ସାଉଥ୍ ଫିଲ୍ମର ଦବ୍ଦବା

୬୮ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର
ନୂଆଦିଲ୍ଲୀ,୨୨ା୭: ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷର ଶୁକ୍ରବାରୁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ମିଡିଆ କେନ୍ଦ୍ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୬୮ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି । ତାମିଲ୍ ଫିଲ୍ମ ‘ସୁରରାଈ ପୋଟରୁ’ ପାଇଁ ସାଉଥ୍ ସୁପରଷ୍ଟାର ସୁରିୟା ଓ ‘ତାହ୍ନାଜୀ: ଦ ଅନ୍ସଙ୍ଗ୍ ହିରୋ’ ପାଇଁ ଅଜୟ ଦେବଗନ୍ଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯିବ । ଶ୍ରେଷ୍ଠ ଅଭିନେତା ବର୍ଗରେ ଅଜୟ ଦେବଗନ ତୃତୀୟ ଥର ରାଷ୍ଟ୍ରୀୟ ପୁରସ୍କାର ପାଇବାକୁ ଯାଉଛନ୍ତି ।
ସୁରରାଈ ପୋଟରୁରେ ଉତ୍କୃଷ୍ଠ ଅଭିନୟ ପାଇଁ ଅପର୍ଣ୍ଣା ବାଲ୍ମୁରଲୀଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ରୂପେ ଚୟନ କରାଯାଇଛି । ମୋଷ୍ଟ୍ ଫିଲ୍ମ ଫ୍ରେଣ୍ଡ୍ଲି ଷ୍ଟେଟ୍ର ରାଷ୍ଟ୍ରୀୟ ପୁରସ୍କାର ମଧ୍ୟପ୍ରଦେଶକୁ ମିଳିବ ।
ଏଥର ରାଷ୍ଟ୍ରୀୟ ପୁରସ୍କାର ପାଇବାରେ ସାଉଥ୍ ସିନେମାର ପ୍ରାଧାନ୍ୟ ପରିଲଖିତ ହୋଇଛି । ସର୍ବମୋଟ ୨୯ କାଟିଗରି ମଧ୍ୟରୁ ହିନ୍ଦୀ ସିନେମା (ବଲିଉଡ)କୁ ମାତ୍ର ୮ଟି ପୁରସ୍କାର ମିଳିବ ।
ଶ୍ରେଷ୍ଠ ନିଦେ୍ର୍ଦଶକ ରୂପେ ପୁରସ୍କୃତ ହେବେ କେଆର ସଚିଦାନନ୍ଦନ୍ । ଶ୍ରେଷ୍ଠ ସର୍ପୋଟିଂ ଆକ୍ଟର ଓ ଆକ୍ଟ୍ରେସ୍ ହୋଇଛନ୍ତି ଯଥାକ୍ରମେ ବିଜୁ ମେନନ୍ ଓ ଲକ୍ଷ୍ମୀପ୍ରିୟା । ତୁଳସୀ ଦାସ ଜୁନିୟର ସର୍ବଶ୍ରେଷ୍ଠ ହିନ୍ଦି ଫିଲ୍ମ ବିବେଚିତ ହୋଇଛି । ବିଶାଲ ଭରଦ୍ୱାଜ ପାଇବେ ଶ୍ରେଷ୍ଠ ସଂଗୀତ ନିଦେ୍ର୍ଦଶନା ପୁରସ୍କାର । ୩୦ଟି ଭିନ୍ନ ଭିନ୍ନ ଭାଷାର ପ୍ରାୟ ୩ଠଠ ଫିଚର ଫିଲ୍ମ ଓ ୧୫ଠ ନନ୍ ଫିଚର ଫିଲ୍ମ ପ୍ରତିଯୋଗିତା ଅନ୍ତର୍ଭୁକ୍ତ କରାଯାଇଥିଲା । ସ୍ପେଶାଲ୍ ମେନ୍ସନ୍ ବର୍ଗରେ ସୂର୍ଯ୍ୟ ଦେଓଙ୍କ ରଚିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକକୁ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଚଳିତବର୍ଷ ଶେଷ ବେଳକୁ ଏକ ବିଶେଷ ସମାରୋହରେ ଏହି ସବୁ ପୁରସ୍କାର ପ୍ରଦାନ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *