ସ୍କୁଲ୍ ମିଶ୍ରଣକୁ ବିରୋଧ ପରେ ମଧ୍ୟାହ୍ନଭୋଜନ ବନ୍ଦ!

ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକରେ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ପକ୍ଷରୁ ବିଦ୍ୟାଳୟ ମିଶ୍ରକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ମିଶ୍ରଣ ହୋଇଥିବା ବିଦ୍ୟାଳୟରେ ପୁନର୍ବାର ଶିକ୍ଷାଦାନ କରାଯାଉଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନରୁ ବଞ୍ଚିତ ହୋଇଥିବା ଗୁରୁତର ଅଭିଯୋଗ ହୋଇଛି ।
ଅପରପକ୍ଷେ ସରକାରୀ ବିଦ୍ୟାଳୟ ପାଚେରିକୁ ଲାଗି ବେସରକାରୀ ବିଦ୍ୟାଳୟ ରହିଛି । ଆଉ କିପରି ସେମାନଙ୍କୁ ସରକାରୀ ବିଦ୍ୟାଳୟ ଠାରୁ ୧ କିଲୋମିଟର ଦର୍ଶାଇ ଶିକ୍ଷାବିଭାଗ ସିଓଆର୍ ସାର୍ଟିଫିକେଟ୍ ଦେଇଛି ତାହାକୁ ନେଇ ପ୍ରଶ୍ନ । ବେଆଇନ ଭାବେ କେତେକ ବିଦ୍ୟାଳୟ ମାହାଙ୍ଗା ଅଞ୍ଚଳରେ ଖୋଲିଥିଲେ ମଧ୍ୟ ଶିକ୍ଷାଅଧିକାର ନିୟମ ଅନୁସାରେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅପରପକ୍ଷେ ୨କି.ମିରୁ ଊଦ୍ଧ୍ୱର୍ରେ ଥିବା ସରକାରୀ ବିଦ୍ୟାଳୟ ସହିତ ଅନ୍ୟ ଏକ ବିଦ୍ୟାଳୟ ମିଶ୍ରଣ ଯୋଗୁ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଯାହାର ଉଦାହରଣ ପାଲଟିଛି ମାହାଙ୍ଗା ବ୍ଲକ୍ର ଗୋତରା ପଞ୍ଚାୟତ ତଥା ଗାଁର ଡୋଇପୁର ପ୍ରୋଜକ୍ଟ ପ୍ରାଥମିକ ବିଦ୍ୟାଳୟ ।
ଛାତ୍ରଛାତ୍ରୀ ଅଭାବରୁ ଏହି ପ୍ରୋଜେକ୍ଟ ବିଦ୍ୟାଳୟକୁ ଓସ୍ତପୁର ସ୍ଥିତ ରାଧାକୃଷ୍ଣ ସରକାରୀ ଉପ୍ରା ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଯୋଗୁ ଏହି ସ୍କୁଲ୍ରେ ଏବେ ପାଠପଢ଼ା ଚାଲିଛି । ଜଣେ ଶିକ୍ଷକ ପଢ଼ାଉଛନ୍ତି ହେଲେ ସ୍କୁଲ ଖୋଲିବା ଠାରୁ ଏ ପର୍ଯ୍ୟନ୍ତ ଉକ୍ତ ପ୍ରୋଜେକ୍ଟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନଭୋଜନରୁ ବଞ୍ଚିତ କରାଯାଇଛି । ଏ ସଂପର୍କରେ ମାହାଙ୍ଗା ବିଇଓଙ୍କୁ ପଚାରିବାରୁ ସ୍କୁଲ୍ ମିଶ୍ରଣ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଚାରାଧୀନ ରହିଛି । ପିଲାମାନଙ୍କର ମଧ୍ୟାହ୍ନଭୋଜନ ଅର୍ଥ ସୋମାନଙ୍କର ଆକାଉଣ୍ଟକୁ ପଠାଯିବ ବୋଲି କହିଛନ୍ତି । ତେବେ ଗୋଟିଏ ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ଆସୁଥିବା ବେଳେ କିଭଳି ଏହି ଅର୍ଥକୁ ପିଲାମାନଙ୍କ ଆକାଉଣ୍ଟକୁ ପଠାଯିବ ଓ ମଧ୍ୟାହ୍ନଭୋଜନ ଚାଉଳ ପିଲାମାନଙ୍କୁ ବଣ୍ଟନ କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି । ଏ ପର୍ଯ୍ୟନ୍ତ ମାହାଙ୍ଗା ବ୍ଲକ ଅଧିନରେ ଅନେକ ବିଦ୍ୟାଳୟରେ ସ୍କୁଲ ବନ୍ଦ ଥିଲା ବେଳେ ମଧ୍ୟାହ୍ନଭୋଜନ ପାଇଁ ଆସୁଥିବା ଅର୍ଥ ଓ ଚାଉଳ ପ୍ରଦାନ କରାଯାଇନାହିଁ । ଏଭଳି ସ୍ଥିତିରେ ମିଶ୍ରଣ ହୋଇଥିବା ସ୍କୁଲ୍ ପିଲାଙ୍କୁ କେମିତି ଓ କେବେ ଅର୍ଥ ପ୍ରଦାନ କରାଯିବ ତାହାକୁ ନେଇ ବଡ଼ ପ୍ରଶ୍ନ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *