ରାଜ୍ୟ ବିକାଶର ନୂଆ ଦିଗ
ଓଡ଼ିଶା ଫୁଡ୍ ପ୍ରୋ ୨୦୨୨ ଉଦ୍ଘାଟିତ
ଭୁବନେଶ୍ୱର, ୨୧ା୭ (ବୁ୍ୟରୋ): ଓଡ଼ିଶା ଫୁଡ୍ ପ୍ରୋ ୨୦୨୨ ଆରମ୍ଭ ହୋଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାଜ୍ୟ ବିକାଶରେ ଏହା ଏକ ନୂଆ ଯୁଗ ସୃଷ୍ଟି କରିବ । ଜାତୀୟ ଓ ଆନ୍ତର୍ଜାତିକ ମାନଚିତ୍ରରେ ଏହା ଏକ ବାର୍ଷିକ ଇଭେଣ୍ଟ୍ ଭାବେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ଅତ୍ୟାଧୁନିକ ସପ୍ଲାଏ ଚେନରେ ଭାଗୀଦାର ହେବେ । ଦେଶ ଓ ବିଦେଶର କମ୍ପାନୀଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହା ଆକୃଷ୍ଟ କରିବ । ସେଥିପାଇଁ ଏକାଠି ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଅମଳ ପରବର୍ତ୍ତୀ ଫସଲ କ୍ଷତିକୁ ଏହା ଭରଣା କରିବ । ଯାହାଦ୍ୱାରା ·ଷୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
କାର୍ଯ୍ୟକ୍ରମରେ ଶକ୍ତି ଓ ଏମସଏମଇ ମନ୍ତ୍ରୀ ପ୍ରତାବ ଦେବ ଯୋଗ ଦେଇ କହିଛନ୍ତି, ଓଡ଼ିଶାରେ ଏହା ପ୍ରଥମ । ବିଭାଗୀୟ କର୍ମ·ରୀଙ୍କ ପ୍ରଚେଷ୍ଟା ଦ୍ୱାରା ସଫଳ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ଛୋଟ ନିବେଶକ ଏବଂ ଉଦ୍ୟୋଗୀଙ୍କ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପ୍ରିନ୍ସିପାଲ ସେକ୍ରେଟାରୀ ରଞ୍ଜନ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ ।