ବିଜେଡିରେ କଂଗ୍ରେସ-ବିଜେପି କର୍ମୀ

ଭୁବନେଶ୍ୱର (ବୁ୍ୟରୋ): ବଳ ବଢ଼ାଉଛି ବିଜୁଜନତା ଦଳ (ବିଜେଡି) । ଗଞ୍ଜାମ ଜିଲ୍ଲା ଗୋପାଳପୁର ଓ ନବରଙ୍ଗପୁର ବିଧାନସଭା କ୍ଷେତ୍ରର ଅନେକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ସମସ୍ତେ ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ଉପସ୍ଥିତିରେ ଗୋପାଳପୁର ବିଜେପି ଓ କଂଗ୍ରେସର ୨୦୦ରୁ ଅଧିକ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଅନ୍ୟ ଦଳରେ ରହି ଅଞ୍ଚଳର ବିକାଶ ହୋଇପାରିବ ନାହିଁ ବୋଲି ସେମାନେ କହିଛନ୍ତି । ସେହିପରି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ବିଜେଡି ସହ-ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ନବରଙ୍ଗପୁର ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ମିଶ୍ରଣ ପର୍ବର ନେତୃତ୍ୱ ନେଇଥିବା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଦଳରେ ସାମିଲ ହୋଇଥିବା ନେତା ଓ କର୍ମୀଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସଂଗଠନ ସମ୍ପାଦକ ଶ୍ରୀ ଦାସ ବାର୍ତ୍ତାରେ ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *