ଜଳଲାଗି କଲେ ୩ଠ ହଜାର କାଉଡ଼ିଆ

ପୁରୀ (ବୁ୍ୟରୋ): ଶ୍ରାବଣ ମାସ ସୋମବାରରେ ରାଜ୍ୟର ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗି ରହିଥିଲା ବେଳେ ପୁରୀ ସ୍ଥିତ ଶ୍ରୀଲୋକନାଥ ପୀଠ ଅନ୍ୟତମ । ତେଣୁ ଦ୍ୱିତୀୟ ସୋମବାରରେ ମହାପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ଜଳ ଲାଗି କରିବା ପାଇଁ ରବିବାର ବିଳମ୍ବିତ ରାତିରୁ କାଉଡ଼ିଆଙ୍କ ଭିଡ଼ ଲାଗି ରହିଥିଲା । ପ୍ରଥମ ସୋମବାରରେ ୧୨ ହଜାରରୁ ଊଦ୍ଧ୍ୱର୍ କାଉଡ଼ିଆ ଜଳଲାଗି କରିଥିଲେ । ଦ୍ୱିତୀୟ ପାଳିରେ ୩୦ ହଜାର୨୩୦ଜଣ କାଉଡ଼ିଆ ଶ୍ରୀଲୋକନାଥଙ୍କ ମସ୍ତକରେ ଜଳଲାଗି କରିଛନ୍ତି । ରବିବାର ବିଳମ୍ବିତ ରାତିରୁ ମହାପ୍ରଭୁ ଶ୍ରୀଲୋକନାଥଙ୍କ ନୀତିକାନ୍ତି ଆରମ୍ଭ କରାଯାଇ ଦ୍ୱାର ଖୋଲା ଯାଇଥିଲା । ରାତି ୧୨ଟା ୧୦ରେ ମନ୍ଦିରର ଦ୍ୱାର ଖୋଲାଯାଇ ଅନ୍ୟାନ୍ୟ ନୀତି ବଢ଼ିଥିଲା । ପରେ କାଉଡ଼ିଆମାନେ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଟିକେଟ୍ କାଟି ବାରିକେଡ୍ରେ ପାର୍ବତୀ ସାଗରର କଡ଼େ କଡ଼େ ଯାଇ ଶ୍ରୀଲୋକନାଥଙ୍କ ଲିଙ୍ଗରେ ଜଳ ଲାଗି କରିଥିଲେ ।
ହଜାର ହଜାର କାଉଡ଼ିଆଙ୍କ ଭିଡ଼କୁ ଲକ୍ଷ୍ୟ କରି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ପୁଲିସ ପକ୍ଷରୁ ଜଣେ ଅତିରିକ୍ତ ଏସ୍ପିଙ୍କ ସମେତ ୪ ଥାନାଧିକାରୀ ଓ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ମହାପ୍ରଭୁ ଶ୍ରୀଲୋକନାଥଙ୍କୁ ଜଳଲାଗି କରିବା ପରେ କାଉଡ଼ିଆମାନେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
ସୂଚନାଥାଉକି, ଆଜିର ଦିନରେ ମହାପ୍ରଭୁ ଶ୍ରୀଲୋକନାଥଙ୍କୁ ଜଳଲାଗି ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନନାଥଙ୍କୁ ଦର୍ଶନ କଲେ ବହୁ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ରାଜ୍ୟର ପ୍ରତ୍ୟେକ ଶୈବପୀଠମାନଙ୍କ ମଧ୍ୟରୁ ଶ୍ରୀଲୋକନାଥ ପୀଠ ଅନ୍ୟତମ । ସେଥିପାଇଁ ଏହି ପୀଠକୁ ରାଜ୍ୟର କୋଣ ଅନୁକୋଣରୁ କାଉଡ଼ିଆମାନେ ମାନସିକ କରି ଜଳଲାଗି କରିବା ପାଇଁ ଆସିଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *