ଭଙ୍ଗା ଟିଭି ଓ ରେଡିଓରେ ତିଆରି କଲେ ସେନ୍ସର

ସେନାବାହିନୀ ପାଇଁ ସମୀରଙ୍କ ମହାର୍ଘ ଆବିଷ୍କାର
ମୋହନା (ଆପ୍ର): ଅତ୍ୟାଧୁନିକ କୌଶଳରେ ପାଣିରେ ବାଇକ୍ ଚଳାଇବା, ବିଭିନ୍ନ ସୁଲଭ ପଦାର୍ଥରେ ସହଜ ରୂପେ ପେଟ୍ରୋଲ ବାହାର କରିବା ଆଦି ବିଭିନ୍ନ ଯନ୍ତ୍ରପାତି ତିଆରି କରି ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଶିକ୍ଷା ସମାପ୍ତ କରି ବହୁ ଛାତ୍ରଛାତ୍ରୀ ଚର୍ଚ୍ଚାକୁ ଆସିଛନ୍ତି । ଏକ ଦୁର୍ଲଭ ଯନ୍ତ୍ର ତିଆରି କରିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚନ୍ଦ୍ରଗିରି ସ୍ଥିତ ଚନ୍ଦ୍ରଗିରି ଶିଳ୍ପ ତାଲିମ୍ କେନ୍ଦ୍ରର ୨୦୧୭ବ୍ୟାଚ୍ର ସମୀର ପ୍ରଧାନି (୨୧) । ଏହି ଯନ୍ତ୍ର ଦେଶକୁ ସୁରକ୍ଷିତ ରଖିବା ସହ ଯବାନମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇବ ବୋଲି ସମୀର କହିଛନ୍ତି । ଶତ୍ରୁ ସୀମାକୁ ପ୍ରବେଶ କଲେ ସେନସର୍ ମାଧ୍ୟମରେ ୩ଶହ ମିଟର ଦୂରରୁ ଆଲର୍ଟ କରାଯାଇ ହାଇକମାଣ୍ଡ କାର୍ଯ୍ୟାଳୟରେ ଫୋନ୍ ପହଞ୍ଚି ଯିବ ବୋଲି ସେ ଦାବି କରିଛନ୍ତି । ଏହା ସହିତ ଶତ୍ରୁଙ୍କୁ ବେହୋସ କରିବା ପାଇଁ ଏକ ପ୍ରକାର ବିଷାକ୍ତ ଗ୍ୟାସ ସ୍ୱତଃ ପ୍ରବୃତ୍ତ ପ୍ରେ ହେବ ବୋଲି ସେ କହିଛନ୍ତି । ୧୫ଫÿୁଟ ମାଟି ତଳେ କେହି ପ୍ରବେଶ କରିବାକୁ ଚାହିଁଲେ ସଙ୍ଗେ ସଙ୍ଗେ ଆଲରାମ୍ ବାଜିବା ସହ କେଉଁ ସ୍ଥାନରେ ସୁଡ଼ଙ୍ଗ ଖୋଳା ଯାଇ ଶତ୍ରୁ ପ୍ରବେଶ କରୁଛନ୍ତି ତାହାର ସ୍ପଷ୍ଟ ଚିତ୍ର ଏହି ଯନ୍ତ୍ର ଦେଖାଇବ । କେହି ତାର କାଟି ପ୍ରବେଶ କଲେ ସେଇ ଅଞ୍ଚଳର ଲାଇଟ୍ ଓ ସାଇରନ୍ ବାଜି କଲ୍ ଆସିବ । ଏପରିକି ଆତଙ୍କବାଦୀ ମାନେ କୌଣସି ଜାଗାକୁ କବ୍ଜା କରି ବମ୍ ରଖିଥିଲେ, ସେନ୍ସର୍ ବ୍ୟବହାର କରି ବମ୍ ଡିଫୁ୍ୟଜ କରାଯାଇପାରିବ ବୋଲି ସମୀର ଦାବି କରିଛନ୍ତି ।
ଖାଲି ସେତିକି ନୁହେଁ ପୁଲିସ ପାଇଁ ମଧ୍ୟ ସେ ଏକ ଯନ୍ତ୍ର ଆବିଷ୍କାର କରିଛନ୍ତି । ହତ୍ୟା କରି ଅଭିଯୁକ୍ତ ଫେରାର ଥିଲେ, ମୃତ ବ୍ୟକ୍ତିକୁ ହେଲମେଟ ଓ ଚସମା ଲଗାଇବା ଦ୍ୱାରା ହତ୍ୟାକାରୀ ଓ କେଉଁ ଅସ୍ତ୍ରରେ ହତ୍ୟା କରାଯାଇଛି ସେ ନେଇ ସୂଚନା ମିଳିପାରିବ । ସମୀର ବର୍ତ୍ତମାନ ଟାଟା ପକ୍ଷରୁ ଚନ୍ଦ୍ରଗିରି ବିଦୁତ କାର୍ଯ୍ୟଳୟରେ କାର୍ଯ୍ୟରତ ଅଛନ୍ତି । ମାତ୍ର ୭ହଜାର ଟଙ୍କା ବ୍ୟୟରେ ୨୦ଦିନରେ ନିର୍ମାଣ କରିଛନ୍ତି ଏସବୁ ସେନ୍ସର୍ ଯନ୍ତ୍ର । ଭଙ୍ଗା ଟଭି, ରେଡିଓ, ଭଙ୍ଗା ମୋବାଇଲ୍ ବ୍ୟବାହାର କରି ସେ ଏଭଳି ଯନ୍ତ୍ର ତିଆରି କରିଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାର ସାହାଯ୍ୟର ହାତ ବଢାଇଲେ ସେ ଦେଶ ପାଇଁ ଅନେକ କିଛି ନିର୍ମାଣ କରି ପାରିବେ ବୋଲି କହିଛନ୍ତି ସମୀର ପ୍ରଧାନି । ଏଭଳି ଯନ୍ତ୍ରପାତି ଆବିଷ୍କାର କରିଥିବାରୁ ସମୀରଙ୍କୁ ନେଇ ଚନ୍ଦ୍ରଗିରି ଗ୍ରାମବାସୀ ଗର୍ବିତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *