ହଇଜାରେ ୧୩ ମୃତ, ଗାଁକୁ ଜଗିଛି ମୋବାଇଲ୍ ଟିମ୍

ମୋହନା/ରାୟଗଡ଼ା/କାଶୀପୁର (ଆପ୍ର): କେବିକେ ଅଞ୍ଚଳରେ ଏବେ ହଇଜା ଯୋଗୁ ମୋଟ୍ ୧୩ ଜଣଙ୍କର ମୃତୁ୍ୟ ହେଲାଣି । ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ସର୍ବାଧିକ ୯ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ କୋରାପୁଟ, ନବରଙ୍ଗପୁର, ଗଜପତି ଜିଲ୍ଲା ମୋହନା ବ୍ଲକ୍ ଓ ନୂଆପଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । କାଶୀପୁର ବ୍ଲକ୍ର ପହୁଣ୍ଡି, ବିଲାମାଳ, କମ୍ପର, ଚମ୍ପାଯୋଡ଼ି, ଇରିପିପୁଟ, ବାହାରକୁଟମି, କାଳିଆଯୋଡ଼ି, ବଡ଼ପୁକେଲ, ଦୁରଖାଲ, ସୋରିଷପଦର, ପଞ୍ଚାଳି, କପାଡାଙ୍ଗର ଗାଁରୁ ୧୪ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ମୁହାଁ ହୋଇଛି । ଏଥିପାଇଁ ବ୍ଲକ୍ରେ ୩୦୦ରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୨୦ଦିନର ନିରବଚ୍ଛିନ୍ନ ମୁକାବିଲା ପରେ ଏବେ ସ୍ଥିତି ସୁଧୁରୁଥିବା ଜଣାପଡ଼ିଛି । ୨୯୭ ଗାଁକୁ ସ୍ୱାସ୍ଥ୍ୟ ବିଭାଗ ନୀରିକ୍ଷଣରେ ରଖିଛି । ଆଜି ସୁଦ୍ଧା ଡାକ୍ତରଖାନାକୁ ଚିକିତ୍ସା ପାଇଁ ୧୫୦ଜଣ ଆକ୍ରାନ୍ତ ଆସିଥିବା ବେଳେ ୯୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି କୋରାପୁଟରେ ୬୩, ନବରଙ୍ଗପୁରରେ ୩୮, ସୋନପୁରରେ ୪୨, ନୂଆପଡ଼ା ଜିଲ୍ଲାରେ ୩୫, ମୋହନା ବ୍ଲକ୍ ପି.ଗୋବିନ୍ଦପୁର ଗାଁରେ ୫ଜଣ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡ. ନିରଞ୍ଜନ ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୦ ଜଣ ଏବେ ସୁସ୍ଥ ହୋଇଥିବା ବେଳେ ସୁସ୍ଥଙ୍କୁ ୫ ଦିନ ନିରୀକ୍ଷଣରେ ରଖାଯାଉଛି । ଏହି ଡାଇରିଆପ୍ରବଣ ୫ ଜିଲ୍ଲା ପ୍ରତି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *