ଗାଡ଼ି ଅଟକାଇଲେ, ଗୋଡ଼େଇ ପିଟିଲେ

ବିଚ୍ ରାସ୍ତାରେ ସେଲିବ୍ରିଟିଙ୍କ ଘରୋଇ କଳି
ଭୁବନେଶ୍ୱର, ୨୩ା୭ (ବୁ୍ୟରୋ): ଓଲିଉଡ୍ ଆର୍ଟିଷ୍ଟ ବାବୁସାନ୍ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ଶନିବାର ଖାରବେଳ ନଗର ଥାନା ଅଞ୍ଚଳ ରାସ୍ତାରେ ହଙ୍ଗାମା ହୋଇଛି । ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଥାନାରେ ୨ଟି ଅଭିଯୋଗ ହୋଇଛି । ପ୍ରକୃତି ମିଶ୍ରଙ୍କୁ ଅପମାନିତ ଓ ମାରଧର କରିବାକୁ ନେଇ ତାଙ୍କ ବାପା ମନ୍ମଥ ମିଶ୍ର ଓ ମା’ ଥାନାରେ ଏତଲା କରିଥିବାବେଳେ ବାବୁସାନ୍ଙ୍କ ପତ୍ନି ତୃପ୍ତି ଶତପଥି ଓ ମା’ ଅପରାଜିତା ମହାନ୍ତି(ଟିକି) ମଧ୍ୟ ଥାନାରେ କାଉଣ୍ଟର ଏତଲା କରିଛନ୍ତି । ସେ ତାଙ୍କ ଏତଲାରେ ପ୍ରକୃତି ମିଶ୍ରଙ୍କ ବିରୋଧରେ ଦର୍ଶାଇଥିବାବେଳେ ବାବୁସାନଙ୍କୁ ନିୟନ୍ତ୍ରଣକୁ ନେଇଛନ୍ତି । ତାଙ୍କ ଜବୀନ ପ୍ରତି ବିପଦ ଥିବା ତୃପ୍ତି ଏତଲାରେ ଦର୍ଶାଇଛନ୍ତି । କମିଶନରେଟ୍ ପୋଲିସ ୨ଟି ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିବା
ସହ ୪୧ ସିଆରପିସିରେ ବୟାନ ରେକର୍ଡ କରିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ପ୍ରତୀକ୍ ସିଂ କହିଛନ୍ତି ।
ପୁଲିସ୍ ନିକଟରୁ ମିଳିଥିବା ସୂଚନା ମୂତାବକ, ଶନିବାର ପୂର୍ବାହ୍ନରେ ସିନେମା ପ୍ରମୋସନ୍ ପାଇଁ ସତ୍ୟନଗରରୁ ବାବୁସାନ୍ ଓ ପ୍ରକୃତି ଏକ କାରରେ ଏୟାରପୋର୍ଟ ଅଭିମୁଖେ ଯାଉଥିଲେ । ଏହି ଖବରପାଇ ବାବୁସାନଙ୍କ ପତ୍ନି ତୃପ୍ତି ଶତପଥି ଓ ବାପା ଲଳିତ ଶତପଥି ଘଟଣାସ୍ଥଳରେ ପହଞ୍ଚôଥିଲେ । ତାଙ୍କ ସହ ୮ ଜଣ ସମର୍ଥକ ମଧ୍ୟ ଥିବା ଏତଲାରେ ମନ୍ମଥ ଦର୍ଶାଇଛନ୍ତି । ସେମାନେ କାରକୁ ଅଟକାଇଥିଲେ । ତୃପ୍ତି ବାବୁସାନଙ୍କୁ ଟଣାଭିଡା କରିବା ସହ ପ୍ରକୃତିକୁ ଗାଡିରୁ ବାହାରକୁ ଟାଣି ଆଣିବାକୁ ଉଦ୍ୟମ କରିଥିଲେ । ସେ ବାହାରକୁ ନ ଆସିବାରୁ ଗାଡି ଭିତରେ ପ୍ରକୃତିଙ୍କ ଚୁଟିକୁ ଟଣାଭିଡା କଲେ ତୃପ୍ତି । ପ୍ଲିଜ୍ ହେଲ୍ପ କର ପ୍ରକୃତି ଚିକ୍ରାର କରିବା ସହ ଗାଡିରୁ ଉହ୍ଲାଇ ନିଜେ ପାଖରେ ଥିବା ଏକ ଅଟୋ ପାଖକୁ ଦୌଡିଥିଲେ । ତାଙ୍କ ପଛେପଛେ ତୃପ୍ତି ଦୌଡିଦୌଡି ଯାଇ ପ୍ରକୃତିଙ୍କୁ ଧକ୍କା ମାରିଥିଲେ । ଏହି ଘଟଣାକୁ ଦେଖଣାହାରି ଭିଡିଓ ସୁଟ୍ କରି ଭାଇରାଲ୍ କରିବାପରେ ମନ୍ମଥ ମିଶ୍ର ଥାନାକୁ ଆସି ଅଭିଯୋଗ କଲେ । ଝିଅକୁ ମାରଧର କରିବା ଓ ଟଣାଓଟରା କରିବାକୁ ନେଇ ସେ ଏତଲା କରିଥିବାବେଳେ ଆଇନ୍ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକୃତି କହିଛନ୍ତି । ବାବୁସାନ୍ ଓ ପ୍ରକୃତି ଚେନ୍ନାଇ ଯିବାପାଇଁ ଏୟାରପୋର୍ଟ ପଳାଇଥିବାବେଳେ ତୃପ୍ତି ଓ ଶାଶୁ ଅପରାଜିତା ଅପରାହ୍ନରେ ଥାନାରେ ପହଞ୍ଚô ପ୍ରକୃତିଙ୍କ ବିରୋଧରେ ଏତଲା କରିଛନ୍ତି । ସେ ତାଙ୍କ ଏତଲାରେ ବାବୁସାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ସହ ପ୍ରକୃତି ତାଙ୍କୁ କବଳିତ କରି ରଖିଥିବା ଲେଖିଛନ୍ତି ବୋଲି ସୂତ୍ରରୁ ଜଣାପଡିଛି ।
ଅପରାଜିତା ଘଟଣା ସର୍ମ୍ପକରେ ଗଣମାଧ୍ୟମକୁ କିଛି କହିନଥିବାବେଳେ ଉତ୍ତମ ମହାନ୍ତି କହିଛନ୍ତ. ମୋ ପୁଅ-ବୋହୂଙ୍କ ମଧ୍ୟରେ ଭଲ ସର୍ମ୍ପକ ଅଛି । ବାବୁସାନ୍ ତୃପ୍ତିଙ୍କୁ ବହୁତ ଭଲ ପାଆନ୍ତି । ଏଥିରେ କିଏ ଦୋଷି ବୋଲି ଗଣମାଧ୍ୟମ ପ୍ରଶ୍ନ କରିବାରୁ ଆପଣା ସୁନା ତ ଭେଣ୍ଡି କାହାକୁ ଦୋଷ ଦେବି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ବୋହୂ ରୋମାଣ୍ଟିକ୍ କଥାକୁ ଭଲ ପାଆନ୍ତି ନାହିଁ । ତାଙ୍କ ପାଖରେ କିଛି ପ୍ରମାଣ ଥିବାରୁ ସେ ରାସ୍ତାରେ ଏପରି ଘଟଣା ଘଟାଇଛନ୍ତି । ବାବୁସାନ୍ଙ୍କ କହିବାନୁଯାୟୀ, ପ୍ରକୃତି ତାଙ୍କର ପିଲାଦିନର ବନ୍ଧୁ । ତାଙ୍କ ସହ ଭଲ ସର୍ମ୍ପକ ଅଛି । ସେ ତାଙ୍କ ଜାଗାରେ ଠିକ୍ ଅଛନ୍ତି ବୋଲି ବାବୁସାନ୍ ଦୃଢତାର ସହ ଗଣମାଧ୍ୟମକୁ କହିଛନ୍ତି ।
ପତ୍ନି ତୃପ୍ତିଙ୍କ କହିବାନୁଯାୟୀ, ସ୍ୱାମୀଙ୍କୁ ଭୁଲ୍ ବାଟରୁ ସୁଧୁରି ଆସିବାପାଇଁ ବହୁବାର ଚେଷ୍ଟା କରି ସେ ବିଫଳ ହୋଇଛନ୍ତି । ଏପରିକି ୪ ଥର ରେଡ୍ହ୍ୟାଣ୍ଡ ଧରିବାପରେ ସେ ବାଟକୁ ଆସିନଥିଲେ । ଯାହାଫଳରେ ବାପା ଲଳିତ ଶତପଥିଙ୍କୁ ସାଙ୍ଗରେ ଧରି ରାସ୍ତାରେ ଏପରି ଘଟଣା ଘଟାଇବାକୁ ବାଧ୍ୟ ହେଲେ । ଏବେବି ସ୍ୱାମି ବାବୁସାନ୍ଙ୍କ ପାଇଁ ସୁଧୁରିବା ସମୟ ଅଛି ବୋଲି ତୃପ୍ତି କହିଛନ୍ତି । ପୋଲିସ କହିବାନୁଯାୟୀ, ଦୁଇ ପକ୍ଷଙ୍କ ଏତଲାକୁ ଆଧାର କରି ମାମଲା ରୁଜୁ ହେବା ସହ ୪୧ ସିଆରପିସିରେ ବୟାନ୍ ରେକର୍ଡ ହୋଇଛି । ତଦନ୍ତ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚôଲାପରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଶନିବାର ବାବୁସାନ୍/ପ୍ରକୃତିଙ୍କ ସର୍ମ୍ପକ ହଙ୍ଗାମାକୁ ନେଇ ଓଲିଉଡ୍ ସିନେମା ଇଣ୍ଡଷ୍ଟ୍ରି ସମେତ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *