ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତୁ୍ୟ!

ଲଗାତାର ୪ ଇଞ୍ଜେକ୍ସନ୍ ଦେବାରୁ ଜୀବନ ହାନୀ ଅଭିଯୋଗ
ବାରିପଦା (ଆପ୍ର): ଚିକିତ୍ସା ଅବହେଳା ପାଇଁ ପ୍ରସୂତୀ ମହିଳାଙ୍କ ଚାଲିଗଲା ଜୀବନ । ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ସମ୍ପୃକ୍ତ ମହିଳାଙ୍କ ସମେତ ତାଙ୍କ ଗର୍ଭରେ ଥିବା ୭ ମାସର ଛୁଆର ମଧ୍ୟ ଜୀବନ ହାନୀ ହୋଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ । ମୃତ ମହିଳା ଜଣକ ବେତନଟୀ ଥାନା ବଡ଼ଜୋଡ ଗାଁର ନବଘନ ମହାନ୍ତଙ୍କ ସ୍ତ୍ରୀ ସସ୍ମିତା ମହାନ୍ତ ବୋଲି ଜଣାପଡ଼ିଛି । ମୃତ ମହିଳାଙ୍କ ପିତା ଦିଲ୍ଲୀପ କୁମାର ମହାନ୍ତଙ୍କ ଅଭିଯୋଗ ଅନୁଯାୟୀ ଗତ ୧୭ରେ ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ସକାଳୁ ଯନ୍ତ୍ରଣା ବଢିବାରୁ ଡାକ୍ତର ଆସି ଗୋଟି ଗୋଟି କରି ଏକା ଥରକେ ଚାରୋଟି ଇଞ୍ଜେକସନ ଦେଇଥିଲେ । ଇଞ୍ଜେକସନ ନେବାର କିଛି ସମୟ ପରେ ମହିଳାଙ୍କ ମୃତ୍ୟ ହୋଇଛି । ଚିକିତ୍ସାରେ ଅବହେଳା ହୋଇଥିବା କାରଣରୁ ସକାଳ ୧୧.୦୦ଟାରେ ତାଙ୍କର ମୃତୁ୍ୟ ହୋଇଥିବା ସେ ଦୃଢ଼ ଅଭିଯୋଗ କରିଛନ୍ତି ।
ଅପରପକ୍ଷେ ବିଡ଼ମ୍ବନାର ବିଷୟ ଯେ, ଶବ ବ୍ୟବଚ୍ଛେଦ ପାଇଁ ସମ୍ପୂର୍ଣ୍ଣ ଦିନଟିଏ ବିତି ଯାଇଥିଲେ ସୁଦ୍ଧା ଶବ ବ୍ୟବଚ୍ଛେଦ ହୋଇପାରିନାହିଁ । ଡାକ୍ତରଖାନା କର୍ମଚାରୀଙ୍କୁ ପଚାରିବାରୁ କହିଥିଲେ ଡାକ୍ତର ବାବୁ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବୋଲି ହେୟଜ୍ଞାନ ଢଙ୍ଗରେ କହିଛନ୍ତି । ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପୁଲିସ ପହଞ୍ଚô ହସ୍ପିଟାଲ କର୍ମଚାରୀଙ୍କୁ ନିନ୍ଦା କରିଥିଲେ । ସେପଟେ ମୃତ ମହିଳାଙ୍କ ସ୍ୱାମୀ ସିଆର୍ପିଏଫ୍ ଯବାନ ଭାବେ କାଶ୍ମୀରର ନବରଙ୍ଗପୁର ଠାରେ ସୀମା ଜଗିଥିବାବେଳେ ତାଙ୍କ ପତ୍ନୀଙ୍କ ପ୍ରତି ଏଭଳି ବ୍ୟବହାର ସମାଜ ପାଇଁ ଦୁଃପ୍ରଭାବ ବୋଲି ମତ ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ହସ୍ପିଟାଲ ପରିସରରେ ହୋ ହାଲ୍ଲା କରିଥିବା ବେଳେ ବାରିପଦା ଟାଉନ ପୁଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଉତ୍ତେଜନା ଥମିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *