‘କାଲି ପାଇଁ କାଲିର ସିନେମା’କୁ ଜାତୀୟ ସ୍ୱୀକୃତି
ବିଶିଷ୍ଟ ଓଡ଼ିଆ ସିନେ ଗବେଷକ ସୂର୍ଯ୍ୟ ଦେଓଙ୍କୁ ଗୀତଗୋବିନ୍ଦ ଭବନରେ ସମ୍ବର୍ଦ୍ଧନା
ଭୁବନେଶ୍ୱର (ବୁ୍ୟରୋ): ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ପ୍ରଖ୍ୟାତ ସିନେ ଗବେଷକ ଓ ଲେଖକ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ଦେଓ ସମ୍ବର୍ଦ୍ଧିତ ହୋଇଛନ୍ତି । ଦୈନିକ ଓଡ଼ିଆ ଖବରକାଗଜ ସର୍ବସାଧାରଣ, ଭୁବନେଶ୍ୱର ସାହିତ୍ୟ ସମାଜ, ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ଓ ସୃଜନ ପକ୍ଷରୁ ଆୟୋଜିତ ଏହି ସମାରେହରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ବିଶିଷ୍ଟ ଓଡ଼ିଆ ସିନେ ଗବେଷକ ତଥା ସଂରକ୍ଷକ ସୂର୍ଯ୍ୟ ଦେଓଙ୍କ ସହ ସମ୍ପର୍କ ବହୁ ପୂରୁଣା । ତାଙ୍କ ଲିଖିତ ପୂସ୍ତକ ‘କାଲି ପାଇଁ କାଲିର ସିନେମା’ର ୯୦% ଅଂଶ ସର୍ବସାଧାରଣ ଖବର କାଗଜର ସାହିତ୍ୟ ପତ୍ରିକା ‘ଶିଶିର’ରେ ପ୍ରକାଶିତ ହୋଇଛି । ଯାହା ପରବର୍ତ୍ତି ମୂହୁର୍ତ୍ତରେ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ପୁସ୍ତକ ବିବେଚିତ ହେବା ଅତ୍ୟନ୍ତ ଗର୍ବ ଓ ଗୈାରବର ବିଷୟ । ସୂର୍ଯ୍ୟ ଏହି ପରି କାଳଜୟୀ ପୁସ୍ତକ ରଚନା ଜାରି ରଖିବା ସହ ଓଡ଼ିଶାର ଗୁଣଗାରିମା ଜାତୀୟ ସ୍ତରରେ ଉଚ୍ଚା କରନ୍ତୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ସେହିପରି ସୂର୍ଯ୍ୟଙ୍କ ପରି ଜଣେ ସାରସ୍ୱତ ସାଧକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରିବାର ସୁଯୋଗ ମିଳିଛି । ଯାହାକି ଅତ୍ୟନ୍ତ ଖୁସିର ବିଷୟ ବୋଲି ସେ କହିଛନ୍ତି । ଉତ୍ସବରେ ଓଡ଼ିଆ କଥାଚିତ୍ର ଜଗତର ପ୍ରଖ୍ୟାତ ପଯୋଜକ ଓ ନିଦେ୍ର୍ଦଶକ ସବ୍ୟସାଚୀ ମହାପାତ୍ର ଓ ବିଶିଷ୍ଟ ଲେଖକ, ଗବେଷକ ତଥା ଦୂରଦର୍ଶନର ପୂର୍ବତନ ନିଦେ୍ର୍ଦଶକ ଶାନ୍ତୁନୁ କୁମାର ରଥଙ୍କ ସମେତ ବିଶିଷ୍ଟ ସାହିତି୍ୟକ ଗୌରହରୀ ଦାସ, ଅସିତ୍ ମହାନ୍ତି, ରକ୍ଷକ ନାୟକ, ସୂର୍ଯ୍ୟ ମିଶ୍ର, ଅଭିରାମ ବିଶ୍ୱାଳ, ରଜନୀ ରଞ୍ଜନ, ଦେବପ୍ରସାଦ ଦାସ, ଅଜୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ନିଜ ଅଭିଭାଷଣ ରଖିଥିବା ଜଣାପଡ଼ିଛି ।