ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ, ୨୩ା୭: ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶନିବାର ସଂସଦରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟସଭା ଓ ଲୋକସଭା ପକ୍ଷରୁ ମିଳିତ ଭାବେ ଆୟୋଜିତ ବିଦାୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ୍ ବିରଳା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟସଭାର ଉପସଭାପତି ହରିବଂଶ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ୨୦୧୭ ଜୁଲାଇ ୨୫ରେ ଶପଥ ନେଇଥିବା ଶ୍ରୀ କୋବିନ୍ଦଙ୍କ କାର୍ଯ୍ୟକାଳ ରବିବାର ଶେଷ ହେବ । ରାଷ୍ଟ୍ରପତି ଭବନ ଛାଡିବା ପରେ ସେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନୂଆ ପଡୋଶୀ ହେବେ । ତାଙ୍କୁ ୧୨ ଜନପଥ ବଙ୍ଗଳା ଆଲର୍ଟ କରାଯାଇଛି ।