୧ଠଠ ଦିନ କାମ ଯୋଗାଇବାକୁ ବିଡିଓଙ୍କୁ ଦାବିପତ୍ର

ମନରେଗା ପ୍ରକଳ୍ପ ନିର୍ମାଣରେ ବାଧା
ଛତ୍ରପୁର (ଆପ୍ର): ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଉଳଗାଁ ସରପଞ୍ଚ ପ୍ରତିମା ଦାସ ଓ ସମିତିସଭ୍ୟ ରାମଚନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ବଉଳଗାଁ, ଦିବ୍ୟସିଂହପୁର, ନିମପଲ୍ଲି, ଭାଗିରଥିପୁର, ରୁକୁଣୀଗାଁ ଓ ନନ୍ଦପଣ୍ଡାପଲ୍ଲିର ଶତାଧିକ ଜବ୍କାର୍ଡଧାରୀ ଶ୍ରମିକ ଓ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ମନରେଗା ଯୋଜନାରେ ନିର୍ମାଣ ପ୍ରକଳ୍ପ ଗୁଡ଼ିକରେ ବହୁ ବାଧା ସୃଷ୍ଟି ହେଉଥିବା ନେଇ ଭାରପ୍ରାପ୍ତ ବିଡିଓ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସରକାର ଗରିବ, ଖଟିଖିଆ ଓ ପ୍ରବାସୀ ଓଡ଼ିଆଙ୍କୁ ମନରେଗା ଯୋଜନାରେ ୧୦୦ ଦିନ ନିଶ୍ଚିତ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ପାଇଁ ଏହି ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ବଉଳଗାଁ ପଞ୍ଚାୟତରେ ଚାଲିଥିବା ମନରେଗା ଯୋଜନାର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ କିଛି ଅସାଧୁ ବ୍ୟକ୍ତି ବାରମ୍ବାର ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି ।
ଗତ କିଛି ଦିନ ତଳେ ପଞ୍ଚାୟତର ବିଭିନ୍ନ ନିର୍ମାଣଧିନ ପ୍ରକଳ୍ପର ସମୀକ୍ଷା କରି ଜିଲ୍ଲାପରିଷଦର ଏକ ଟିମ୍ କାମ ଠିକ୍ ଥିବା କହି କାର୍ଯ୍ୟ ଜାରି ରଖିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ନିଜର ରାଜନୈତିକ ଉଦେ୍ଦଶ୍ୟ ସାଧନ ନିମନ୍ତେ ଧମକ ଚମକ ଦେଇ ଜଣେ ବ୍ୟକ୍ତି କାମ ବନ୍ଦ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଯଦ୍ଦ୍ୱାରା ପଞ୍ଚାୟତର ଅନେକ ଉନ୍ନୟନ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଏହା ସହ ପ୍ରବାସୀ ଶ୍ରମିକ, ଗାଁର ଗରିବ ଶ୍ରେଣୀର ପରିବାର ମନରେଗା କାମ ପାଇବାରୁ ବଞ୍ଚôତ ହେଉଛନ୍ତି । ମିଥ୍ୟା ଓ ଭିତ୍ତିହିନ ଅଭିଯୋଗର ତଦନ୍ତ କରି ପ୍ରକଳ୍ପ ଗୁଡ଼ିକ ତ୍ୱରାନ୍ୱିତ କରିବା ପାଇଁ ଦାବି ହୋଇଛି । ନଚେତ ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟ ଗୁଡ଼ିକୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଜବ୍କାର୍ଡଧାରୀ ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ରଞ୍ଜନ ଦାସ, ପ୍ରିୟ ରଞ୍ଜନ ମିଶ୍ରଙ୍କ ସମେତ ଶତାଧିକ ଜବକାର୍ଡଧାରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *