ରାସ୍ତା ମଝିରେ ଓଲଟିଲା ଇ-ଅଟୋ

ପୁରୀ (ବୁ୍ୟରୋ): ରାସ୍ତା ମଝିରେ ଓଲଟିଲା ଇ-ଅଟୋ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ-ବ୍ରହ୍ମଗିରି ରାସ୍ତାର ନରେନ୍ଦ୍ରକୋଣ ନିକଟସ୍ଥ ଆଇଟିଆଇ କଲେଜ ଛକ ନିକଟରେ । ଉକ୍ତ ଘଟଣାକୁ ନେଇ ପର୍ଯ୍ୟଟକମାନେ ଭୟଭୀତ ହୋଇ ପଡ଼ିଛନ୍ତି ।
ସୂଚନାଯୋଗ୍ୟ ଶନିବାର ସକାଳେ ଏକ ଇ-ଅଟୋ କେତେ ଜଣ ଯାତ୍ରୀଙ୍କୁ ନେଇ ମାତା ମଠ ଅଭିମୁଖେ ଯାଉଥିଲେ । ଏହି ସମୟରେ ବର୍ଷା ହୋଇଥିବାରୁ ରାସ୍ତାରେ ପାଣି ଜମି ରହିଥିଲା । ଇ-ଅଟୋଟି ଏକ ବଡ଼ ଖାଲରେ ପଡ଼ିଯିବାରୁ ଘଟଣାସ୍ଥଳରେ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚô ପର୍ଯ୍ୟଟକଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ । କୌଣସି ପର୍ଯ୍ୟଟକଙ୍କ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି ।
ସୂଚନାଥାଉକି, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଏକ ମାସ ପୂରି ନ ଥିବା ବେଳେ ସହର ଭିତର ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ମରାମତି କରାଯାଇଥିବା ବେଳେ ଅସରାଏ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ୍ ହୋଇପଡ଼ିଛି । ଏପରିକି ରାସ୍ତାରେ ପାଣି ଜମି ରହିବା ଦ୍ୱାରା ଖାଲକୁ ଜାଣିପାରୁନାହାନ୍ତି ଗାଡ଼ି ଚାଳକ । ଫଳରେ ସହର ମଧ୍ୟରେ ପ୍ରତ୍ୟେକ ଦିନ ବାରମ୍ବାର ଦୁର୍ଘଟଣା ଘଟିବାରେ ଲାଗିଛି । କେତେକ ପର୍ଯ୍ୟଟକ ଆହତ ହେଉଥିବା ବେଳେ କେତେବେଳେ ଗାଡ଼ି ଚାଳକମାନେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ ଲାଗି ସାଧାରଣରେ ଦାବି ଜୋର୍ ଧରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *