୍ଟ୍ରାକ୍ଟରଙ୍କୁ ଲାଇସେନ୍ସ ପ୍ରଦାନଠୁ ବିଲ୍ ପୈଠ ପର୍ଯ୍ୟନ୍ତ ସବୁ କିଛି ଅନ୍ଲାଇନରେ ହେଉଛି । ଏଥିରେ ଦୁର୍ନିତୀର ସ୍ଥାନ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରି କହିଛନ୍ତି ।
ସେହିପରି ୧ ଜାନୁଅ ।ରୀ ୨୦୨୧ରୁ ୩୦ ଜୁନ ୨୦୨୨ ମଧ୍ୟରେ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ୭୫୮ ଜଣଙ୍କ ବିରୋଧରେ ୪୦୪ଟି ଅପରାଧିକ ମାମଲା ରୁଜ୍ଜୁ ହୋଇଛି । ଯେଉଁଥରେ ୭୬ ଜଣ ‘କ’ ବର୍ଗ ଅଧିକାରୀ ଓ ୬୮ ଜଣ ‘ଖ’ ବର୍ଗ ଅଧିକାରୀ ସଂଶ୍ଳିଷ୍ଟ ଅଛନ୍ତି । ଅନୂରୁପ ଭାବେ ୪୩ ଜଣ ‘କ’ ବର୍ଗ ଓ ୪୯ ଜଣ ‘ଖ’ ବର୍ଗ ଅଧିକାରୀଙ୍କ ସମେତ ୨୭୨ ଜଣଙ୍କୁ ଗିରଫ କରାଯାଇଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ଟ୍ରାପ କେସରେ ୨୫୪.୫୭ କୋଟି ଟଙ୍କା ଜବତ କରାଯାଇଛି । ୧୦ ଜଣ ‘କ’ ବର୍ଗ ଓ ୫ ଜଣ ‘ଖ’ ବର୍ଗ ଅଧିକାରୀଙ୍କ ସମେତ ୮୮ ଜଣ ବ୍ୟକ୍ତି ୭୫ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୬ ଜଣ ଦୋଷୀ କର୍ମ·ରୀଙ୍କୁ ·କିରୀରୁ ବରଖାସ୍ତ କରାଯାଇଛି । ୧୫ ଜଣ ଅବସରପ୍ରାପ୍ତ କର୍ମ·ରୀଙ୍କ ପେନସନ ବନ୍ଦ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟ ଭିଜିଲାନ୍ସ ନିଜର ପୂର୍ବ ରେକର୍ଡକୁ ଅତିକ୍ରମ କରି ଜଣେ ‘ଖ’ ବର୍ଗ ଅଧିକାରୀଙ୍କ ଠାରୁ ୧୪ କୋଟି ୮୮ ଲକ୍ଷ ୯୧ ହଜାର ୧୯୪ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଛି । ଗୋଟିଏ ଟ୍ରାପ କେସରେ ଜଣେ ‘ଖ’ ବର୍ଗ ଅଧିକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଠାବ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଥାଉ କି, ବିଜେପି ପକ୍ଷରୁ ଦିଆଯାଇଥିବା ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ପ୍ରଥମେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ ନିଜ ଦାବି ଉପସ୍ଥାପନ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ ବର୍ଗର ଅଧିକାରୀ ଦୁର୍ନିତୀ ସହ ଲିପ୍ତ ଅଛନ୍ତି । ବ୍ଲକ୍ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ସବୁଠି ପିସି କାରବାର ହେଉଛି । ବିନା ପିସିରେ ନାଗରିକଙ୍କୁ ସେବା ମିଳୁ ନ ଥିବା ଅଭିଯୋଗ କରିଥିଲେ । ପରେ ପରେ କଂଗ୍ରେସ ବିଧାୟକ ସନ୍ତୋସ ସିଂ ସାଲୁଜା ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ପ୍ରତି ଥିବା ପ୍ରେମ କଥା ଉଠାଇଥିଲେ । ଏପରିକି ରାଜ୍ୟ ସରକାରଙ୍କ ଶାସନରେ ମନ୍ତ୍ରୀ, ବିଧାୟକଙ୍କର କିଛି କାମ ନାହିଁ କେବଳ ଦସ୍ତଖତ କରିବା ପାଇଁ ସେମାନେ ରହିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏପରିକି କିଛି ମନ୍ତ୍ରୀଙ୍କ ଡିଜିଟାଲ ଦସ୍ତଖତ ବିଭାଗୀୟ କର୍ତ୍ତୃପକ୍ଷ ରଖିଛନ୍ତି । ଫଳରେ କିଛି ମନ୍ତ୍ରୀ ନିଜ କକ୍ଷକୁ ବର୍ଷ ବର୍ଷ ଧରି ଆସୁନଥିବା ସେ ପ୍ରକାଶ କରିଥିଲେ ।
ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେପି ବିଧାୟକ ସନାତନ ବିଜୁଳି ଓ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ଶୂନ୍ୟକାଳରେ ଏନେଇ ଘମାଘୋଟ ଆଲୋଚନା ହୋଇଥିବାବେଳେ ଶେଷରେ ଶାସକ ଦଳ ବିଧାୟକ ଅମରପ୍ରସାଦ ଶତପଥୀ, ବୈମକେଶ ରାୟ ଓ ଦେବେସ୍ ଆଚାର୍ଯ୍ୟ ପିସି କ୍ଷେତ୍ରରେ ରାଜ୍ୟ ସରକାର ନେଇଥିବା ଦୃଷ୍ଟାନ୍ତ ମୂଳକ ପଦକ୍ଷେପଗୁଡ଼ିକ ଉପରେ ମତ ରଖିଥିଲେ । କିପରି ରାଜ୍ୟ ସରକାର ଦୁର୍ନିତୀଗ୍ରସ୍ତ ଅଫିସରଙ୍କୁ ଅବିଳମ୍ବେ ଜେଲ୍ ପଠାଇଛନ୍ତି ତାର ଉଦାହରଣ ଦେଇଥିଲେ । ସ୍ୱଚ୍ଛତା ରାଜ୍ୟ ସରକାରଙ୍କ ମୂଳମନ୍ତ୍ର ବୋଲି ବିଜେଡି ବିଧାୟକମାନେ ମତ ପ୍ରକାଶ କରିଥିଲେ ।