ଓକିଲ ସଂଘର ୬ ଘଣ୍ଟିଆ ବନ୍ଦ ଡାକରା
୫୫ ନମ୍ବର ଜାତୀୟ ରାଜପଥର ତୁରନ୍ତ କାର୍ଯ୍ୟ ନିର୍ମାଣ ପାଇଁ
ଅନୁଗୋଳ (ଆପ୍ର): ଆଜି ଅନୁଗୋଳ ଓକିଲ ସଂଘ ପକ୍ଷରୁ ସକାଳ ୬ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରାଯାଇଥିଲା । ଯଦ୍ୱାରା ହଜାର ହଜାର ଗାଡ଼ି ମୋଟର ରାସ୍ତାରେ ଅଟକି ରହିଥିଲା । ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରାରେ ବିଭିନ୍ନ ରାଜନୈତିକ ଦଳ ସାମ୍ବାଦିକ ସଂଗଠନ ଯୋଗଦାନ କରି ତୁରନ୍ତ ଜାତୀୟ ରାଜପଥକୁ ନିର୍ମଣା କରିବା ପାଇଁ ଦାବି କରିଥିଲେ । ଏବଂ ପଞ୍ଚମହଲା, ହୁଲୁରିସିଂହା, ଥାନା ଛକ, ପିଟିସ ଛକ, ବଅଁରପାଳ ଆଦି ସ୍ଥାନରେ ବିକ୍ଷୋଭ ପ୍ରଦାନ କରିବା ସହ ରାସ୍ତା ବନ୍ଦ କରି ରଖିଥିଲେ ।
ବାର ଆସୋସିଏସନ ସଭାପତି ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଦ ଡାକରାରେ ବରିଷ୍ଠ ଓକିଲ ଭୂପେଶ ଚନ୍ଦ୍ର ପ୍ରଧାନ, ସୁବାସ ମିଶ୍ର, ଧର୍ମେନ୍ଦ୍ର ନାରାୟଣ ମିଶ୍ର, ପ୍ରଦୀପ୍ତ ପଣ୍ଡାଙ୍କ ସମେତ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ସମେତ ବିଭିନ୍ନ ଦଳର କର୍ମକର୍ତ୍ତାମାନେ ଏହି ଆନେ୍ଦାଳନକୁ ସମର୍ଥନ କରିଥିଲେ । ତେବେ ଆଜି ଅନୁଗୋଳ ସର୍କିଟ୍ ହାଉସ୍ ନିକଟରେ ଏହି ଜାତୀୟ ରାଜପଥକୁ ନେଇ ଆରଡ଼ିସିଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଜିଲ୍ଲାର ସମସ୍ତ ବିଧାୟକ ଯାଉଥିବା ବେଳେ ଏହି ଓକିଲ ସଂଘଙ୍କ ବନ୍ଦ ଡ଼ାକରାରେ ସାମିଲ ହୋଇଥିଲେ । ଏନ୍ଏଚ୍ଆଇ ତୁରନ୍ତ ନିର୍ମାଣ କାର୍ଯ୍ୟ କରିବା ପାଇଁ ଦାବୀ ରଖିଥିଲେ । ଏହି ଆନେ୍ଦାଳକୁ ସଫଳ କରିବା ପାଇଁ ଓକିଲ ସଂଘ ଉପସଭାପତି ଭବାନୀ ଶଙ୍କର ପ୍ରଧାନ, ଧୃବଚରଣ ସାହୁ, ପ୍ରଦୀପ୍ତ କୁମାର ସାହୁ, କୁଶ ସାହୁ, ଶିବରାମ ଦେହୁରୀ, ପ୍ରସନ୍ନ ବେହେରା, ମାନସ ପାଳ, ପର୍ଶୁରାମ ଦାଶଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।