ପରିତ୍ୟକ୍ତ କୂଅରେ ଫିଙ୍ଗାଯାଉଛି ଗଦା ଗଦା ଔଷଧ

ସରକାର୍ କା ମାଲ୍ ଦରିଆ ମେ ଡାଲ୍
ଫୁଲବାଣୀ (ବୁ୍ୟରୋ): ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସହ ମାଗଣା ଔଷଧ ଯୋଗାଇ ଦେବା ପାଇଁ ନିରାମୟ ଯୋଜନା କରିଛନ୍ତି ସରକାର । ଗୋଟିଏ ପଟେ ସାଧାରଣ ଲୋକେ ଟଙ୍କା ଦେଇ ଔଷଧ ଦୋକାନରୁ ଔଷଧ କିଣୁ ଥିବାବେଳେ ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିଲେ ମଧ୍ୟ ଲୋକେ ପାଇ ପାରୁନାହାନ୍ତି । ସରକାର କା ମାଲ୍ ଦରିଆ ମେ ଡାଲ ନ୍ୟାୟରେ ଗଦା ଗଦା ଔଷଧ ଫିଙ୍ଗାଯାଉଛି ପରିତ୍ୟକ୍ତ କୂଅ ଭିତରେ । କନ୍ଧମାଳ ଜିଲ୍ଲା ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅବଧି ଶେଷ ହୋଇଯାଇ ଥିବାରୁ ପରିତ୍ୟକ୍ତ କୂଅରେ ଫିଙ୍ଗା ଯାଉଛି କୋଟି କୋଟି ଟଙ୍କାର ଔଷଧ । ପୁଣି ମେଡିକାଲ ଅଧିକାରୀଙ୍କ ଘର ପରିସରେ ଥିବା ଏକ ପରିତ୍ୟକ୍ତ କୂଅରେ ମଧ୍ୟ ବ୍ୟାପକ ଔଷଧ ଫିଙ୍ଗାଯାଇଥିବା ଅଭିଯୋଗ ହେଉଛି ।
ଏଭଳି କିଛି ଦୁଶ୍ୟ କନ୍ଧମାଳ ଜିଲା ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଦେଖିବାକୁ ମିଳିଛି । ସବୁ ରୋଗ ପାଇଁ ଆସୁଥିବା ବିଭିନ୍ନ କମ୍ପାନୀର ନାମିଦାମୀ ଔଷଧ ପରିତକ୍ତ କୂଅ ଭିତରେ ପଡ଼ିରହିଛି । ଏହି ଔଷଧ ମଧ୍ୟରେ ରହିଛି ନୋରୋ ଫ୍ଲେକ୍ସ , ପୋଭିଡୋନ, ବେଟାଡିନ ଭଳି ନାମିଦାମୀ ଔଷଧ । ସାଧାରଣ ଲୋକେ ଔଷଧ ଦୋକାନରୁ ଔଷଧ କିଣୁ ଥିବାବେଳେ ବେଳେ ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିଲେ ମଧ୍ୟ ଲୋକେ ପାଇ ପାରୁନାହାନ୍ତି । ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇ ପାରୁନଥିବା ବେଳେ ମେଡିକାଲରେ ଔଷଧ ଲୋକେ ନପାଇ ଘୋରାଇ କ୍ଲିନିକରେ ଚିକିତ୍ସା ହେଉଥିବା ଅଭିଯୋଗ ହେଉଛି । ଔଷଧ ଫିଙ୍ଗା ବିଷୟରେ କିଛି ଜାଣି ନ ଥିବା କହିଛନ୍ତି ଡାକ୍ତରଖାନ ଅଧିକାରୀ । ଏନେଇ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କନ୍ଧମାଳ ସିଡିଏମ୍ଓ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *