କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ନଂ ୧
କନ୍ଦମୂଳ ଉତ୍ପାଦନରେ ଓଡିଶା ନଂ ୧ । ବିଧାନସଭାର ଶୂନ୍ୟକାଳରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ବିଭିନ୍ନ ପନିପରିବା ଏବଂ ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ସରଗରମ ଆଲୋଚନା ହୋଇଛି । ପରିବା ବିକ୍ରି ନେଇ ବଜାର ନଥିବା ବିରୋଧୀ ଅଭିଯୋଗ କରିଛନ୍ତି । କୃଷିମନ୍ତ୍ରୀ ଗୃହରେ କହିଛନ୍ତି, କନ୍ଦମୂଳ ଉତ୍ପାଦନରେ ଓଡିଶା ଏକ ନଂ ସ୍ଥାନ ଅଧିକାର କରିଛି । ସେହିପରି ବାଇଗଣ ଓ ବନ୍ଧା କୋବିରେ ଦ୍ୱିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି । ୩ କୋଟି ୬୪ ଲକ୍ଷ ଆମ୍ବ, କାଜୁ, କମଳା ଲେମ୍ବୁ, ଲିଚୁ, ନଡ଼ିଆ, ପିଜୁଳି ଭଳି ·ରା ·ଷୀ ଏବଂ ବିଭିନ୍ନ ସଂଗଠନଙ୍କୁ ବଣ୍ଟା ଯାଇଛି । ଓଡିଶା କୃଷି ନିଗମ ଶିଳ୍ପ ଦ୍ୱାରା ଖତ ସାର ଯୋଗାଇ ଦିଆଯାଉଛି । କୃଷକମାନେ ଫସଲର ସଠିକ ପରି·ଳନା କଲେ ହେକ୍ଟର ପିଛା ଅଁଳା ହେକ୍ଟର ପିଛା ୧୫୬ କ୍ୱିଣ୍ଟାଲ ଏବଂ ପିଜୁଳି ୬୬ କ୍ୱିଣ୍ଟାଲ, ପଣସ ୩୧୨ କ୍ୱିଣ୍ଟାଲ ଓ ଆମ୍ବ ୧୨୦ କ୍ୱିଣ୍ଟାଲ ଉତ୍ପାଦନ ହୋଇପାରିବ । ଫଳର ଓ ପନିପରିବାର ମୂଲ୍ୟ ବିକ୍ରି ଓ ଦର ବଜାର ସ୍ଥିତି ଉପରେ ନିର୍ଭର କରେ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ବିରୋଧୀ ଅଭିଯୋଗ କରିଛନ୍ତି, ପରିବା ବିକ୍ରି ପାଇଁ ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ରାଜ୍ୟରେ ଉତ୍ପାଦନ ହେଉଥିବା ପନିପରିବା ଏବଂ ଫଳମୂଳ ବାହାରକୁ ·ଲି ଯାଉଛି । ଏହି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଅଭିଯୋଗ କରିଛନ୍ତି, ସରକାର ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ତାହାକୁ ଆଗକୁ ବଢିପାରୁ ନାହିଁ । ବର୍ଷେ ପୂର୍ବରୁ ସରକାର ମୋ ଖତ ଯୋଜନା କରିଥିଲେ । ଏବେ ଖତ ମିଳୁନାହିଁ ।