୧୦ ଟିକା କେନ୍ଦ୍ରରେ ଭାକ୍ସିନେଟର ଓ ଡିଇଓଙ୍କୁ ମିଳିନି ୯ ମାସର ଦରମା

ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ନୀତି
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ୧୦ଟି କେନ୍ଦ୍ରରେ ସହରବାସୀଙ୍କ ପାଇଁ ଖୋଲାଯାଇଥିବା ଟିକାକରଣ କେନ୍ଦ୍ରରେ କାର୍ଯ୍ୟରତ ୭୦ ଭାକ୍ସିନେଟର ଓ ଡାଟା ଏଣ୍ଟ୍ରିି ଅପରେଟର(ଡିଇଓ)ଙ୍କୁ ଗତ ନଭେମ୍ବର ୨୦୨୧ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୯ମାସ ହେଲା ସେମାନଙ୍କ ପାରିଶ୍ରମିକ ମିଳିନି । ଦୈନିକ ୫୦୦ଟଙ୍କା ହିସାବରେ ୭୦ କର୍ମଚାରୀ ୯ମାସରେ ମୋଟ ୨୪୨୪ଦିନ କାର୍ଯ୍ୟ କରିଥିବା ବେଳେ ୧୨ଲକ୍ଷ ୧୨ହଜାର ଟଙ୍କା ପ୍ରାପ୍ୟ ମିଳି ନାହିଁ । ଅନିଚ୍ଛାସତ୍ତ୍ୱେ ଟିକାକରଣ କେନ୍ଦ୍ରରେ ସହରବାସୀଙ୍କୁ ଟିକାଦାନ କରିବାକୁ ବାଧ୍ୟ ହେଉଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ଅଧୀନ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍(ଏନ୍ୟୁଏଚ୍ଏମ୍) ଅଧୀନରେ ଏହି କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି । ଗତ ନଭେମ୍ବର ୨୦୨୧ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ଦେବା ପାଇଁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ତାହା ପୂରଣ ହୋଇପାରିନାହିଁ । ଗତ କିଛିଦିନ ତଳେ ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ସଂଶୋଧିତ ତାଲିକା ମଧ୍ୟ ପ୍ରକାଶ କରାଗଲା । ଆଜି ମିଳିବ କାଲି ମିଳିବ କହି ବିଭାଗ ଦିନ ଗଡ଼ାଇ ଚାଲିଛି । ଦିନକୁ ୫୦୦ଟଙ୍କା ଲେଖାଏଁ ଉଭୟ ଭେକ୍ସିନେଟର ଓ ଡାଟା ଏଣ୍ଟି୍ର ଅପରେଟରଙ୍କୁ ଦିଆଯିବାକୁ ଥିବାବେଳେ ପ୍ରାପ୍ୟ ନ ପାଇ ମଧ୍ୟ ସେମାନେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ମହାନଗର ନିଗମ ଅଞ୍ଚଳରେ ଥିବା ୮ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହ ଟାଉନ୍ ହଲ୍ ଓ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଟିକାକରଣ ଚାଲୁ ରହିଛି । ଯଥାଶୀଘ୍ର ପ୍ରାପ୍ୟ ନ ପାଇ ସଂପୃକ୍ତ କର୍ମଚାରୀମାନେ ସାମୂହିକ କାର୍ଯ୍ୟବନ୍ଦ କରିବା ନେଇ ଆଶଙ୍କା କରାଯାଉଛି । ଏ ନେଇ ମହାନଗର ନିଗମର ସିଟି ପ୍ରୋଗ୍ରାମ ମ୍ୟାନେଜର ଲମ୍ବୋଦର ଦିଗାଲଙ୍କୁ ପଚାରିବାରୁ କର୍ମଚାରୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ ସରିଛି । ସ୍ୱାସ୍ଥ୍ୟ ବିଭାଗରୁ ଅର୍ଥ ଆସିଲେ ସେମାନଙ୍କ ପ୍ରାପ୍ୟ ଖୁବ୍ଶୀଘ୍ର ପ୍ରଦାନ କରାଯିବ ବୋଲିକହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *