ଶୁକ୍ରବାରଠୁ ସ୍ୱାଭାବିକ ଟିକାକରଣ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିଦେ୍ର୍ଦଶକ ବିଜୟ ପାଣିଗ୍ରାହୀ ନିଜର ମତ ରଖିଛନ୍ତି । ରାଜ୍ୟରେ ଏବେ ୩ ପ୍ରକାର ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଗୁରୁବାର ବିଭିନ୍ନ ଜିଲ୍ଲାରେ ମାତ୍ର ୬୦ ହଜାର କୋଭିସିଲଡ ଟିକା ଥିଲା । ଗତକାଲି ରାତିରେ କେନ୍ଦ୍ରରୁ ୩ ଲକ୍ଷ ଓ ସକାଳେ ୪.୮ ଲକ୍ଷ କୋଭିସିଲଡ ଟିକା ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି । ଗୁରୁବାର ରାତି ସୁଦ୍ଧା ସବୁ ଜିଲ୍ଲାରେ ଟିକା ପହଞ୍ଚିବ ଓ ଶୁକ୍ରବାରଠାରୁ ସ୍ୱାଭାବିକ ଟିକାକରଣ ହେବ ବୋଲି ସେ କହିଛନ୍ତି । କୋର୍ବିଭାକ୍ସ ଟିକାର ପ୍ରଥମ ଡୋଜ୍ ୯୯.୮ ପ୍ରତିଶତ କିଶୋର ନେଇ ସାରିଛନ୍ତି । ଦ୍ୱିତୀୟ ଡୋଜ ଟିକାକରଣ ·ଲିଛି । ଗୁରୁବାର ୧୫୦୦ ସରକାରୀ କେନ୍ଦ୍ରରେ ଟିକାଦାନ ହୋଇଛି । ଶୁକ୍ରବାରରୁ ୨୫୦୦ରୁ ୩ ହଜାର କେନ୍ଦ୍ରରେ ଟିକା ଦିଆଯିବ ।