ଜିଏସ୍ଟି ପ୍ରତ୍ୟାହାର ଦାବିରେ ଏଆଇଏମ୍ଏସ୍ର ପ୍ରତିବାଦ ଦିବସ

ଯାଜପୁର (ଆପ୍ର): ସ୍ୱାଧୀନତାର ୭୫ତମ ଜୟନ୍ତୀ ଅମୃତ ମହୋତ୍ସବ ପାଳନ ଅବସରରେ କୋଟି କୋଟି ଲୋକ ଦାରିଦ୍ର, ବେକାରୀ, ମୂଲ୍ୟବୃଦ୍ଧି, ମଜୁରୀ ହ୍ରାସ ଆଦି ନାନାଦି ସମସ୍ୟାରେ ଜର୍ଜରିତ । କେନ୍ଦ୍ର ସରକାର, ଚୁଡ଼ା, ମୁଢ଼ି, ଖଇ, ମୁଆଁ, ଚାଉଳ, ଗହମ, ଦୁଗ୍ଧ, ଦହି, ଛେନା, ଚିନି, ଗୁଡ଼ ପ୍ରଭୃତି ଖାଦ୍ୟ ସାମଗ୍ରୀ ଉପରେ ୫% ଜିଏସ୍ଟି ଲାଗୁକରି ଗରିବ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ ନେଉଛନ୍ତି । ଏହା ବ୍ୟତିତ ପାଠ ପଢ଼ୁଥିବା ପିଲା ବ୍ୟବହାର କରୁଥିବା ପେନ୍ସିଲ୍, ପେନ୍ସିଲ୍ କଟର, ଡ୍ରଇଂସିଟ୍, କମ୍ପୁ୍ୟଟର ପ୍ରଭୃତି ଉପରେ ୧୮% ଜିଏସ୍ଟି ଲାଗୁ କରି ସେମାନଙ୍କ ପାଠରେ ଡୋରି ବାନ୍ଧୁଛନ୍ତି । ଏହି ପରିପ୍ରେକ୍ଷିରେ ଏଆଇଏମ୍ଏସ୍୍ଏସ୍ର ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ପ୍ରତିବାଦ ଦିବସ ପାଳନ କରାଯାଇଛି । ଯାଜପୁର ଜିଲ୍ଲା ସଂଗଠନ ପକ୍ଷରୁ ଯାଜପୁର ଟାଉନ୍‌ ଠାରେ ଏକ ପ୍ରତିବାଦ ସଭା ଶାନ୍ତିଲତା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । କମ୍ରେଡ ସୁଲୋଚନା ପ୍ରଧାନ, ମମତା ସେଠୀ, ପ୍ରଭାତି ମଲ୍ଲିକ, ସର୍ମୀଷ୍ଠା ସେଠୀ ଅଂଶ ଗ୍ରହଣ କରି ସରକାରଙ୍କ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦୃଢ଼ ଦାବି ଜଣାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *