ପୋତାଗଲା ୧ଠ ଲକ୍ଷ ଟଙ୍କାର ଡାଲି
ହାଇକୋର୍ଟଙ୍କ ନିଦେ୍ର୍ଦଶରେ କାର୍ଯ୍ୟାନୁଷ୍ଠାନ
କଟକ (ବୁ୍ୟରୋ): କଟକ ସହରରୁ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଅପମିଶ୍ରିତ ସାମଗ୍ରୀକୁ ଓଡ଼ିଶା ହାଇକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ସିଏମ୍ସି ପକ୍ଷରୁ ନଷ୍ଟ କରାଯାଇଛି । କିଛିଦିନ ପୂର୍ବେମାଲଗୋଦାମ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ୧୦୦ ବସ୍ତା ଖେସାରୀ ଡାଲି ଜବତ କରାଯାଇଥିଲା । ଯାହା ଖାଇଲେ ସ୍ୱାସ୍ଥ୍ୟପ୍ରତି ହାନୀକାରକ । ଜବତ ହୋଇଥିବା ବିପୁଳ ପରିମାଣର ନକଲି ଡାଲିକୁ ଆଜି ହାଇକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ସିଏମ୍ସି କର୍ତ୍ତୃପକ୍ଷ ଜଗତପୁର ଶିଳ୍ପାଞ୍ଚଳରେ ପୋତି ଦେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫ରୁ ୭ ଲକ୍ଷ ଟଙ୍କା ହେବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି । ସେହିପରି ପୂର୍ବରୁ ବାଦାମବାଡ଼ି ଥାନା ଅଞ୍ଚଳରୁ ଜବତ ହୋଇଥିବା ନକଲି ଜର୍ଦ୍ଦା ଏବଂ ଜଗତପୁର ଥାନା ଅଞ୍ଚଳରୁ ଜବତ ହୋଇଥିବା ପାନ ମସଲାକୁ ମଧ୍ୟ ସିଏମ୍ସି ପକ୍ଷରୁ ପୋତି ଦିଆଯାଇଛି । ତେବେ ମୋଟ ୧୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ସାମଗ୍ରୀ ଆଜି ନଷ୍ଟ କରାଯାଇଥିବା ନେଇ ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି । ସେପଟେ ସିଏମ୍ସି ଅଞ୍ଚଳର ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀର ବିକ୍ରୟ ହେଉଥିବା ନେଇ ଅଭିଯୋଗ ଆସିଛି । ସେହି ସବୁ ଅଭିଯୋଗ ଯାଞ୍ଚ ହେଉଛି । ଯାଞ୍ଚ ହେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ୍ସି ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।
