ଏଲ୍ଏସିରେ ପୁଣି ଉତ୍ତେଜନା

ନୂଆଦିଲ୍ଲୀ, ୨୪ା୭: ତାଇୱାନ୍ ସୀମାରେ ଚୀନ୍ ଅନେକ ଦିନ ହେଲା ଯେଭଳି ଉପଦ୍ରବ ଚଳାଇଛି, ଭାରତ ସହ ପୂର୍ବ ଲଦାଖରେ ତଦନୁରୂପ ଖେଳ ଆରମ୍ଭ କରିଦେଇଛି । କୋର୍ କମାଣ୍ଡର୍ ସ୍ତରୀୟ ଆଲୋଚନା ପରେ ମଧ୍ୟ ଚୀନ୍ ପୂର୍ବ ଲଦାଖରେ ମୁତୟନ ଥିବା ଭାରତୀୟ ଯବାନମାନଙ୍କୁ ଉସକାଇବା ଉଦେ୍ଦଶ୍ୟରେ ସେଠାରେ ଗତ ୪ସପ୍ତାହ ହେଲା ଲଢୁଆ ଜେଟ୍ ବିମାନର ଘନ ଘନ ଉଡାଣ ଭରୁଛି । ରବିବାର ମଧ୍ୟ ଚୀନା ଜେଟ୍ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ଅତି ନିକଟରେ ଉଡୁଥିବା ଦେଖାଯାଇଛି । ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ମତରେ ଭାରତୀୟ ଇଲାକାରେ ସେନା ଉପସ୍ଥିତି ସହ ସ୍ଥଳ ସେନାର ପ୍ରସ୍ତୁତି ଆକଳନ କରିବା ଉଦେ୍ଦଶ୍ୟରେ ଚୀନ୍ ଏଭଳି ବେଆଇନ ଉଡାଣ ଭରୁଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ ବାୟୁସେନା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖି ଚୀନ୍ ବାୟୁସେନା ଉପଦ୍ରବର ଜବାବ ଦେଉଛି । ସରକାରୀ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ ଚୀନ୍ର ଜେ-୧୧ ଲଢୁଆ ଜେଟ୍ଗୁଡିକୁ ଏଲ୍ଏସିର ଅତି ନିକଟକୁ ଚାଲି ଆସି ୧୦ କିଲୋମିଟର କନ୍ଫିଡେନ୍ସ ବିଲ୍ଡିଂ ମେଜର (ସିବିଏମ୍) ଲାଇନ୍ ଉଲଂଘନ କରୁ ଥିବାରୁ ତାହାର ଜବାବ ଦେବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଦେଶର ଆଗୁଆ ଘାଟିକୁ ମିଗ୍-୨୯ ଓ ମିରାଜ୍ ୨୦୦୦ ସହିତ ନିଜର ସବୁଠାରୁ ଶକ୍ତିଶାଳୀ ଲଢୁ ବିମାନ ରାଫେଲ୍ ପଠାଯାଇଛି । ଏହି ଲଢୁଆ ବିମାନଗୁଡିକ ପୂର୍ବ ଲଦାଖରେ ଲଗାତାର ଉଡାଣ ଭରୁଛି । ଉଲ୍ଲେଖଯୋଗ୍ୟ ଯେ ଦେଶର ଉତ୍ତର ସୀମାନ୍ତବର୍ତ୍ତୀ ଅମ୍ବାଲା ବାୟୁସେନା ଘାଟିରୁ ଖୁବ୍ କମ୍ ସମୟ ମଧ୍ୟରେ ଜେଟ୍ଗୁଡିକ ପୂର୍ବ ଲଦାଖରେ ପହଞ୍ଚô ପାରୁଛି ।
ଚଳିତ ମାସ ୧୭ ତାରିଖ ଦିନ ଚୁଶୁଲ ମୋଲ୍ଦୋ ସୀମା ବୈଠକ ସ୍ଥଳରେ କୋର୍ କମାଣ୍ଡରସ୍ତରୀୟ ଆଲୋଚନାବେଳେ ଭାରତୀୟ ବାୟୁ ସୀମା ନିକଟକୁ ଚୀନା ବିମାନ ବାରମ୍ବାର ଚାଲି ଆସିବା ଘଟଣା ଉତ୍ଥାପନ କରାଯାଇଥିଲା । ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶଲ୍ ବିବେକ ରାମ ଚୌଧରୀ ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ, ଯେବେବି ଚୀନା ବିମାନ ଏଲ୍ଏସି ନିକଟକୁ ଚାଲି ଆସୁଛି, ତତ୍କ୍ଷଣାତ୍ ଆମେ ଆମ ଲଢୁଆ ଜେଟ୍ଗୁଡିକୁ ଆକ୍ଟିଭ୍ କରି ଦେବା ସହ ଆମ ସିଷ୍ଟମକୁ ହାଇ ଆଲର୍ଟରେ ରଖୁଛୁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *