ପ୍ରତିଶ୍ରୁତିରେ ରହିଗଲା ଡଙ୍ଗେଶି ଗ୍ରାମର ବିକାଶ

ଗାଁକୁ ନାହିଁ ରାସ୍ତା ଓ ପାନୀୟ ଜଳ
ରାଇକିଆ (ଆପ୍ର): କନ୍ଧମାଳ ଓ ଗଞ୍ଜାମ ସୀମାରେ ଅବସ୍ଥିତ ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତ ଡାଙ୍ଗେସି ଗ୍ରାମ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି । ଡାଙ୍ଗେସି ଗ୍ରାମରେ ପ୍ରାୟ ୨୦ରୁ ଊଦ୍ଧ୍ୱର୍ ପରିବାର ବାସ କରନ୍ତି । ପୂର୍ବତନ ବିଡିଓ ପ୍ରବୀଣ କୁମାର ବଣୁଆ ଦେଢ଼ ବର୍ଷ ତଳେ ଉକ୍ତ ଗ୍ରାମର ସ୍ଥିତ ପରଖିବା ପାଇଁ ଯାଇଥିଲେ । ଗ୍ରାମରେ ପହଞ୍ଚôବା ପାଇଁ ବିଡ଼ିଓଙ୍କୁ ମାଣିକେଶ୍ୱର ପଞ୍ଚାୟତରୁ ସିକବାଡି ପର୍ଯ୍ୟନ୍ତ ବ୍ଲକ୍ର ଗାଡ଼ି ଯୋଗେ ଯିବା ପରେ ସେଠାରୁ ୫କିମି ପାହାଡ଼ ରାସ୍ତା ଚାଲି ଚାଲି ଅତିକ୍ରମ କରି ଗ୍ରାମରେ ପହଞ୍ଚି ଥିଲେ । ଗାଁର ଅବସ୍ଥା ଦେଖି ସେହି ରାସ୍ତା, ପାନୀୟ ଜଳ ଓ ମନରେଗା ଯୋଜନାରେ କାମ ଯୋଗାଇବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାଙ୍କର ଅନ୍ୟତ୍ର ବଦଳି ହେଇଯିବା କାରଣରୁ ଉକ୍ତ ଗ୍ରାମର ବିକାଶ ଠପ୍ ହୋଇଯାଇଛି ।
ଗ୍ରାମରେ ପ୍ରାୟତଃ ଆଦିବାସୀ ଜନଜାତିର ଲୋକେ ବାସକରନ୍ତି । ୠ୍ରାମବାସୀ ମୁଖ୍ୟତଃ ହଳଦୀ ଚାଷ ଉପରେ ନିର୍ଭର କରି ଚଳନ୍ତି । ରାସ୍ତା ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚôତ ଗ୍ରାମବାସୀ ଚୂଆଁକୁ ଖରା ବର୍ଷାକୁ ଭରସା କରି ଚଳିଆସୁଛନ୍ତି । ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଉକ୍ତ ଗ୍ରାମର କୌଣସି ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଗର୍ଭବତୀ, ବରିଷ୍ଠ ଓ ଛୋଟ ପିଲାଙ୍କୁ ଷ୍ଟେଚର୍ ଯୋଗେ ସିକବାଡି ପର୍ଯ୍ୟନ୍ତ ନେଇ ସେଠାରୁ ରାଇକିଆ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଏ । ପୂର୍ବତନ ବିଡିଓ ଅନ୍ୟତ୍ର ବଦଳି ହୋଇ ଯିବା ପରେ କୌଣସି ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କ ଅଭିଯୋଗ ଶୁଣୁ ନ ଥିବା ଅଭିଯୋଗ ହେଉଛି । ଗତ ୧୩.୦୬.୨୨ ରେ ରାଇକିଆ ବ୍ଲକ ପରିସରରେ ହୋଇଥିବା ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲପାଳଙ୍କୁ ଭେଟି ଗ୍ରାମକୁ ରାସ୍ତା ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *