ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧ା୭ (ବୁ୍ୟରୋ): ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିଂହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ କରି ସେ ରାଇସିନା ହିଲକୁ ଯାଇଛନ୍ତି । ନିର୍ବାଚନ ଜିତିବା ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ପ୍ରତି ଓଡ଼ିଆଙ୍କ ପାଇଁ ଏହା ଗୌରବର ମୁହୂର୍ତ୍ତ । ଦେଶର ପ୍ରଥମ ନାଗରିକ ହେବା ପାଇଁ ତାଙ୍କର ଯାତ୍ରା ପ୍ରକୃତରେ ପ୍ରେରଣାଦାୟକ ଏବଂ ଏହି ଯାତ୍ରା ମହିଳା ସଶକ୍ତୀକରଣର ଏକ ଉଜ୍ଜ୍ୱଳ ଉଦାହରଣ । ଆଗକୁ ଏକ ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *