ରାସ୍ତା ସମସ୍ୟା ନେଇ ବନ ବିଭାଗ ଗାଡ଼ି ଅଟକ

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଫଳ ଶୂନ୍‌
କଙ୍କଡାହାଡ଼ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍‌ କୁଟୁରିଆ ପଞ୍ଚାୟତ ବାଘମୁଣ୍ଡାରେ ରାସ୍ତା ସମସ୍ୟାକୁ ନେଇ ଗ୍ରାମବାସୀ ବନ ବିଭାଗ ଗାଡିÿକୁ ଅଟକ ରଖିବା ସହିତ ରାସ୍ତା ଅବରୋଧ କରିଥିଲେ । ବାଘମୁଣ୍ଡା ଗ୍ରାମ ୧୯୫୭ ମସିହାରେ ହୋଇଥିବା ବେଳେ ଶତାଧିକ ଆଦିବାସୀ ପରିବାର ବସବାସ କରୁଛନ୍ତି । ଗାଁ କୁ ଭଲ ରାସ୍ତା ନ ଥିବାରୁ ଗ୍ରାମାବାସୀ ମାନେ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି । ଏହାକୁ ନେଇ ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସମାଧାନ ହୋଇପାରୁନାହିଁ । ବାଘମୁଣ୍ଡା-ଶୁଣ୍ଢିକାଟେଣୀ ଜଙ୍ଗଲ ରାସ୍ତାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳ ନ ମିଳିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ମଙ୍ଗଳବାର ଦିନ ବନବିଭାଗର କର୍ମଚାରୀ ମାନେ ଏହି ରାସ୍ତାଦେଇ ଯାଉଥିବା ବେଳେ ଗ୍ରାମବାସୀ ମାନେ ଗାଡ଼ିକୁ ଅଟକ ରଖିବା ସହିତ ବାଘମୁଣ୍ଡା -ଶୁଣ୍ଢିକାଟେଣୀ ରାସ୍ତାକୁ ଅବରୋଧ କରିଥିଲେ ।
ରାସ୍ତା ନିର୍ମାଣ ନ ହେଲେ ଆନେ୍ଦାଳନ ଜାରି ରହିବ ବୋଲି ଗ୍ରାମବାସୀ ମାନେ ଜିଦ୍‌ ଧରିଥିଲେ । ମୁକ୍ତାପଶି ଫରେଷ୍ଟର ପ୍ରଦୀପ କୁମାର ଭଞ୍ଜ ଗ୍ରାମାବାସୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ରାସ୍ତା ଅବରୋଧ ହଟି ନ ଥିଲା । ଏ ନେଇ ବନବିଭାଗର କୌଣସି ପ୍ରତିକ୍ରୀୟା ମିଳିପାରି ନାହିଁ । ସ୍ଥାନୀୟ ଫରେଷ୍ଟରଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଯେ, ଏନ୍‌ଆର ସ୍କିମରେ ୫୦ ହେକ୍ଟର ଜମିରେ ୧୦ ହଜାର ଚାରା ରୋପଣ କରିବା ପାଇଁ ଗାତ ଖୋଳିବାକୁ ଯାଉଥିବା ବେଳେ ଗ୍ରାମବାସୀ ମାନେ ରାସ୍ତା ମରାମତି ହୋଇ ନ ଥିବାରୁ ଗାଡ଼ି ନେବାକୁ ବାରଣ କରିଥିଲେ । ଅକ୍ଟୋବର ଏବଂ ନଭେମ୍ବର ମାସ ସୁଦ୍ଧା କାର୍ଯ୍ୟ ହେବ ବୋଲି ପ୍ରତିଶୃତି ଦେବାରୁ ଗ୍ରାମବାସୀ ମାନେ ଗାଡିÿ ଛାଡିଥିଲେ । ଏହି ରାସ୍ତାପାଇଁ ଗତବର୍ଷ ମନରେଗା ଯୋଜନାରେ ୫୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅପାରଗତାରୁ ରାସ୍ତା କାର୍ଯ୍ୟ ହୋଇପାରିଲା ନାହିଁ । ରାସ୍ତାରେ ଆମ୍ବୁଲାନ୍‌ସ ଯିବା ସମ୍ଭବ ହୋଇ ନ ଥିବା ବେଳେ ସାଇକେଲ ଯିବା ମଧ୍ୟ କଷ୍ଟକର ହୋଇପଡୁଛି । ତୁରନ୍ତ ରାସ୍ତା କାର୍ଯ୍ୟ କରା ନ ଗଲେ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି ଗ୍ରାମବାସୀ ମାନେ ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *