ଗାନ୍ଧୀ ପରିବାରକୁ ନିନ୍ଦିତ କରାଯାଉଛି

ବିକ୍ଷୋଭ-ପଦଯାତ୍ରାରେ ପୁଲିସ୍-କଂଗ୍ରେସ ମୁହାଁମୁହିଁ
ଭୁବନେଶ୍ୱର, ୨୧ା୭ (ବୁ୍ୟରୋ): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟର ସମନ୍ କରିଛି । ଯାହାର ପ୍ରତିବାଦରେ ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସର ନେତା ଓ କର୍ମୀମାନେ ଗୁରୁବାର ବିକ୍ଷୋଭ କରିଛନ୍ତି । ଶତାଧିକ ରାଜ୍ୟ କଂଗ୍ରେସର ନେତା ଓ କର୍ମୀ ରାଜ୍ୟ କଂଗ୍ରେସ ଭବନରୁ ପଦଯାତ୍ରାରେ ବାହାରି ଥିଲେ । ସେଠାରୁ ଇଡି ଅଫିସ ଘେରାଉ ପାଇଁ ଗଲାବେଳେ ରାଜମହଲ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ପରେ ସେଠାରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା । କେନ୍ଦ୍ରର ନରେନ୍ଦ୍ର ମୋଦୀର ସରକାର କେବଳ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବଳ ଭୟ କରେ । ମିଛ ମାମଲାରେ ଇଡ଼ି ମାଧ୍ୟମରେ ଗାନ୍ଧୀ ପରିବାରକୁ ନିନ୍ଦିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଗଣତନ୍ତ୍ରରେ ପ୍ରତିହିଂସା ପରାୟଣ ରାଜନୀତିର ସ୍ଥାନ ନାହିଁ । ତା ସତ୍ତ୍ୱେ ମଧ୍ୟ କେନ୍ଦ୍ରର ମୋଦୀ ସରକାର ପ୍ରତିହିଂସା ପରାୟଣ ହେଉଥିବା ନଜରକୁ ଆସୁଛନ୍ତି । ଏହାର ପ୍ରତିବାଦରେ ଆମେ ରାଜରାସ୍ତାକୁ ଓହ୍ଳାଇଛୁ । ଏହି ବିକ୍ଷୋଭ ଆଗକୁ ମଧ୍ୟ ଜାରି ରହିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସେପଟେ ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଛି ଇଡି ତାତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଇଡିରେ ହାଜର ପୂର୍ବରୁ ଶୂନ୍ୟକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ଗୃହରେ ହଟ୍ଟଗୋଳ କରିଛନ୍ତି । ପ୍ରଥମେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଚିଲିକା ଓ ସେଠାକାର ମତ୍ସ୍ୟଜୀବୀଙ୍କ ସମସ୍ୟା ବାବଦରେ ଆଲୋଚନା ଲାଗି ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେପି । ଏ ବାବଦରେ ଆଲୋଚନା ଲାଗି ତଥ୍ୟ ଉପସ୍ଥାପନ କରୁଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଠିକ ଏହି ସମୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କେନ୍ଦ୍ରର ମେଦୀ ସରକାର ଗାନ୍ଧୀ ପରିବାର ବିରୋଧୀ ବୋଲି କହି ଇଡି ଦ୍ୱାରା ସୋନିଆଙ୍କ ପାଇଁ ଥିବା ସମନକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ । ପରେ ସମସ୍ତ କଂଗ୍ରେସ ସଦସ୍ୟ ପୋଡିୟମ ନିକଟରେ ହୋ-ହାଲ୍ଲା ନାରାବାଜି କରିଥିଲେ । ଫଳରେ ଶୂନ୍ୟକାଳ ସହ ଚିଲିକା ଉପରେ ଥିବା ମୂଲତବୀ ପ୍ରସ୍ତାବ ମଧ୍ୟ ଆଗତ ହୋଇପାରି ନାହିଁ ।
ସୂଚନାଯୋଗ୍ୟ, ପ୍ରଥମେ ବାଚସ୍ପତି ସ୍ଥିତି ସୁଧାରିବା ପାଇଁ ଗୃହକୁ ୧୦ ମିନିଟ୍, ପରେ ୧୫ ମିନିଟ୍ ମୂଲତବୀ ଘୋଷଣା କରିଥିଲେ । ହେଲେ ଗୃହରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଲାଗି ରହିଥିବାରୁ ଉପବାଚସ୍ପତି ଗୃହକୁ ଅପରାହ୍ନ ୪ ଟା ଯାଏଁ ମୂଲତବୀ ଘୋଷଣା କରିଥିବା ସାମ୍ନାକୁ ଆସିଛି । ତେବେ ଗୃହରେ ଇଡି ତଥା କେନ୍ଦ୍ର ସରକାରଙ୍କୁ ନେଇ କୌଣସି ଆଲୋଚନା କରାଯିବା ଉଚିତ୍ ନୁହେଁ ବୋଲି ଉଭୟ ବିଜେଡ଼ି ଓ ବିଜେପି କଂଗ୍ରେସ ସଦସ୍ୟଙ୍କୁ କହିବା ପରେ ମଧ୍ୟ ସେମାନେ ହଟ୍ଟଗୋଳ ଜାରି ରଖିଥିବା ନଜରକୁ ଆସିଛି । ଏ ନେଇ ଗୃହରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ସଂସଦ ·ଲୁଥିବା ସମୟରେ ଜେରା ପାଇଁ ଡାକି ପାରିବେ ନାହିଁ ବୋଲି ନିୟମ ରହିଛି । ବିରୋଧୀଙ୍କ ସ୍ୱର ·ପି ଦେବା ପାଇଁ ଜାଣିଶୁଣି ଉଦେ୍ଦଶ୍ୟମୂଳକ ଭାବେ ସୋନିଆଙ୍କୁ ଜେରା କରାଯାଉଛି । ଦେଶରେ ବିରୋଧୀ ରୁହନ୍ତୁ ବୋଲି କେନ୍ଦ୍ର ସରକାର ଚାହୁଁ ନାହାନ୍ତି । ବିଜେପି ବର୍ତ୍ତମାନ ଅସହିଷ୍ଣୁ ହୋଇ ପଡିଛି । କ୍ଷମତାକୁ ଆସିବା ପରେ ବିଜେପିର ଆଉ ସହନଶୀଳତା ନାହିଁ । ସେଥିପାଇଁ ଗୃହକୁ ଚଳାଇ ଦେଉନାହାନ୍ତି ବୋଲି ନରସିଂହ କହିଛନ୍ତି ।
ଏହାର ଜବାବରେ ବିରୋଧୀ ଦଳ ଉପନେତା ବିଷ୍ଣୁ କହିଛନ୍ତି, ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ଗୃହର ସଦସ୍ୟ ନୁହଁନ୍ତି ତାଙ୍କ ପ୍ରସଙ୍ଗ ଉଠିବ ନାହିଁ । କଂଗ୍ରେସ ମଧ୍ୟ ପୂର୍ବରୁ ଏ ପ୍ରସଙ୍ଗ ଉଠାଇବାକୁ ବିରୋଧ କରିଥିଲା । ଆଉ ଆଜି ତାଙ୍କ ନେତାଙ୍କ ସୁରକ୍ଷା ପାଇଁ ସେମାନେ ବାହାରୁଛନ୍ତି । ଗୃହକୁ ବନ୍ଦ କରିବାକୁ ·ହୁଁଛନ୍ତି ବୋଲି ବିଷ୍ଣୁ କହିଛନ୍ତି । ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ଯେହେତୁ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣୁଛନ୍ତି, ସେ ବିଷୟରେ ଆଲୋଚନା କରିବା କଥା । କିନ୍ତୁ ଅଯଥା ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରାଯାଉଛି । ଯାହା ସର୍ବସାଧାରଣଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ଦେବୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *