ସୋନିଆଙ୍କୁ ପୁଣି ସମନ୍
ବୁଧବାର ତୃତୀୟ ପର୍ଯ୍ୟାୟ ଜେରା
ନୂଆଦିଲ୍ଲୀ ୨୬ା୭: ନାସ୍ନାଲ୍ ହେରାଲ୍ଡ ଧନଶୋଧନ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବୟାନ ୬ ଘଣ୍ଟା ଧରି ରେକର୍ଡ କରାଯାଇଛି । ଏହି ଅବସରରେ ସୋନିଆଙ୍କୁ ପ୍ରାୟ ୩୯ ପ୍ରଶ୍ନ ପଚରା ଯାଇଥିଲା । ସୂତ୍ର ଅନୁଯାୟୀ ନାସନାଲ ହେରାଲ୍ଡ ସଂସ୍ଥାରେ ୯୦ କୋଟି ଟଙ୍କା ହେରଫେର୍ ସମ୍ବନ୍ଧୀୟ ଦଲିଲ ଦେଖାଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା । ବୁଧବାର ପୁଣି ତାଙ୍କୁ ଜେରା ପାଇଁ ସମନ୍ ଜାରି କରାଯାଇଛି ।
ଆଜି (ମଙ୍ଗଳବାର) ପୂର୍ବାହ୍ଣ ୧୧.୧୫ରେ ସୋନିଆଙ୍କ ବୟାନ ରେକର୍ଡ ଆରମ୍ଭ କରାଯାଇଥିଲା । ତାଙ୍କ ସହ ପୁତ୍ର ରାହୁଲ ଗାନ୍ଧି ଓ କନ୍ୟା ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ପହଞ୍ଚôଥିଲେ । କିଛି ସମୟ ପରେ ରାହୁଲ କାର୍ଯ୍ୟାଳୟ ବାହାରକୁ ଯାଇ ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ ପକ୍ଷରୁ ଚାଲିଥିବା ତଥାକଥିତ ସତ୍ୟାଗ୍ରହରେ ସାମିଲ ହୋଇଥିଲେ । ରାହୁଲଙ୍କ ସମେତ ଅନେକ କଂଗ୍ରେସ ସାଂସଦ ଓ ନେତା ରାଷ୍ଟ୍ରପତି ଭବନ ଅଭିମୁଖେ ଶୋଭାଯାତ୍ରାରେ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ୍ ସେମାନଙ୍କୁ ଅଟକ ରଖିଥିଲା । ଅପରପକ୍ଷେ ସୋନିଆଙ୍କ ବୟାନ ରେକର୍ଡିଂ ସମୟରେ ପ୍ରିୟଙ୍କା ଇଡି କାର୍ଯ୍ୟାଳୟର ଅନ୍ୟ ଏକ ପ୍ରକୋଷ୍ଠରେ ଅପେକ୍ଷା କରିଥିଲେ । ମଧ୍ୟାହ୍ନ ଭୋଜନ ବିରତି ପରେ ସୋନିଆ ଦ୍ୱିତୀୟ ବାର ଇଡି କାର୍ଯ୍ୟାଳୟରେ ପହଞ୍ଚô ବୟାନ ଦେଇଥିଲେ ।
ଏହା ପୂର୍ବରୁ ୭୫ ବର୍ଷୀୟା ସୋନିଆଙ୍କୁ ଚଳିତ ମାସ ୨୧ ତାରିଖ ଦିନ ପ୍ରାୟ ୩ ଘଣ୍ଟା ପ୍ରଶ୍ନ ପଚରା ଯାଇଥିଲା ।