ନାଳ ଡେଇଁଲେ ସ୍କୁଲ୍ ଯିବେ

ମୋହନା (ଆପ୍ର): ଆଦିବାସୀ ଅଧ୍ୟୁ୍ୟଷିତ ଜିଲ୍ଲାଗୁଡିକର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ରାଜ୍ୟରେ ଏଭଳି କିଛି ସ୍ଥାନ ଅଛି ଯେଉଁଠାରେ ସରକାରଙ୍କ ଯୋଜନା ସେମାନଙ୍କ ପାଇଁ ୭ ସପନ ପାଲଟିଛି । ୩ ପଞ୍ଚାୟତର ୨୦ଖଣ୍ଡ ଗାଁର ପିଲାଏ ବିପଦସଙ୍କୁଳ ଅବସ୍ଥାରେ ନାଳ ପାର ହୋଇ ସ୍କୁଲ୍ ଯାଉଛନ୍ତି । ଆଉ ପ୍ରବଳ ବର୍ଷା ହେଲେ କଥା ସରିଲା । ସେଦିନ ପଢ଼ା ସାଙ୍ଗକୁ ସ୍କୁଲ୍ ବି ବନ୍ଦ । ଗଜପତି ଜିଲ୍ଲା ମୋହନା ବ୍ଲକ୍ ଝରଣପୁର ଗାଁ ନିକଟରେ ଥିବା ଗାଜେଲ ନାଳର ଏପରି ଦୃଶ୍ୟ ।
ଚୁଢ଼ଙ୍ଗପୁର ପଞ୍ଚାୟତ ଶିଆଳିଲଟି, ଝରଣପୁର ଠାରୁ ରାଇପାଙ୍କାଳୁ ସଂଲଗ୍ନ ଏହି ନାଳ ରାସ୍ତାଦେଇ ୨୦ରୁ ଊଦ୍ଧ୍ୱର୍ ଗାଁର ହଜାର ହଜାର ଲୋକ ନିର୍ଭରଶୀଳ । ପୋଲ ନଥିବାରୁ ସ୍କୁଲ, ହାଟ ବଜାର, ମେଡିକାଲ୍ ସମେତ ସମସ୍ତ କ୍ଷେତ୍ରରେ ଲୋକେ ଯାତାୟାତ ପାଇଁ ନାହିଁ ଏହି ନାଳ ଡେଇଁ ହିଁ ଯାଉଛନ୍ତି । ଅପରପକ୍ଷେ ନାଳ ଉପରେ ପୋଲ ନିର୍ମାଣ ଅଧପନ୍ତରିଆ ହୋଇ ରହିଥିବା ବେଳେ ଏଥିପ୍ରତି ନା ଠିକାଦାର ନା ସ୍ଥାନୀୟ ପ୍ରଶାସନ କାହାରି ବି ଆନ୍ତରିକତା ଦେଖା ଯାଉ ନାହିଁ ।
ନାଳ ନିକଟରୁ ରାଇପଙ୍କା ମାତ୍ର ୮କି.ମି ଏବଂ ରାୟଗଡା ଜିଲ୍ଲର ପଦ୍ମପୁର ମୁଖ୍ୟ ବଜାର ୧୪କିମି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡେ ନାହିଁ । ୩ଟି ନାଳ ଦେଇ ଯାତାୟାତ କରନ୍ତି ଅନେକ ଗାଁଲୋକ । ଅନ୍ୟ ଜିଲ୍ଲାର ବ୍ୟବସାୟୀମାନେ ବର୍ଷା ଦିନେ ଏଭଳି ରାସ୍ତା ପାଲଟିଯାଏ ମରଣଯନ୍ତା । ଖାଲି ସେତିକି ନୁହେଁ କୌଣସି ରୋଗୀଙ୍କୁ ଚୁଡଙ୍ଗପୁରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ମୋହନା ମେଡିକାଲ୍କୁ ଆଣିବାକୁ ହେଲେ ଦୋଳା କରି ନେବାକୁ ପଡ଼ୁଛି । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ବ୍ଲକ୍ ପ୍ରଶାସନକୁ କହି ପୋଲ ରାସ୍ତା କାମ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *