ସିବିଏସ୍ଇ ଫଳ ପ୍ରକାଶ

୧୦ମରେ ୯୪, ଦ୍ୱାଦଶରେ ୯୨.୭୧% ପାସ୍
ନୂଆଦିଲ୍ଲୀ, ୨୨ା୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍ଇ) ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଦ୍ୱାଦଶ ଓ ଅପରାହ୍ଣରେ ଦଶମ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ଦ୍ୱାଦଶ ପରୀକ୍ଷାରେ ୯୨.୭୧% ଓ ଦଶମ ପରୀକ୍ଷାରେ ୯୪% ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥର ଭୁବନେଶ୍ୱର ରିଜନ୍ରେ ଦଶମ ପରୀକ୍ଷାରେ ୯୬.୪୬% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ୱାଦଶ ପରୀକ୍ଷାରେ ତାନିଆ ସିଂହ ଓ ଦଶମରେ ଗାର୍ଗୀ ପଟେଲ୍ ହୋଇଛନ୍ତି ଅଲ୍ ଇଣ୍ଡିଆ ଟପ୍ପର । ଏହି ଦୁଇ ଛାତ୍ରୀ ଶତ ପ୍ରତିଶତ ନମ୍ବର ପାଇଥିବା ଜଣାପଡିଛି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦ୍ୱାଦଶ ଓ ଦଶମ ପରୀକ୍ଷାରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଫଳତା (ଯଥାକ୍ରମେ ୩.୨୯ ଓ ୧.୪୧%) ପାଇଛନ୍ତି । ୨୦୨୦ରୁ ସିବିଏସ୍ଇ କୌଣସି ମେରିଟ୍ ଲିଷ୍ଟ୍ ଜାରି କରୁନାହିଁ । ଚଳିତ ବର୍ଷ କେବଳ ୦.୧% (ବିଭିନ୍ନ ବିଷୟରେ ସର୍ବୋଚ୍ଚ ନମ୍ବର ପାଇଥିବା) ଛାତ୍ରଛାତ୍ରୀଙ୍କୁ ମେରିଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି କହିଛନ୍ତି, ପରୀକ୍ଷା ନିୟନ୍ତ୍ରକ ଏସ୍ ଭରଦ୍ୱାଜ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *