ପାର୍ଥ ପୂରା ଫିଟ୍: ଏମ୍ସ

ଭୁବନେଶ୍ୱର, ୨୫ା୭ (ବୁ୍ୟରୋ): ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭୁବନେଶ୍ୱର ଏମସ୍ରୁ ଫେରିଛନ୍ତି । କୋଲକାତା ହାଇକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ସ୍ୱାସ୍ଥ୍ୟ ଯାଞ୍ଚ୍ ପାଇଁ ସୋମବାର ସକାଳେ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ଯାଞ୍ଚ୍ ପରେ ଭୁବନେଶ୍ୱର ଏମସ୍ର ନିଦେ୍ର୍ଦଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି, ପାର୍ଥଙ୍କଠାରେ ଯଦିଓ ପୂର୍ବର କେତେକ ରୋଗ ଅଛି ତେବେ ତାଙ୍କୁ ତତ୍କାଳ ହସ୍ପିଟାଲ୍ରେ ଆଡମିଟ୍ କରାଯିବା ଅନାବଶ୍ୟକ, ସେ ପୂରାପୂରି ଫିଟ୍ ଅଛନ୍ତି । ପାର୍ଥ ଚାଟାର୍ଜୀ ଗୁରୁତର ଅସୁସ୍ଥ ନାହାନ୍ତି କି ତାଙ୍କ ଛାତି ଯନ୍ତ୍ରଣା ବି ନାହିଁ । ତେବେ ତାଙ୍କର ୪-୫ଟି ରୋଗ ରହିଛି, ଯେଉଁଥିପାଇଁ ସେ ପୂର୍ବରୁ ମେଡିସିନ୍ ଖାଉଛନ୍ତି । ତେବେ ଏହା ସେଭଳି ଗୁରୁତର ନୁହେଁ । ବିଭିନ୍ନ ବିଭାଗର ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ପାର୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା ।
ସୋମବାର ହସ୍ପିଟାଲରୁ ଭର୍ଚୁଆଲ ମାଧ୍ୟମରେ ପାର୍ଥ ସ୍ୱତନ୍ତ୍ର ଇଡି ଅଦାଲତରେ ହାଜର ହୋଇଥିଲେ । ଏହି ଅବସରରେ ଇଡି ପକ୍ଷରୁ ୧୪ ଦିନିଆ ରିମାଣ୍ଡରେ ପାର୍ଥଙ୍କୁ ନେବା ଲାଗି ଆବେଦନ କରାଯାଇଛି ।
ସୂଚନାଯୋଗ୍ୟ, ଗତ ଶନିବାର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଗିରଫ କରିଥିଲା । ଇଡି ଦ୍ୱାରା ଗିରଫ ହେବା ପରେ ଅସୁସ୍ଥ ଅନୁଭବ କରିବାରୁ ପାର୍ଥଙ୍କୁ ରାଜ୍ୟ ସରକାରଙ୍କ ଏସଏସକେଏମ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ରାଜ୍ୟ ସରକାରଙ୍କ ହସ୍ପିଟାଲରେ ଭର୍ତ୍ତିକୁ ବିରୋଧ କରିଥିଲା ଇଡି । ତାଙ୍କୁ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ଇଡି ହାଇକୋର୍ଟରେ ଆବେଦନ କରିଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପାର୍ଥଙ୍କୁ ଭୁବନେଶ୍ୱର ଏମ୍ସକୁ ସୋମବାର ସକାଳେ ସ୍ଥାନାନ୍ତର କରିବା ପାଇଁ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ତାଙ୍କ ସାଥୀରେ ତାଙ୍କ ଆଇନଜୀବୀ ଏବଂ ଏସଏସକେଏମର ଡାକ୍ତର ରହିବେ ।
ଚାଟାର୍ଜି ଭୁବନେଶ୍ୱର ଏମ୍ସରେ ପହଞ୍ଚôବା ପରେ ବହୁ ଲୋକ ତାଙ୍କୁ ବିରୋଧ କରିଥିଲେ । ତାଙ୍କୁ ଦେଖି ‘ଚୋର… ଚୋର’ ବୋଲି ନାରାବାଜି ଦେଇଥିବାବେଳେ କିଛି ପଶ୍ଚିମବଙ୍ଗ ନାଗରିକ ଯିଏ ଭୁବନେଶ୍ୱର ଏମ୍ସରେ କିଛି କାରଣ ବଶତଃ ଅଛନ୍ତି ଚାଟାର୍ଜିଙ୍କୁ ଦୃଢ଼ ସମାଲୋଚନା କରିଥିବାର ନଜରକୁ ଆସିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *