ଭାରତୀୟ ଖେଳାଳି ପ୍ରସ୍ତୁତ
ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨
ବର୍ମିଂହାମ୍,୨୭ା୭ (ଏଜେନ୍ସି): ଇଂଲଣ୍ଡର ବର୍ମିଂହାମ୍ରେ ୨୮ ଜୁଲାଇରୁ ୮ ଅଗଷ୍ଟ ଯାଏଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ ଆୟୋଜିତ ହେବାକୁ ଯାଉଛି । ଏହି କ୍ରୀଡ଼ା ମହାକୁମ୍ଭରେ ଭାରତର ୨୧୫ ଖେଳାଳି ଭାଗ ନେବାକୁ ଥିବାବେଳେ ସବୁଠୁ ଅଧିକ ପଦକ ଆଶା କରାଯାଉଥିବା ନୀରଜ ଚୋପ୍ରା ଆଘାତ ଯୋଗୁ ବାଦ୍ ପଡ଼ିଛନ୍ତି । ସେହିଭଳି କର୍ଣ୍ଣାଟକର ଐଶ୍ୱର୍ଯ୍ୟା ବାବୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଗସ୍ତ ପୂର୍ବରୁ ଡୋପ୍ ଟେଷ୍ଟରେ ବିଫଳ ହୋଇଯାଇଛନ୍ତି । ସେ ଟି୍ରପଲ୍ ଜମ୍ପରେ ଜାତୀୟ ରେକର୍ଡଧାରୀ । ଏଭଳି ପରିସ୍ଥିତିରେ ଏବେ ୨୧୩ ଭାରତୀୟ ଖେଳାଳି ତି୍ରରଙ୍ଗାର ଚମକ ପାଇଁ ଖେଳିବେ । ଚଳିତ ଥର ନୀରଜ୍ଙ୍କ ବଦଳରେ ପିଭି ସିନ୍ଧୁ ଉଦ୍ଘାଟନୀ ସମାରୋହର ଧ୍ୱଜାବାହକ ହେବେ ।
ଚଳିତ ବର୍ଷ ଏହି କ୍ରୀଡ଼ାରେ ୭୨ ଦେଶର ସମୁଦାୟ ୪୫ଶହରୁ ଅଧିକ ଖେଳାଳି ଭାଗ ନେଉଥିବାବେଳେ ୧୯ଟି କ୍ରୀଡ଼ାରେ ୨୮୩ ପଦକ ପାଇଁ କାର୍ଯ୍ୟକ୍ରମ ହେବ । ୨୪ ବର୍ଷର ଅନ୍ତରାଳ ପରେ କି୍ରକେଟ୍ ମଧ୍ୟ ଏଥିରେ ସାମିଲ୍ ହେଉଛି । ପ୍ରଥମ ଥର ମହିଳା କି୍ରକେଟ୍ ଦଳ ଖେଳିବାର ସୁଯୋଗ ପାଇବେ । ପ୍ରତି ଚାରି ବର୍ଷରେ ଏହି କ୍ରୀଡ଼ା ଆୟୋଜନ କରାଯାଉଥିବାବେଳେ ଅଲିମ୍ପିକ୍, ଏସିଆନ୍ ଗେମ୍ସ ପରେ ତୃତୀୟ ବୃହତ୍ କ୍ରୀଡ଼ା କାର୍ଯ୍ୟକ୍ରମ । ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୧୯୩୦ରେ କାନାଡ଼ା ସହରର ହ୍ୟାମିଲ୍ଟନ୍ରେ ହୋଇଥିବାବେଳେ ୧୯୩୪ରେ ଭାରତ ପ୍ରଥମ ଥର ଏଥିରେ ଭାଗ ନେଇଥିଲା ।
ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍ଘାଟନୀ ସମାରୋହ ୨୯ ଜୁଲାଇ (ଶୁକ୍ରବାର) ଭାରତୀୟ ସମୟାନୁସାରେ ରାତି ୩ଟାରେ ଆରମ୍ଭ ହେବ । ତେବେ ଚଳିତ ଥର ଭାରତୀୟମାନେ ଭାଗ ନେବାକୁ ଥିବା କ୍ରୀଡ଼ା କାର୍ଯ୍ୟସୂଚୀ ପ୍ରକାଶ ପାଇସାରିଛି । ଏହି କାର୍ଯ୍ୟସୂଚୀ ଅନୁସାରେ, ଆଥ୍ଲେଟିକ୍ସରେ ନିତେନ୍ଦର ରାୱତ (୩୦ ଜୁଲାଇ, ମାରାଥନ୍), ଅବିନାଶ ସାୱଲେ (୩ହଜାର ମିଟର ଷ୍ଟିପ୍ଲେଚେଜ୍), ମୁରଲୀ ଶ୍ରୀଶଙ୍କର (ଲଙ୍ଗ୍ଜମ୍ପ), ମହମ୍ମଦ ଅନିଶ୍ ୟାହିୟା (ଲଙ୍ଗ୍ଜମ୍ପ), ଜ୍ୟୋତି ୟାରାଜୀ (ଶହେ ମିଟର ମହିଳା ବର୍ଗ ହଡଲର୍ସ), ମନପ୍ରୀତ୍ କୌର (ମହିଳା ବର୍ଗ ସଟ୍ପୁଟ୍), ନବଜିତ୍ କୌର ଢିଲ୍ଲୋ (ମହିଳା ବର୍ଗ ଡିକ୍ସସ୍ ଥ୍ରୋ)ର କାର୍ଯ୍ୟକ୍ରମ ୨ ଅଗଷ୍ଟରେ ହେବ । ସେହିଭଳି ୫ ଅଗଷ୍ଟରେ ଅବ୍ଦୁଲ୍ଲା ଅବୁବକର, ପ୍ରବୀଣ ଚିତ୍ରୱେଲ୍ ଏବଂ ଏଧ୍ୟୋସ ପଲ୍ (ପୁରୁଷ ବର୍ଗ ଟି୍ରପଲ୍ ଜମ୍ପ), ଡିପି ମନୁ ଏବଂ ରୋହିତ ଯାଦବ (ପୁରୁଷ ବର୍ଗ ଜାଭଲିନ୍ ଥ୍ରୋ), ସନ୍ଦୀପ କୁମାର ଏବଂ ଅମିତ ଖତ୍ରୀ (ପୁରୁଷ ବର୍ଗ ୧୦ କିମି ଦୌଡ଼), ଏନ୍ସି ସୋଜନ୍ (ମହିଳା ବର୍ଗ ଲଙ୍ଗ୍ଜମ୍ପ୍), ଅନ୍ନୁ ରାଣୀ ଏବଂ ଶିଳ୍ପା ରାଣୀ (ମହିଳା ବର୍ଗ ଜାଭଲିନ୍ ଥ୍ରୋ), ମଞ୍ଜୁ ବାଲା ସିଂହ ଏବଂ ସରିତା ରୋମିତ ସିଂହ (ମହିଳା ବର୍ଗ ହ୍ୟାମର୍ ଥ୍ରୋ)ରେ ନିଜର ଅଭିଯାନ ଆରମ୍ଭ କରିବେ ।
୬ ଅଗଷ୍ଟରେ ଅମୋଜ ଜ୍ୟାକବ, ନୁହ ନିର୍ମଳ ଟମ୍, ଅରୋକିୟା ରାଜୀବ, ମହମ୍ମଦ ଅଜମଲ, ନାଗନାଥନ ପାଣ୍ଡି ଓ ରାଜେଶ ରମେଶ (ପୁରୁଷ ବର୍ଗ ୮ଶହ ମିଟର ରିଲେ), ଭାବନା ଜାଟ୍ ଓ ପି୍ରୟଙ୍କା ଗୋସ୍ୱାମୀ (ମହିଳା ବର୍ଗ ୧୦ କିମି ଦୌଡ଼), ହିମା ଦାସ, ଦୂତୀ ଚାନ୍ଦ, ସରବନୀ ନନ୍ଦା, ଜିଲାନା ଓ ଏନ୍ଏସ୍ ସିମୀ (ମହିଳା ବର୍ଗ ୪ଶହ ମିଟର ରିଲେ) । ବକ୍ସିଂର ପ୍ରଥମ ପର୍ଯ୍ୟାୟରେ ୩୦ ଜୁଲାଇରେ ପୁରୁଷ ବର୍ଗରେ ଅମିତ ପଙ୍ଘାଲ୍ (୫୧ କି୍ରଗା), ମହମ୍ମଦ ହୁସାମୁଦ୍ଦିନ (୫୭ କିଗ୍ରା), ଶିବ ଥାପା (୬୩.୫ କିଗ୍ରା), ରୋହିତ ଟୋକସ (୬୭ କିଗ୍ରା), ସୁମିତ କୁଣ୍ଡୁ (୭୫ କିଗ୍ରା), ଆଶିଷ ଚୌଧୁରୀ (୮୦ କିଗ୍ରା), ସଞ୍ଜିତ କୁମାର (୯୨ କିଗ୍ରା), ସାଗର ଅହଲାବତ୍ (୯୨ କିଗ୍ରା) ଏବଂ ମହିଳା ବର୍ଗରେ ନିତୁ ଘଣଘସ (୪୮ କିଗ୍ରା), ନିକହତ ଜରିନ୍ (୫୦ କିଗ୍ରା), ଜୈସ୍ମିନ ଲବୋରିୟା (୬୦ କିଗ୍ରା), ଲଭଲିନା ବୋରଗୋହେନ (୭୦ କିଗ୍ରା)ରେ ପ୍ରଦର୍ଶନ କରିବେ ।
ଅପରପକ୍ଷେ ବ୍ୟାଡ୍ମିଣ୍ଟନ୍ ଇଭେଣ୍ଟ ଅନୁସାରେ, ୨୯ ଜୁଲାଇରେ ଅଶ୍ୱିନୀ ପୋନପ୍ପା ଓ ବି ସୁମିତ ରେଡ୍ଡୀ (ମିଶ୍ରିତ ଯୁଗଳ), ୩ ଅଗଷ୍ଟରେ ପିଭି ସିନ୍ଧୁ (ମହିଳା ଏକକ), ଆକର୍ଷି କଶ୍ୟପ (ମହିଳା ଏକକ), ଲକ୍ଷ୍ୟ ସେନ୍ (ପୁରୁଷ ଏକକ), କିଦାମ୍ବୀ ଶ୍ରୀକାନ୍ତ (ପୁରୁଷ ଏକକ), ୪ ଅଗଷ୍ଟରେ ଟି୍ରସା ଜଲି (ମହିଳା ଯୁଗଳ), ଗାୟତ୍ରୀ ଗୋପୀଚାନ୍ଦ (ମହିଳା ଯୁଗଳ), ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ (ପୁରୁଷ ଯୁଗଳ), ଚିରାଗ ସେଟ୍ଟୀ (ପୁରୁଷ ଯୁଗଳ)ଙ୍କୁ କୋର୍ଟରେ ଦେଖିବାକୁ ମିଳିବ । ମହିଳା କି୍ରକେଟ୍ ଟିମ୍ କାର୍ଯ୍ୟକ୍ରମରେ ଭାରତ ବନାମ ଅଷ୍ଟ୍ରେଲିଆ (୨୯ ଜୁଲାଇ), ଭାରତ ବନାମ ପାକିସ୍ତାନ (୩୧ ଜୁଲାଇ), ଭାରତ-ବାରବାଡୋସ (୩ ଅଗଷ୍ଟ), ୬ ଅଗଷ୍ଟରେ ସେମିଫାଇନାଲ୍ ଓ ୭ ଅଗଷ୍ଟରେ ଫାଇନାଲ୍ ଏବଂ ବ୍ରୋଞ୍ଜ ପଦକ ମ୍ୟାଚ୍ ଅନୁଷ୍ଠିତ ହେବ । ସେହିଭଳି ହକି କାର୍ଯ୍ୟସୂଚୀ ଅନୁସାରେ, ପୁରୁଷ ବର୍ଗରେ ଭାରତ-ଘାନା (୩୧ ଜୁଲାଇ), ଭାରତ-ଇଂଲଣ୍ଡ (୧ ଅଗଷ୍ଟ), ଭାରତ-କାନାଡ଼ା (୩ ଅଗଷ୍ଟ), ଭାରତ-ୱେଲ୍ସ (୪ ଅଗଷ୍ଟ) ଏବଂ ମହିଳା ବର୍ଗରେ ଭାରତ-ଘାନା (୨୯ ଜୁଲାଇ), ଭାରତ-ୱେଲ୍ସ (୩୦ ଜୁଲାଇ), ଭାରତ-ଇଂଲଣ୍ଡ (୨ ଅଗଷ୍ଟ), ଭାରତ-କାନାଡ଼ା (୩ ଅଗଷ୍ଟ)ରେ ମୁହାଁମୁହିଁ ହେବେ ।
ଟେବୁଲ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ବର୍ଗରେ ୨୯ ଜୁଲାଇରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍, ୩୦ ଜୁଲାଇରେ ତୃତୀୟ ପର୍ଯ୍ୟାୟ ମ୍ୟାଚ୍, ୩୧ ଜୁଲାଇରେ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍, ୧ ଅଗଷ୍ଟରେ ସେମିଫାଇନାଲ୍ ମ୍ୟାଚ୍, ୨ ଅଗଷ୍ଟରେ ଫାଇନାଲ୍ ମ୍ୟାଚ୍ ଏବଂ ମହିଳା ବର୍ଗରେ ୨୦ ଜୁଲାଇରେ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍, ୩୦ ଜୁଲାଇରେ ତୃତୀୟ ପର୍ଯ୍ୟାୟ ଓ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍, ୩୧ ଜୁଲାଇ ସେମି ଫାଇନାଲ ମ୍ୟାଚ୍, ୧ ଅଗଷ୍ଟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଭାରୋତ୍ତଳନରେ ୩୦ ଜୁଲାଇରେ ମୀରାବାଇ ଚାନୁ (୫୫ କିଗ୍ରା, ମହିଳା), ସଙ୍କେତ ମହାଦେବ ଓ ଋଷିକାନ୍ତ ସିଂହ (୫୫ କିଗ୍ରା, ପୁରୁଷ), ୩୧ ଜୁଲାଇରେ ବିନ୍ଧ୍ୟାରାଣୀ ଦେବୀ (୫୯ କିଗ୍ରା, ମହିଳା), ଜେରେମୀ ଲାଲରିନୁଙ୍ଗା (୬୭ କିଗ୍ରା, ପୁରୁଷ), ଅଚିନ୍ତା ଶୁଲୀ (୭୩ କିଗ୍ରା, ପୁରୁଷ), ୨ ଅଗଷ୍ଟରେ ଉଷା କୁମାରୀ (୮୭ କିଗ୍ରା, ମହିଳା), ପୂର୍ଣ୍ଣିମା ପାଣ୍ଡେ (୮୭ କିଗ୍ରା, ମହିଳା), ବିକାଶ ଠାକୁର, ଭେଙ୍କଟ ରାହୁଲ (୯୬ କିଗ୍ରା, ପୁରୁଷ)ଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ ।
ପୁରୁଷ ଏବଂ ମହିଳା କୁସ୍ତି ବର୍ଗରେ ୫ ଅଗଷ୍ଟରେ ବଜରଙ୍ଗ ପୁନିଆ (୬୫ କିଗ୍ରା, ପୁରୁଷ), ଦୀପକ ପୁନିଆ (୮୬ କିଗ୍ରା, ପୁରୁଷ), ମୋହିତ ଗ୍ରୋଭାଲ୍ (୧୨୫ କିଗ୍ରା, ପୁରୁଷ), ଅଂଶୁ ମଲିକ (୫୭ କିଗ୍ରା, ମହିଳା), ସାକ୍ଷୀ ମଲିକ (୬୨ କିଗ୍ରା, ମହିଳା), ଦିବ୍ୟା କାକରାନ (୬୮ କିଗ୍ରା, ମହିଳା), ୬ ଅଗଷ୍ଟରେ ରବି ଦହିୟା (୫୭ କିଗ୍ରା, ପୁରୁଷ), ନବୀନ (୭୪ କିଗ୍ରା, ପୁରୁଷ), ଦୀପକ (୯୭ କିଗ୍ରା, ପୁରୁଷ), ପୂଜା ଗେହଲଟ (୫୦ କିଗ୍ରା, ମହିଳା), ଭିନେଶ ଫୋଗଟ୍, (୫୩ କିଗ୍ରା, ମହିଳା), ପୂଜା ସିହାଗ (୭୬ କିଗ୍ରା, ମହିଳା)ଙ୍କ ଦକ୍ଷତା ଦେଖିବାର ସୁଯୋଗ ମିଳିପାରିବ ।