ନ୍ୟାୟ ଦାବିରେ ଆଦିବାସୀ ମହିଳାଙ୍କ ଥାନା ଘେରାଉ

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ
ଛେଣ୍ଡିପଦା (ଆପ୍ର): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନାରେ ୨ଜଣ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗର ୭ ଦିନ ବିତିଯାଇଥିଲେ ମଧ୍ୟ ଛେଣ୍ଡିପଦା ପୁଲିସ ଅଭିଯୁକ୍ତ ବୁଲୁ ନାଏକଙ୍କୁ ଗିରଫ କରିନାହିଁ । ଏହା ପ୍ରତିବାଦରେ ରବିବାର ବସନ୍ତପୁରର ଶତାଧିକ ଆଦିବାସୀ ମହିଳା ଥାନା ଘେରାଉ କରିଥିଲେ ।
ଗତ ୧୮ ତାରିଖରେ ୨ଜଣ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ କରାଯାଇଥିଲା । ଯୁବତୀ ଜଣଙ୍କ ଘର ନିକଟସ୍ଥ ବରପଡିଆକୁ ଶୈାଚ ହେବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ବୁଲୁ ନାଏକ ସେମାନଙ୍କୁ ଅସଦାଚରଣ କରିଥିଲା । ତେବେ ଏହି ଘଟଣା ସଂକ୍ରାନ୍ତରେ ଛେଣ୍ଡିପଦା ପୁଲିସ ମାମଲା ରୁଜୁ କରି ଚଢାଉ କରିଥିଲେ ବି ବୁଲୁକୁ ଗିରଫ କରିପାରିନି ।
ପୁଲିସ ଜାଣିଶୁଣି ତାକୁ ଗିରଫ କରୁନଥିବା ଦର୍ଶାଇ ସଅର ସମାଜର ସମ୍ପାଦକ ଦିଲିପ କୁମାର ଭୋଇଙ୍କ ନେତୃତ୍ୱରେ ବସନ୍ତପର ଗ୍ରାମର ଶତାଧିକ ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ଶନିବାର ମଧ୍ୟାହ୍ନରେ ଆଦିବାସୀ ଝିଅକୁ ନ୍ୟାୟ ଦାବିରେ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଏକ ରାଲିରେ ବାହାରିଛ ଛେଣ୍ଡିିପଦା ଥାନା ଘେରାଉ କରିବା ସହିତ ଦୋଶୀକୁ ତୁରନ୍ତ ଗିରଫ କରିବା ଓ ଆଦିବାସୀ ଝିଅକୁ ନ୍ୟାୟ ଦେବା ବାବିରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଥାନା ଏସ୍ଆଇ ଆଶିଷ କୁମାର ଦାଶ ବିକ୍ଷୋଭକାରୀମାନଙ୍କୁ ଦୀର୍ଘ ୨ଘଣ୍ଟା ଧରି ବୁଝାସୁଝା କରିବା ସହିତ ୧୦ ଦିନ ଭିତରେ ଅଭିଯୁକ୍ତ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ବିକ୍ଷୋଭ ପ୍ରତ୍ୟାହାର କରିଥିଲେ । ୧୦ ଦିନ ଭିତରେ ଅଭିଯୁକ୍ତ ବୁଲୁ ନାଏକଙ୍କୁ ଗିରଫ କରାନଗଲେ ଆନେ୍ଦାଳନକୁ ତୀବ୍ରତର କରାଯିବା ସହିତ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଆସିବାସୀ ମହିଳା ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *