୪ ଲକ୍ଷ ପରିବାରକୁ ମିଳିବ ବକେୟା ଦୁଇ ମାସର ଗହମ

ଏନ୍ଏଚ୍ଆର୍ସିଙ୍କ
ନିଦେ୍ର୍ଦଶ ପରେ ବାଟ ଫିଟିଲା
ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାର ପ୍ରାୟ ଚାରି ଲକ୍ଷ ଗରିବ ପରିବାରକୁ ମିଳିବ ବକେୟା ଦୁଇ ମାସର ଗହମ । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସେମାନଙ୍କୁ ଗତ ଫେବ୍ରୁଆରୀ ଏବଂ ମାର୍ଚ୍ଚ ମାସର ଗହମ ଯୋଗାଇ ଦିଆଯିବ । ଜାତୀୟ ମାନବ ଅଧିକାର କମିଶନଙ୍କ ନିଦେ୍ର୍ଦଶ ଏବଂ ପୁରୀ ବିକାଶ ପରିଷଦ ଅଭିଯୋଗକୁ ଭିତ୍ତିକରି ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଜଟଣୀ ଗୋଦାମ ପରିବର୍ତ୍ତେ କଟକ ଗୋଦାମରୁ ଗହମ ଉଠାଣ ନିମନ୍ତେ ପୁରୀ ଜିଲ୍ଲା ଯୋଗାଣ ବିଭାଗକୁ ଅନୁମତି ମିଳିଛି । ଭାରତୀୟ ଖାଦ୍ୟ ନିଗମ ଏଥିପାଇଁ ସହମତି ପ୍ରଦାନ କରିଛି । ଜାତୀୟ ମାନବ ଅଧିକାର କମିଶନରଙ୍କ ହସ୍ତକ୍ଷେପ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁଇଟି ବିଭାଗ ମଧ୍ୟରେ ସାତ ମାସ ଧରି ଚାଲିଥିବା ବିବାଦର ସମାଧାନ ହୋଇଛି । କଟକ ଗୋଦାମରୁ ପୁରୀ ଜିଲ୍ଲାର ଖାଉଟିଙ୍କ ପାଇଁ ବକେୟା ଗହମ ଉଠାଣ ନିମନ୍ତେ ଗୁରୁବାର ନିଦେ୍ର୍ଦଶନାମା ଜାରି କରାଯାଇଛି । ଏଥିଯୋଗୁଁ ଜିଲ୍ଲାର ପ୍ରାୟ ୧୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ବକେୟା ମାସର ଗହମ ମଧ୍ୟରୁ ୫୦% ଗହମ ଏବଂ ୫୦% ଚାଉଳ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଜଟଣୀ ଗୋଦାମରୁ ଗହମ ଉଠାଣରେ ସେଠାକାର କେତେକ ଟ୍ରକ୍ ମାଲିକ ବାଧା ସୃଷ୍ଟି କରୁଥିବାରୁ କଟକ ଗୋଦାମରୁ ଗହମ ଉଠାଣ ନିମନ୍ତେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ରାଜ୍ୟ ଯୋଗାଣ ନିଗମକୁ ପ୍ରସ୍ତାବ ଦେଇଥିଲେ । ରାଜ୍ୟ ସରକାର ଏଥିପାଇଁ ଭାରତୀୟ ଖାଦ୍ୟ ନିଗମକୁ ଚିଠି ଲେଖି ସୁପାରିସ କରିଥିଲେ । କିନ୍ତୁ ପୁରୀ ଜିଲ୍ଲା ପାଇଁ ଉର୍ଦ୍ଦିଷ୍ଟ ଗହମ ଜଟଣୀ ଗୋଦାମରେ ପହଞ୍ଚି ସାରିଥିବାରୁ କଟକ ଗୋଦାମରୁ ଗହମ ଉଠାଣ ନିମନ୍ତେ ଖାଦ୍ୟ ନିଗମ ଅନୁମତି ଦେଉ ନ ଥିଲା । ଏଥିପାଇଁ ରାଜ୍ୟ ସରକାର ଏବଂ ପୁରୀ ଜିଲ୍ଲାପାଳ ବାରମ୍ବାର ଚିଠି ଲେଖିଥିଲେ । ଭାରତୀୟ ଖାଦ୍ୟ ନିଗମ ଅନୁମତି ନ ଦେବାରୁ ପୁରୀ ଜିଲ୍ଲାର ୪ ଲକ୍ଷ ଖାଉଟିଙ୍କ ଫେବ୍ରୁଆରୀ ଏବଂ ମାର୍ଚ୍ଚ ମାସର ଗହମ ଗୋଦାମରୁ ଉଠାଯାଇ ପାରି ନ ଥିଲା । ଖାଉଟିମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଟଙ୍କିକିଆ ଗହମ ପାଇ ନ ଥିଲେ କିମ୍ବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଗହମ ପାଇବାରୁ ୧୨ ଲକ୍ଷ ଲୋକ ବଞ୍ଚିତ ହୋଇଥିଲେ । ଭାରତୀୟ ଖାଦ୍ୟ ନିଗମ ଏବଂ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପୁରୀ ଜିଲ୍ଲାର ୪ ଲକ୍ଷ ପରିବାର ୬ ମାସ ଧରି ଭୋକ ଉପାସରେ ଦିନ କଟୁଥିବା ସେ ଅଭିଯୋଗ କରିଥିଲେ । କମିଶନ ଏହି ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରିଥିଲେ । ଆଠ ସପ୍ତାହ ମଧ୍ୟରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କମିଶନ ନିଦେ୍ର୍ଦଶ ଦେଇଥିଲେ । ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆଙ୍କ ମୋକଦ୍ଦମା ଏବଂ ଅଭିଯୋଗ ଯୋଗୁ ଦୀର୍ଘ ୭ ମାସ ଧରି ଚାଲିଥିବା ବିବାଦର ସମାଧାନ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏହି ଦୁଇ ମାସର ୨୨୭୯ ମେଟ୍ରିକ୍ ଟନ୍ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୬୪୧ ମେଟ୍ରିକ୍ ଟନ୍ ଗହମ ଉଠାଣ ନିମନ୍ତେ ଖାଦ୍ୟ ନିଗମ ଅନୁମତି ଦେଇଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *