ବାଲି ଓ ମୋରମ ପକାଇବାକୁ ଦାବି

ଗୋବରୀକୂଳ ସେତୁର ସଂଯୋଗୀକରଣ ରାସ୍ତା ବିପର୍ଯ୍ୟସ୍ତ
ନାଉଗାଁ (ଆପ୍ର): ନାଉଗାଁ ବ୍ଲକ୍‌ ଦେଇ ପ୍ରବାହିତ ଗୋବରୀ ନାଳକୁ ଓଡିଶା ସରକାରଙ୍କ ଜଳସଂପଦ ବିଭାଗର ଜଗତସିଂହପୁର ସ୍ଥିତ ଜଳ ନିକାସ ବିଭାଜନ ପକ୍ଷରୁ ପୁନରୁଦ୍ଧାର ଓ ସେତୁ କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟକୁ ବିଭାଗ ଦ୍ୱାରା ୨୦୨୦-୨୧ ଆର୍ଥôକ ବର୍ଷରୁ କରାଯାଉଛି । ବାଂଶ ପଞ୍ଚାୟତ ସ୍ଥିତ ଗୋବରୀକୂଳ ବାସିନ୍ଦାଙ୍କ ଆବଶ୍ୟକକୁ ଗୁରୁତ୍ୱ ଦିଆଯାଇ ଗୋବରୀକୂଳ ଗ୍ରାମରେ ଏହି ନାଳ ଉପରେ ଏକ ସେତୁ ନିର୍ମାଣ କରାଯାଇଛି । ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଉଭୟ ପାଶ୍ୱର୍କୁ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇଛି ।
ସଂଯୋଗୀକରଣ ରାସ୍ତାରେ ମାଟି ପଡୁଥିବା ବେଳେ ବର୍ଷା ଯୋଗୁ କିଛି ଅଂଶ ବାକି ରହିଛି । ଯେଉଁ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇଛି ବର୍ଷା ଯୋଗୁ ମାଟି ସବୁ କାଦୁଅ ହୋଇଯିବାରୁ ଗୋବରୀ କୂଳବାସୀ ରାସ୍ତାରେ ଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି । ମାଟି ରାସ୍ତାରେ ମୋରମ ଓ ବାଲି ପକାଇବା ପାଇଁ ନରହରି ସାହୁ, କାଳନ୍ଦୀ ମହାରଣା, ମଧୁ ମହାରଣା, ରବିନ୍ଦ୍ର ଭଞ୍ଜ, ଗୁରୁବାରୀ ଭୋଇ ଆଦି ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ବିଷୟରେ ଜଳ ନିଷ୍କାଶନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ. ସୂର୍ଯ୍ୟକାନ୍ତ ଦିକ୍ଷିତଙ୍କୁ ପଚାରିବାରୁ ଯଥାଶୀଘ୍ର ସଂଯୋଗୀକରଣ ରାସ୍ତା ଉପରେ ବାଲି ମୋରମ ପକାଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *