ଏଣିକି ପ୍ରମାଣପତ୍ରରେ କେବଳ ମା’ଙ୍କ ନାମ

ପିତୃ ପରିଚୟ ପ୍ରସଙ୍ଗରେ କେରଳ ହାଇକୋର୍ଟଙ୍କ ରାୟ
ଥିରୁଅନନ୍ତପୁରମ୍ (ଏଜେନ୍ସି): କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରିବା ଅବସରରେ ଏକ ବଡ ତଥା ଐତିହାସିକ ରାୟ ଦେଇଛନ୍ତି । କୋର୍ଟ ନିଜ ରାୟରେ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କୁ ନିଜ ପରିଚୟଗତ କାଗଜପତ୍ର ବା ଦସ୍ତାବିଜ୍ରେ ବାପା’ଙ୍କ ନାମ ଉଲ୍ଲେଖ କରିବା କିମ୍ବା ଉଲ୍ଲେଖ ନ କରିବା ସମ୍ପର୍କରେ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ଦେଶରେ ଦୁଷ୍କର୍ମ, ଗଣଦୁଷ୍କର୍ମ ପୀଡ଼ିତାଙ୍କ ଠାରୁ ଜନ୍ମଗ୍ରହଣ କରୁଥିବା ସନ୍ତାନଙ୍କ ଭବିଷ୍ୟତ, ତଥା ଅବିବାହିତ ମା’ଙ୍କ ପରିସ୍ଥିତି ତଥା ମାନସିକତା ସମ୍ପର୍କରେ ଗଭୀର ଭାବେ ହୃଦ୍ବୋଧ କରିବା ସହ ମାନ୍ୟବର କୋର୍ଟ ଏପ୍ରକାର ଏକ ଐତିହାସିକ ରାୟ ଦେଇଛନ୍ତି । ଏଥିସହ କୋର୍ଟ ଏହି ମାମଲାରେ ସ୍ଥାନୀୟ ପ୍ରଶାସନକୁ, ଏଣିକି ପ୍ରତ୍ୟେକ ନବଜାତକର ସମସ୍ତ ପ୍ରମାଣପତ୍ରରେ କେବଳ ମା’ର ନାମ ଉଲ୍ଲେଖ ଥିବା ସାର୍ଟିଫିକେଟ୍ ହିଁ ଜାରି କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ଏପ୍ରକାର ଐତିହାସିକ ରାୟ ଆସିବା ପରେ ଏଣିକି ଦେଶର ପ୍ରତ୍ୟେକ ନବଜାତକର (ଉଭୟ ବାପାର ପରିଚୟ ଥିବା ଏବଂ ବାପାର ପରିଚୟ ନଥିବା) ଜନ୍ମ ପ୍ରମାଣପତ୍ରରେ କେବଳ ମା’ର ହିଁ ନାମ ଉଲ୍ଲେଖ ରହିବା ସ୍ଥିରିକୃତ ହୋଇଯାଇଛି ।
ଶୁଣାଣି ଅବକାଶରେ କେରଳ ହାଇକୋର୍ଟଙ୍କ ବିଚାରପତି କୁହ୍ନିକୃଷ୍ଣନ୍, ମହାଭାରତର ବୀର ଯୋଦ୍ଧା କର୍ଣ୍ଣ’ଙ୍କ ଉଦାହରଣ ଦେଇଥିଲେ । ବିଚାରପତି କହିଥିଲେ ଯେ, ‘ଆମେ ସମସ୍ତେ ଏବେ ଏପ୍ରକାର ଏକ ସମାଜ ଗଠନ କରିବାକୁ ଚାହୁଁଛେ ଯେଉଁଠି କୌଣସି ଶିଶୁ ମହାଭାରତର କର୍ଣ୍ଣ’ ନଥିବେ । ଯିଏକି ସବୁକ୍ଷେତ୍ରରେ ସାମର୍ଥ୍ୟବାନ୍ ହେବା ସତ୍ତ୍ୱେ କେବଳ ନିଜ ବାପାର ପରିଚୟ ନଥିବାରୁ ନିଜ ଭାଗ୍ୟକୁ ସଦାସର୍ବଦା ନିନ୍ଦା କରୁଥିବ । ଦେଶର କୌଣସି ସନ୍ତାନକୁ ନିଜ ମା’ ବାପାଙ୍କ ନାମ ଜାଣିବା ପାଇଁ ମଧ୍ୟ ଅପମାନିତ ହେବାକୁ ପଡୁ ଏହା କଦାପି ହେବାକୁ ଦିଆଯିବା ଉଚିତ୍ ନୁହେଁ । ସମୟ ଆସିଯାଇଛି ଦେଶର ପ୍ରତ୍ୟେକ ଶିଶୁଙ୍କୁ ନିଜ ଯୁବାବସ୍ଥାରେ ଆତ୍ମ ସ୍ୱାଭିମାନ ତଥା ଗର୍ବର ସହ ମୁଣ୍ଡ ଉଠାଇ ବଞ୍ଚôବାର ଅଧିକାର ରହିଛି, କେବଳ ବାପାର ପରିଚୟ ନଥିବା ପିଲାମାନଙ୍କୁ କାହିଁକି ଏଥିରୁ ବାଦ୍ ଦିଆଯିବ? ଅବିବାହିତ ମା’ ଠାରୁ ଜନ୍ମିତ ଶିଶୁ ବି ଆମ ଦେଶର ନାଗରିକ ଏବଂ ତା’ର ମଧ୍ୟ ସେହିସବୁ ମୌଳିକ ଅଧିକାର ରହିଛି ଯାହାକୁ ଆମେ ସମସ୍ତେ ଉପଭୋଗ କରୁଛେ ।
ବିଚାରପତି କୁହ୍ନିକୃଷ୍ଣନ୍ଙ୍କ କହିବାନୁସାରେ ଭାରତୀୟ ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କୁ ଦିଆଯାଇଥିବା ସମାନ ଅଧିକାର ଆଇନ୍ ଅନ୍ତର୍ଗତ ବାପା ପରିଚୟ ନଥିବା ଶିଶୁର ମୌଳିକ ଅଧିକାରକୁ କେହି ବି ଉଲ୍ଲଂଘନ କରିପାରିବେ ନାହିଁ । ବାପା ପରିଚୟ ନଥିବା ପିଲା କେବଳ ନିଜ ମା’ର ନୁହେଁ ବରଂ ସମଗ୍ର ଦେଶର ସନ୍ତାନ ମଧ୍ୟ । ଏହାକୁ କୌଣସି ଆଧିକାରିକ ପ୍ରକ୍ରିୟା ପ୍ରଭାବିତ କରିପାରିବନି । ଯଦି ଏଥିରେ ଖିଲାପି ହେବା ଦେଖିବାକୁ ମିଳେ ତେବେ ନ୍ୟାୟପାଳିକା ଦେଶର ଏହି ସନ୍ତାନଙ୍କ ଅଧିକାରର ସୁରକ୍ଷା ପାଇଁ ସବୁବେଳେ ତତ୍ପର ରହିଛି ଏବଂ ଆଗକୁ ମଧ୍ୟ ରହିବ । ଏହାଦ୍ୱାରା କୌଣସି ଶିଶୁ ଯେପରି ନିଜ ବାପାର ପରିଚୟକୁ ନେଇ ସମାଜରେ ମାନସିକ ଉତ୍ପୀଡ଼ନର ଶିକାର ନହୁଅନ୍ତି ସେଦିଗରେ ରାଜ୍ୟ ସରକାରଙ୍କ ସ୍ତରରୁ ଯୋଜନା ପ୍ରସ୍ତୁତ ହେବା ଉଚିତ୍ । ଏପରି କହିବା ସହ ବିଚାରପତି ଏଣିକି ନବଜନ୍ମିତଙ୍କ ଜନ୍ମ ପ୍ରମାଣପତ୍ରରେ ବାପାର ନାମ ହଟାଇ ଅଭିଭାବକ ଭାବେ କେବଳ ମା’ର ନାମ ଉଲ୍ଲେଖ ଥିବା ସାର୍ଟିଫିକେଟ୍ ଜାରି କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ପ୍ରକାଶ, କେରଳ ହାଇକୋର୍ଟଙ୍କ ପୂର୍ବରୁ ଏପ୍ରକାର ଏକ ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ମଧ୍ୟ ସମାନ ନିଦେ୍ର୍ଦଶ ଦେଇସାରିଛନ୍ତି । ଭାରତ ସରକାରଙ୍କ ଏବିସି ବନାମ ରାଜ୍ୟ (ଏନ୍ସିଟି ଦିଲ୍ଲୀ) ମାମଲାରେ ଶୁଣାଣି କରିବା ଅବକାଶରେ ସୁପ୍ରିମକୋର୍ଟ, ସମସ୍ତ ଜନ୍ମ ପ୍ରମାଣପତ୍ରରେ କେବଳ ଜଣେ ଅଭିଭାବକଙ୍କ ନାମ ଉଲ୍ଲେଖ କରିବାକୁ ଦେଶର ସମସ୍ତ ମୁଖ୍ୟ ଜନ୍ମ-ମୃତୁ୍ୟ ପଞ୍ଜିକରଣ ବିଭାଗର ରେଜିଷ୍ଟ୍ରାର୍ଙ୍କୁ ପତ୍ର ମାଧ୍ୟମରେ ନିଦେ୍ର୍ଦଶ ଦେଇସାରିଛନ୍ତି । ତେବେ କେବଳ ଜନ୍ମ ପ୍ରମାଣପତ୍ର ନୁହେଁ ବରଂ ସମସ୍ତ ପ୍ରମାଣପତ୍ରରେ କେବଳ ମା’ କିମ୍ବା କେବଳ ବାପାଙ୍କ ନାମ ଉଲ୍ଲେଖ କରାଯିବାରେ କୌଣସି ସମସ୍ୟା ରହିବା ଉଚିତ୍ ନୁହେଁ ବୋଲି ମଧ୍ୟ ଶୁଣାଣି ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *