ଦୁଇ ୪ର୍ଥ ଶ୍ରେଣୀ କର୍ମଚାରୀ କରୁଛନ୍ତି ଚିକିତ୍ସା

ଏମିତି ଚାଲିଛି ପରଜଙ୍ଗ ପ୍ରାଣୀ ଚିକିତ୍ସାଳୟ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସାଳୟ ସମସ୍ୟା ଘେରରେ ବୁଡି ରହିଛି । କୌଣସି ସ୍ଥାୟୀ ଡାକ୍ତର ନଥିବାବେଳେ ମାତ୍ର ଦୁଇ ଜଣ ପିଅନଙ୍କୁ ନେଇ ପ୍ରାଣୀ ଚିକିତ୍ସା ଚାଲିଥିବାର ଜଣାପଡିଛି ।
ପରଜଙ୍ଗରେ ରହିଛି ସରକାରୀ ପ୍ରାଣୀ ଚିକିତ୍ସାଳୟ । ଏହି ଚିକିତ୍ସାଳୟରେ ନା ଅଛନ୍ତି ସ୍ଥାୟୀ ଡାକ୍ତର ନା ଅଛନ୍ତି ଆବଶ୍ୟକୀୟ କର୍ମଚାରୀ । ପ୍ରାଣୀ ଚିକିତ୍ସାଳୟଟି ମାତ୍ର ୨ ଜଣ ପିଅନଙ୍କୁ ନେଇ କାର୍ଯ୍ୟ କରୁଛି । ଗତ ମାର୍ଚ୍ଚ ମାସଠାରୁ ଏଠାରେ କାର୍ଯ୍ୟରତ ଡାକ୍ତରଙ୍କ ବଦଳି ପରେ ସେହି ପଦବୀ ଖାଲିପଡିଛି । କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ୨ଟି ଦାୟୀତ୍ୱରେ ଥିବା ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଏଠାରେ ଅସ୍ଥାୟୀ ଭାବରେ ନିଯୁକ୍ତି ଦିଆଯାଇଥିବାବେଳେ ସେ ସପ୍ତାହକୁ ଥରେ ଦୁଇ ଥର ଆସିଲେ ଆସନ୍ତ ନଚେତ ତାଙ୍କ କାର୍ମର ଅନ୍ୟତ୍ର ବ୍ୟସ୍ତ ରହିଥାନ୍ତି । ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ୪ ଜଣ ଭିଏସ୍ଏସ୍, ଜଣେ ଏଲଆଇ, ୩ ଜଣ ପିଅନ ରହିବାର ନିୟମ ଥିବାବେଳେ ଏଠାରେ ମାତ୍ର ୨ଜଣ ପିଅନଙ୍କୁ ନେଇ ପ୍ରାଣୀ ଚିକିତ୍ସା ଚାଲିଛି । ଫଳରେ ଅଧିକାଂଶ ସମୟରେ ମେଡିକାଲ ଶୂନଶାନ ହୋଇରହିଛି । ଏହି କେନ୍ଦ୍ର ଅଧିନରେ ମାଣିକମରା, କୁଆଳୋ, ସରାଙ୍ଗ, କଙ୍କଡାସୋଡା, ମୁକ୍ତାପଶି, ବସୋଇ, ସାଆନ୍ଦା, ପାଟରପଦା ଓ କନ୍ଦରସିଂହା ଆଦି ୯ଟି କେନ୍ଦ୍ର ନିର୍ଭର କରୁଛି । କିନ୍ତୁ ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ନଥିବାବେଳେ ଶାଖା କଥା ପଚାରେ କିଏ । ଏହି ୯ଟି କେନ୍ଦ୍ରରେ ମାତ୍ର ୪ଜଣ କର୍ମଚାରୀ ଥିବାର ଜଣାପଡିଛି । ଆବଶ୍ୟକୀୟ ଡାକ୍ତର ଏବଂ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁ ଗ୍ରାମାଞ୍ଚଳରେ ଚାଷୀମାନେ ଗୃହପାଳିତ ପଶୁ ଏବଂ ପକ୍ଷୀମାନଙ୍କର ଚିକିତ୍ସା ପାଇଁ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି । ବର୍ଷା ଦିନରେ ଗୃହପାଳିତ ପଶୁମାନଙ୍କ ଠାରେ ବିଭିନ୍ନ ରୋଗ ଦେଖାଦେଉଥିବାବେଳେ ତୁରନ୍ତ ସ୍ଥାୟୀ ଡାକ୍ତର ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *