ଠିକ୍ ଢଙ୍ଗରେ ସଫେଇ ହେଉ ନ ଥିବାରୁ ଅସନ୍ତୋଷ

ବ୍ରହ୍ମପୁର (ବୁ୍ୟରୋ): ୨୦୧୮ରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ୨୬ଟି ସ୍ଥାନରେ ୮୬ଟି ଅଣ୍ଡର ଗ୍ରାଉଣ୍ଡ(ଭୂତଳ ଡଷ୍ଟବିନ୍) ନିର୍ମାଣ କରାଯାଇଥିଲା । ଏଣେତେଣେ ଆବର୍ଜନା ପଡ଼ି ରହୁଥିବାରୁ ଏଥିରେ ରୋକ୍ ଲଗାଇବା ପାଇଁ ସାହି ଗଳିକନ୍ଦି ତଥା ମୁଖ୍ୟ ରାସ୍ତାରେ ଭୂତଳ ଡଷ୍ଟବିନ୍ ନିର୍ମାଣ କରାଯାଇଥିଲା । ଏହାର ତଦାରଖ ଓ ଅଳିଆ ଆବର୍ଜନା ଉଠାଇବା ପାଇଁ ଭୁବନେଶ୍ୱରର ଜୋଣ୍ଟା ଇନ୍ଫ୍ରାଟେକ୍ ନାମକ ଏକ ସଂସ୍ଥା ଲିଜ୍ ନେଇଛି । ସଂସ୍ଥା କିପରି ଦୈନନ୍ଦିନ ଅଳିଆ ଆବର୍ଜନା ଉଠାଉଛି ଓ ଡଷ୍ଟବିନ୍ ଚାରିପାଶ୍ୱର୍ ସଫେଇ ରହୁଛି ନା ନାହିଁ ତାହାର ତଦାରଖ ପାଇଁ ସୋମବାର କମିଶନର ଜେ.ସୋନାଲ ସହରରେ ଥିବା ପ୍ରାୟ ୧୫ଟି ଭୂତଳ ଡଷ୍ଟବିନ୍ ଅଞ୍ଚଳକୁ ଯାଇଥିଲେ । ସଠିକ୍ ଢଙ୍ଗରେ ଅଳିଆ ଆବର୍ଜନା ଉଠାଯାଉ ନ ଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଲିଜ୍ ନେଇଥିବା ଜୋଣ୍ଟା ସଂସ୍ଥାର କର୍ମଚାରୀଙ୍କୁ ନିୟମ ଅନୁଯାୟୀ ଅଳିଆ ଆବର୍ଜନା ଉଠାଇବା ସହ ଚାରିପାଶ୍ୱର୍କୁ ସଫା ରଖିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏଥିରେ ଖିଲାପ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କଡ଼ା ନିଦେ୍ର୍ଦଶ ଦେଇଥିଲେ ।
୨୬ଟି ସ୍ଥାନରେ ନିର୍ମାଣ ହୋଇଥିବା ଭୂତଳ ଡଷ୍ଟବିନ୍ର କାର୍ଯ୍ୟ ପାଇଁ ନିଗମ ପକ୍ଷରୁ ଲକ୍ଷାଧିକ ଟଙ୍କା ମାସକୁ ଖର୍ଚ୍ଚ କରାଯାଉଥିବା ବେଳେ ବିଭିନ୍ନ ସମୟରେ ସଫେଇ ନ ହେବା ନେଇ ଅଭିଯୋଗ ଆସୁଛି । ଏଥିପ୍ରତି ଦୃଷ୍ଟିଦେଇ ସବୁ ପଏଣ୍ଟକୁ ଯେପରି ଦୈନନ୍ଦିନ ସଫା ରଖାଯିବ ସେ ଉପରେ ଦୃଷ୍ଟି ଦେବାକୁ କମ୍ପାନୀ କର୍ମଚାରୀଙ୍କୁ କମିଶନର ନିଦେ୍ର୍ଦଶ ଦେଇଥିଲେ । କମିଶନରଙ୍କ ଗସ୍ତ ସମୟରେ ନିଗମର ସାନିଟେସନ ଇନ୍ସିପେକ୍ଟର ଓ ଏକ୍ସପଟରମାନେ ଉପସ୍ଥିତ ଥିଲେ । ୪୨ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳ ବୁଲି ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ କମିଶନର । ସରଧାବାଲିରେ ଥିବା ଆପାର୍ଟମେଣ୍ଟଗୁଡିକର ସ୍ୱଚ୍ଛତା ତଦାରଖ କରିଥିଲେ କମିଶନର ଜେ. ସୋନାଲ । ନିଗମକୁ ଟିକସ ପୈଠ କଲେ ନିଗମର ସଫେଇ ଗାଡ଼ି ଆସି ଅଳିଆ ଆବର୍ଜନା ନେବ । ଆପାର୍ଟମେଣ୍ଟବାସିନ୍ଦା ଏଥିପ୍ରତି ଦୃଷ୍ଟିଦେଇ ନିଗମକୁ ସହଯୋଗ କରିବାକୁ ସେ କହିଥିଲେ । ଏହି ଗସ୍ତବେଳେ ଡେପୁଟି ମେୟର ଇଂ.ବିବେକ ରେଡ୍ଡିଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *