ଧୂମସା ମାଦଳରେ ଦୁଲୁକୁଛି ମୟୂରଭଞ୍ଜ

ବାରିପଦା (ଆପ୍ର): ଜୁଲାଇ ୨୫ ଦିନଟି ସମସ୍ତ ଓଡିଶା ବାସୀଙ୍କ ପାଇଁ ଗର୍ବ ଓ ଗୌରବ ର ଦିନୟ ମୟୂରଭଞ୍ଜ ଭଳି ଅ ।ଦିବାସୀ ବହୁଳ ଜିଲ୍ଲାରୁ ଜଣେ ଶିକ୍ଷୟିତ୍ରୀ ହୋଇଛନ୍ତି ଭାରତର ପ୍ରଥମ ନାଗରିକ । ଏନେଇ ମୟୂରଭଞ୍ଜ ଜିଲ୍ଲାର କୋଣଅନୁକୋଣରେ ପାଳନ କରୁଛନ୍ତି ଆନନ୍ଦର ଉତ୍ସବ । ଜିଲ୍ଲାରେ ଆଦିବାସୀ ନାଚ ଗୀତରେ ନିଜ ମାଟିର ଝିଅକୁ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତିଙ୍କ ମାମୁଁ ଘର ଜାମଦା ବ୍ଲକ୍ ଡୁମୁରିଆରେ ମାମୁଁ ଓ ମାଇଁଙ୍କ ସହ ଗାଁଲୋକେ ମରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପଡ଼ୋଶୀ ଗ୍ରାମର ହଜାର ହଜାର ଲୋକେ ଯାମଦା ବ୍ଲକ୍ ପଡ଼ିଆରେ ପହଞ୍ଚି ଥିଲେ ।
ଗାଁ ଲୋକଙ୍କୁ ନେଇ ଏକ ବୈଠକ ବସିବା ପରେ ସମସ୍ତ ଲୋକେ ଏକଜୁଟ ହୋଇଥିଲେ । ପାରମ୍ପରିକ ଆଦିବାସୀ ନୃତ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଥିଲେ । ଗ୍ରାମ ପରିକ୍ରମା କରିବାପରେ ଜାମଦା ଛକରେ ଭାରତର ପୂର୍ବତନ ଆଦିବାସୀ ମନ୍ତ୍ରୀ ସୁନାରାମ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ କର୍ମୀ ଗାଁ ଲୋକଙ୍କ ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଆଦିବାସୀ ସମ୍ପ୍ରଦାୟ ମହିଳା ଲଢୁଆ ନେତ୍ରୀ କାଉନସିଲରୁ ପ୍ରଥମ ରାଜନୀତି ଜୀବନ ଆରମ୍ଭ କରିଥିବା ବେଳେ ରାଷ୍ଟ୍ରପତି ହୋଇଥିବାରୁ ଆଦିବାସୀ ସମାଜ ପାଇଁ ପ୍ରେରଣା ବୋଲି କହିଛନ୍ତି ଆଦିବାସୀ ସମ୍ପ୍ରଦାୟ । ମାମୁଁ ଘର ସହିତ ବାପା ଘର ଉପରବେଡ଼ା, ଶାଶୂଘର ପାହାଡ଼ପୁରରେ ମଧ୍ୟ ଆଦିବାସୀ ଲୋକେ ଜାହିରା ପୂଜା କରିଛନ୍ତି ।
ସେହିପରି ରାଇରଙ୍ଗପୁର ବାସଭବନ ବାଇଦା ପଶି ୱାର୍ଡ ନମ୍ବର ୨ ଘର ସମ୍ମୁଖରେ ନାଚ ଗୀତ ସହିତ ବାଣଫୁଟାଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ବାରିପଦା, ଖୁଣ୍ଟା, ମୋରଡ଼ା, ବେତନଟୀ ଆଦି ବହୁ ସ୍ଥାନରେ ଡିଜେ, ଧୂମସା, ମାଦଲ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ହାତକୁ ହାତ କାନ୍ଧକୁ କାନ୍ଧ ମିଶାଇ ନୃତ୍ୟ ଗୀତରେ ମସଗୁଲ ଥିଲେ ମୟୂରଭଞ୍ଜବାସୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *