୨୦୨୫ ମହିଳା ବିଶ୍ୱକପ୍ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ,୨୭ା୭ (ଏଜେନ୍ସି): ଭାରତ ୨୦୨୫ରେ ଆଇସିସି ଦିନିକିଆ ମହିଳା ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି । ପ୍ରାୟ ୧୨ ବର୍ଷ ପରେ ଭାରତ ଏହି ଦିନିକିଆ ବିଶ୍ୱକପ୍ ଆୟୋଜନ କରିବାର ସୁଯୋଗ ପାଇଛି । ଆଇସିସି ଆଗାମୀ ପାଞ୍ଚ ବର୍ଷ ପାଇଁ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ଘୋଷଣା ଅନୁସାରେ, ୨୦୨୪ ଏବଂ ୨୦୨୬ରେ ହେବାକୁ ମହିଳା ଟି-୨୦ ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ବାଂଲାଦେଶ ଏବଂ ଇଂଲଣ୍ଡକୁ ଦିଆଯାଇଛି । ଶ୍ରୀଲଙ୍କା ପ୍ରଥମ ମହିଳା ଟି-୨୦ ଚାମ୍ପିଅନ୍ସିପ୍ ୨୦୨୭ରେ ଆୟୋଜନ କରିବ । ଆୟୋଜନ ଘୋଷଣା ନିଲାମ ପ୍ରକି୍ରୟା ପରେ କରାଯାଇଛି । ପ୍ରତ୍ୟେକ ନିଲାମର ସମୀକ୍ଷା ଉପ-ସମିତି କରିଥିବାବେଳେ ଏହାର ଅଧ୍ୟକ୍ଷତା ମାର୍ଟିନ ସ୍ନେଡେନ୍ କ୍ଲେୟର୍ କର୍ଣ୍ଣର୍, ସୌରଭ ଗାଙ୍ଗୁଲି ଏବଂ ରିକି ସ୍କେରିଟ୍ଙ୍କ ସହ ସାମିଲ୍ ହୋଇଥିଲେ ।
ଏସିଆକୁ ୪ରୁ ୩ଟି ଆଇସିସି କାର୍ଯ୍ୟକ୍ରମରେ ଆୟୋଜକ ଦାୟିତ୍ୱ ମିଳିଛି, ତା’ମଧ୍ୟରେ ଇଂଲଣ୍ଡ ସାମିଲ୍ ଅଛି । ନିଲାମରେ ଭାରତକୁ ଦିନିକିଆ, ବାଂଲାଦେଶକୁ ଟି-୨୦ ବିଶ୍ୱକପ୍ ଦାୟିତ୍ୱ ମିଳିଥିବାବେଳେ ଶ୍ରୀଲଙ୍କାକୁ ଟି-୨୦ ଚାମ୍ପିଅନ୍ସିପ୍ ମିଳିଛି । ସେହିଭଳି ଇଂଲଣ୍ଡକୁ ଗୋଟିଏ ଟିି-୨୦ ବିଶ୍ୱକପ୍ ଦାୟିତ୍ୱ ଦିଆଯାଇଛି । ୧୨ ବର୍ଷ ପରେ ଭାରତ ଏହି ବିଶ୍ୱକପ୍ ଆୟୋଜନ କରୁଥିବାବେଳେ ପ୍ରଥମେ ୨୦୧୩ରେ ମହିଳା ଦିନିକିଆ ବିଶ୍ୱକପ୍ର ଆୟୋଜନ କରିଥିଲା । ଇଂଲଣ୍ଡ ୨୦୦୯ ପରେ ପ୍ରଥମ ମହିଳା ଟି-୨୦ ବିଶ୍ୱକପ୍ର ଆୟୋଜନ କରିବ । ସେହିଭଳି ବାଂଲାଦେଶ ଦ୍ୱିତୀୟ ଥର ମହିଳା ଟି-୨୦ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି । ଏନେଇ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଆୟୋଜନ ନେଇ କୌଣସି ଅଭାବ ଛାଡ଼ିବେ ନାହିଁ । ଆଇସିସି ଟୁର୍ଣ୍ଣାମେଣ୍ଟର ଲୋକପି୍ରୟତା ବଢ଼ାଇବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *